ସିବିଏସ୍ଇ ୧୦ମ ଶ୍ରେଣୀର ବାକି ପରୀକ୍ଷା କରିବନି!

ନୂଆଦିଲ୍ଲୀ: ୨୦୧୯-୨୦ ଶିକ୍ଷାବର୍ଷ ଶେଷ ହୋଇ ଆସୁଥିବା ବେଳେ କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ୍ ରହିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଏଭଳି ସ୍ଥିତିରେ ୧୦ମ ଶ୍ରେଣୀ ପରୀକ୍ଷା ଆଉ ହେବନାହିଁ ବୋଲି ସିବିଏସ୍ଇ ନିଷ୍ପତ୍ତି ନେଇଛି। ଲକଡାଉନ୍ ପୂର୍ବରୁ କିଛି ବିଷୟରେ ପରୀକ୍ଷା ହୋଇଥିଲା ଆଉ କିଛି ବାକି ରହିଥିଲା। ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ଦେଖି ବାକି ପରୀକ୍ଷା କରିବା ସମ୍ଭବ ନୁହେଁ। […]

cbse_board_exam

Subhransu Sekhar
  • Published: Wednesday, 29 April 2020
  • , Updated: 29 April 2020, 01:19 PM IST

ନୂଆଦିଲ୍ଲୀ: ୨୦୧୯-୨୦ ଶିକ୍ଷାବର୍ଷ ଶେଷ ହୋଇ ଆସୁଥିବା ବେଳେ କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ୍ ରହିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଏଭଳି ସ୍ଥିତିରେ ୧୦ମ ଶ୍ରେଣୀ ପରୀକ୍ଷା ଆଉ ହେବନାହିଁ ବୋଲି ସିବିଏସ୍ଇ ନିଷ୍ପତ୍ତି ନେଇଛି। ଲକଡାଉନ୍ ପୂର୍ବରୁ କିଛି ବିଷୟରେ ପରୀକ୍ଷା ହୋଇଥିଲା ଆଉ କିଛି ବାକି ରହିଥିଲା। ନୂଆ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ଦେଖି ବାକି ପରୀକ୍ଷା କରିବା ସମ୍ଭବ ନୁହେଁ। ସେହି ବିଷୟ ଗୁଡ଼ିକର ପରୀକ୍ଷା କ୍ଲାସ ପରୀକ୍ଷାରେ ହୋଇଥିବା ଇଣ୍ଟରନାଲ ମାର୍କ ଏବଂ ଅନ୍ୟାନ୍ୟ ଆଧାରରେ ପରୀକ୍ଷାର୍ଥୀଙ୍କୁ ପାସ୍ କରାଯିବ ବୋଲି ସିବିଏସଇ ବୋର୍ଡ ନିଷ୍ପତ୍ତି ନେଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାବଦରେ ବୋର୍ଡ କତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇନଥିବା ସୂଚନା ଦେଇଛନ୍ତି ସିବିଏସ୍ଇ ସଚିବ ଅନୁରାଗ ତ୍ରିପାଠୀ।

ସିବିଏସ୍ଇ ସଚିବ ଅଭିଭାବକଙ୍କ ଉଦ୍ଦେଶ୍ୟକେ କହିଛନ୍ତି, ସାରା ବିଶ୍ୱ ଏବେ କରୋନାକୁ ସାମ୍ନା କରୁଛି। ଏଥିପାଇଁ ଭୟଭୀତ ହେବାର ଆବଶ୍ୟକ ନାହିଁ। ଖାଲି ଭାରତ ନୁହେଁ ଏଭଳି ନିଷ୍ପତ୍ତି ଅନ୍ୟ ସ୍ଥାନରେ ମଧ୍ୟ ନିଆଯାଉଛି। ଏ ସମୟରେ ଅଭିଭାବକମାନେ ଧୌର୍ଯ୍ୟବାନ ହେବା ଦରକାର ବୋଲି ସେ କହିଛନ୍ତି।

Related story