ସିବିଏସ୍ଇ ପାଠ୍ୟକ୍ରମରୁ ବାଦ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ

ନୂଆଦିଲ୍ଲୀ: ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ଯୁକ୍ତିଯୁକ୍ତ ସୁପାରିଶ ଉପରେ ଏହି ପରିବର୍ତ୍ତନ ହୋଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନରେ ଥିବା ଅଣସଂଗଠିତ ଆନ୍ଦୋଳନ, ଶୀତଳଯୁଦ୍ଧ, ଏସିଆ ଓ ଅଫ୍ରିକାରେ ମୁସଲିମ ରାଜାଙ୍କ ଦିଗବିଜୟ, ମୋଗଲ କୋର୍ଟର ଇତିହାସ, ଶିଳ୍ପ ବିପ୍ଳବ […]

cbse

  • Published: Saturday, 23 April 2022
  • , Updated: 23 April 2022, 06:13 PM IST

ନୂଆଦିଲ୍ଲୀ: ସିବିଏସ୍ଇ ପାଠ୍ୟକ୍ରମରୁ ବାଦ୍ ପଡ଼ିଲା ଗଣତନ୍ତ୍ର ଓ ବିବିଧତା ବିଷୟ। ମୋଗଲ କୋର୍ଟ ଓ ଫୈଜିଙ୍କ କବିତା ମଧ୍ୟ ପାଠ୍ୟକ୍ରମରୁ ବାଦ ପଡ଼ିଲା। ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ ଯୁକ୍ତିଯୁକ୍ତ ସୁପାରିଶ ଉପରେ ଏହି ପରିବର୍ତ୍ତନ ହୋଇଛି। ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନରେ ଥିବା ଅଣସଂଗଠିତ ଆନ୍ଦୋଳନ, ଶୀତଳଯୁଦ୍ଧ, ଏସିଆ ଓ ଅଫ୍ରିକାରେ ମୁସଲିମ ରାଜାଙ୍କ ଦିଗବିଜୟ, ମୋଗଲ କୋର୍ଟର ଇତିହାସ, ଶିଳ୍ପ ବିପ୍ଳବ ବିଷୟ ବାଦ ଦିଆଯିବ।

ସେହିପରି ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଖାଦ୍ୟ ସୁରକ୍ଷା ବିଷୟରେ ଥିବା କୃଷି ବିପ୍ଳବର ପ୍ରଭାବକୁ ବାଦ୍ ଦିଆଯାଇଛି। ‘ଧର୍ମ, ସାମ୍ପ୍ରଦାୟିକତା ଓ ରାଜନୀତି ଏବଂ ସାମ୍ପ୍ରଦାୟିକ, ନିରପେକ୍ଷ ରାଜ୍ୟ’ ବିଭାଗରୁ ଫୈଜ୍ ଅହମଦ ଫୈଜଙ୍କ ଦୁଇଟି ଉର୍ଦ୍ଦୁ କବିତା ବାଦ୍ ଦିଆଯାଇଛି। ଏହି ପରିବର୍ତ୍ତନ ପଛରେ ଏନସିଇଆରଟିର ଯୁକ୍ତିଯୁକ୍ତ ସୁପାରିଶ ରହିଥିବା ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତି। ଏହି ପାଠ୍ୟକ୍ରମ ୨୦୨୨-୨୩ ଶିକ୍ଷାବର୍ଷ ନିମନ୍ତେ ଜାରି କରାଯାଇଛି।

ଏନେଇ ଜଣେ ବୋର୍ଡ ଅଧିକାରୀ କହିଛନ୍ତି, ଶିକ୍ଷାଗତ ଅଭ୍ୟାସ ଓ ମୂଲ୍ୟାଙ୍କନ ନିର୍ଦ୍ଦେଶାବଳି ଅନୁଯାୟୀ ସିବିଏସଇ ପ୍ରତିବର୍ଷ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ୍ୟକ୍ରମ, ପାଠପଢ଼ା ଓ ପରୀକ୍ଷା କରାଉଛି। ହିତାଧିକାରୀଙ୍କ ମତାମତ ଓ ଅନ୍ୟାନ୍ୟ ସ୍ଥିତି ଅନୁଯାୟୀ୨୦୨୨-୨୩ ଶିକ୍ଷାବର୍ଷ ଶେଷରେ ଫଳ ମୂଲ୍ୟାୟନ କରାଯିବ।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ସିବିଏସ୍ଇ ଏକାଦଶ ରାଜନୀତି ବିଜ୍ଞାନ ବହିରୁ ସଂଘୀୟତା, ନାଗରିକତା, ଜାତୀୟତା ଓ ଧର୍ମନିରପେକ୍ଷତା ବିଷୟ କାଢ଼ିବାକୁ ପଦକ୍ଷେପ ନେଇଥିଲା। ଏହାକୁ ପାଠ୍ୟକ୍ରମରେ ରଖିବା ଉପରେ ବିଚାର ନ କରାଯିବାକୁ ନେଇ ବିବାଦ ଦେଖାଦେଇଥିଲା। ପରେ ୨୦୨୧-୨୨ ଶିକ୍ଷାବର୍ଷରେ ଏହି ବିଷୟ ପୁନଃସ୍ଥାପିତ କରାଯାଇଥିଲା।

Related story