ସିଲାବସ କମିବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ସିବିଏସ୍ଇ ସିଲାବସରୁ କିଛି ବିଷୟ ବସ୍ତୁ କମାଇ ଦେଇଛନ୍ତି। ଏହାକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସରକାର ଗୋଟିଏ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ସେହି ସବୁ ବିଷୟ ବସ୍ତୁକୁ ହଟାଇଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଏହାକୁ ନେଇ କହିଛନ୍ତି, ମିଛ ଏଜେଣ୍ଡା ତିଆରି କରି ଭୁଲ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି। […]

Cbse

Cbse

Subhransu Sekhar
  • Published: Thursday, 09 July 2020
  • Updated: 09 July 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ସିବିଏସ୍ଇ ସିଲାବସରୁ କିଛି ବିଷୟ ବସ୍ତୁ କମାଇ ଦେଇଛନ୍ତି। ଏହାକୁ ନେଇ ଏବେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ସରକାର ଗୋଟିଏ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ସେହି ସବୁ ବିଷୟ ବସ୍ତୁକୁ ହଟାଇଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ।

କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଏହାକୁ ନେଇ କହିଛନ୍ତି, ମିଛ ଏଜେଣ୍ଡା ତିଆରି କରି ଭୁଲ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି। କରୋନା ମହାମାରୀ ପାଇଁ ସରକାର ପାଠ୍ୟକ୍ରମର ତିରିଶ ପ୍ରତିଶତ କମାଇଛନ୍ତି। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଥିବା ପାଠ ପଢ଼ିବାର ବୋଝ କମିବ। ପିଲାମାନଙ୍କୁ ଶିକ୍ଷା ଯୋଗାଇବା ହେଉଛି ସରକାରଙ୍କ ମୂଳ କର୍ତ୍ତବ୍ୟ। ଶିକ୍ଷା ରାଜନୀତିଠାରୁ ଦୂରରେ ରହିବା ଉଚିତ୍ ଏବଂ ରାଜନୀତି ଅଧିକ ଶିକ୍ଷିତ ହେବା ଉଚିତ୍ ବୋଲି ମନ୍ତ୍ରୀ କହିଛନ୍ତି।

ବିଭିନ୍ନ ବିଶେଷଜ୍ଞ ଏବଂ ଶିକ୍ଷାବିତଙ୍କ ପରାମର୍ଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଜାତୀୟତା, ସ୍ଥାନୀୟ ପ୍ରଶାସନ, ଫେଡେରାଲଜିମ୍ ଇତ୍ୟାଦି ପ୍ରାୟ ତିନି-ଚାରି ବିଷୟକୁ ନେଇ ମିଛ ଏଜେଣ୍ଡା ତିଆରି କରାଯାଉଛି। କୌଣସି ଉଦ୍ଦେଶ୍ୟ ରଖି ସିଲାବସ କଟାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ଧରି ଦେଶରେ ସିବିଏସଏଇ ସିଲାବସକୁ ନେଇ ରାଜନୀତିକ ବିତର୍କ ଆରମ୍ଭ ହୋଇଛି। କଂଗ୍ରେସ ସମେତ ବିରୋଧୀ ଦଳ ବୁଧବାର ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଯୋଜନାବଦ୍ଧ ଭାବେ ଫେଡେରାଲିଜିମ, ନାଗରିକତା ଏବଂ ରାଷ୍ଟ୍ରବାଦ ଭଳି ଅଧ୍ୟାୟକୁ ସିଲାବସରୁ ହଟାଇ ଦେଇଛି। କଂଗ୍ରେସ ଅଭିଯୋଗ କରିଛି ଯେ ସରକାରଙ୍କ ପଦକ୍ଷେପ ଏହାର ଉଦ୍ଦେଶ୍ୟ ଉପରେ ସନ୍ଦେହ କରୁଛି। କଂଗ୍ରେସ ବ୍ୟତୀତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ଆପ୍ ସରକାର, ବାମପନ୍ଥୀ ଦଳ ସମେତ ଅନ୍ୟ କେତେକ ରାଜନୀତିକ ଦଳ ମଧ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos