ପ୍ରକାଶ ପାଇଲା CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରକାଶ ପାଇଛି ଚଳିତ ବର୍ଷର CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ମୋଟ ୮୩.୦୧ପ୍ରତିଶତ  ଛାତ୍ରଛାତ୍ରୀ ପାସ୍‌ କରିଥିବା ସୂଚନା ମିଳିଛି। ଗାଜିଆବାଦର ମେଘନା ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ସେ ମୋଟ ୫୦୦ ନମ୍ବରରୁ ୪୯୯ନମ୍ବର ରଖିଛନ୍ତି। ସେହିପରି ଗାଜିଆବାଦର ଅନୁଷ୍କା ଚନ୍ଦ୍ରା ୪୯୮ ନମ୍ବର ରଖି ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ୭ ଜଣ ପିଲା ୪୯୭ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ସୂଚନା ଅନୁଯାୟୀ ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷା ଫଳ […]

600032-cbse-result-10

Rakesh Mallick
  • Published: Saturday, 26 May 2018
  • , Updated: 26 May 2018, 01:45 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରକାଶ ପାଇଛି ଚଳିତ ବର୍ଷର CBSE ଦ୍ୱାଦଶ ଶ୍ରେଣୀ ରେଜଲ୍ଟ। ମୋଟ ୮୩.୦୧ପ୍ରତିଶତ  ଛାତ୍ରଛାତ୍ରୀ ପାସ୍‌ କରିଥିବା ସୂଚନା ମିଳିଛି। ଗାଜିଆବାଦର ମେଘନା ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି। ସେ ମୋଟ ୫୦୦ ନମ୍ବରରୁ ୪୯୯ନମ୍ବର ରଖିଛନ୍ତି। ସେହିପରି ଗାଜିଆବାଦର ଅନୁଷ୍କା ଚନ୍ଦ୍ରା ୪୯୮ ନମ୍ବର ରଖି ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ୭ ଜଣ ପିଲା ୪୯୭ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

ସୂଚନା ଅନୁଯାୟୀ ଗତବର୍ଷ ତୁଳନାରେ ଚଳିତବର୍ଷ ପରୀକ୍ଷା ଫଳ ଭଲ ହୋଇଛି। ‌ଏ ବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକାଇ ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୮.୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୭୮.୯୯ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

Related story