ମୁମ୍ୱାଇ: ଜମ୍ମୁ-କଶ୍ମୀରର ପୁଲୱାମାରେ ଗୁରୁବାର ଦ୍ୱିପ୍ରହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ୍ ହୋଇଛନ୍ତି। ଏପରି ଏକ ଦୁଃଖପୂର୍ଣ୍ଣ ଘଟଣା ପାଇଁ ସାରା ଦେଶ ମ୍ରିୟମାଣ ହୋଇପଡିଛି। ବଲିଉଡ୍ ସେଲିବ୍ରିଟି ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି।
ସୋଶାଲ ମିଡିଆରେ ସେଲିବ୍ରିଟିମାନେ ଆତଙ୍କବାଦ ବିରୋଧରେ ନିଜର କ୍ରୋଧକୁ ପରିପ୍ରକାଶ କରିଛନ୍ତି। ସଲମାନ୍ ଖାନ୍, ପ୍ରିୟଙ୍କା ଚୋପ୍ରା, ଅନୁପମ ଖେର୍, ଅକ୍ଷୟ କୁମାର, ଜାବେଦ୍ ଅଖତର୍, ବିକ୍କି କୌଶଲ୍, ହେମା ମାଳିନୀ, ଅଭିଷେକ ବଚ୍ଚନ, ଅକ୍ଷୟ କୁମାର, ସୁନିଲ୍ ଗ୍ରୋଭର୍, ମନୋଜ ବାଜପେୟୀ, ବରୁଣ୍ ଧାଊନ୍ ଓ ଅଜୟ ଦେବଗନ୍ ପ୍ରମୁଖ ସହିଦ୍ ଯବାନଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାର୍ଯ୍ୟକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି।
ଆମିର୍ ଖାନ୍ ଏଭଳି ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଲେଖିଛନ୍ତି, “ପୁଲୱାମାରେ ଆମ ସିଆର୍ପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଶୁଣି ମୁଁ ଶବ୍ଦହୀନ ହୋଇପଡ଼ିଛି। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି।”
I am heartbroken to read about the terrorist attack on our CRPF Jawans in Pulwama. It's so tragic. My heartfelt condolences to the families of the Jawans who have lost their lives.
— Aamir Khan (@aamir_khan) 15 February 2019
ସେହିପରି ପ୍ରିୟଙ୍କା ଚୋପ୍ରା କହିଛନ୍ତି, “ଏହି ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହାକୁ ଶୁଣିବା ପରେ ମୁଁ ନିସ୍ତବ୍ଦ ହୋଇ ପଡ଼ିଛି। ଆହତ ଓ ସହିଦ୍ ଯବାନଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ।”
Absolutely shocked by the attack in #Pulwama...Hate is NEVER the answer!!! Strength to the families of the martyred jawans and the CRPF soldiers injured in the attack.
— PRIYANKA (@priyankachopra) 14 February 2019
ଉରି ଫିଲ୍ମର ହିରୋ ବିକ୍କି କୌଶଲ୍ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ସହିଦ୍ ସିଆର୍ପିଏଫ୍ ଯବାନଙ୍କ ପାଇଁ ମୋ ଆଖିରେ ଲୁହ ଆସି ଯାଉଛି ଏବଂ ଆହତ ଯବାନ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ମୁଁ କାମନା କରୁଛି।”
Deeply saddened and shocked to hear the news of the terror attack in #Pulwama . My heart goes out to the families of the brave CRPF soldiers we lost today and praying for the speedy recovery of those injured. ?
— Vicky Kaushal (@vickykaushal09) 14 February 2019
“ପୁଲୱାମା ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁଁ ନିରାଶ। ସାହାସୀ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।” ଏମିତି ଲେଖିଛନ୍ତି ରଣବୀର୍ ସିଂହ ।
Disgusted at the cowardly terror attack on the #CRPF soldiers in #Pulwama - my sincere condolences to the families of our brave jawans. Saddened. Angry.
— Ranveer Singh (@RanveerOfficial) 14 February 2019
ସେହିପରି ଋଷି କପୁର୍ ଲେଖିଛନ୍ତି, “ଏପରି ଏକ ଲଜ୍ଜ୍ୟାଜନକ ଓ ଆଶ୍ଚର୍ଯ୍ୟ କରି ଦେଉଥିବା ଆକ୍ରମଣ କରିବା କାପୁରୁଷମାନଙ୍କର କାର୍ଯ୍ୟ। ଏହି ଜଘନ୍ୟ ଅପରାଧର ଅପରାଧୀ କେବେ ହେଲେ କଶ୍ମୀର ସହିତ ବନ୍ଧୁତା ସ୍ଥାପନ କରିପାରିବେ ନାହିଁ। ଆମେ ସହିଦ୍ ପରିବାରଙ୍କ ସହିତ ରହିଛୁ।”
Shameful shocking reprehensible . Absolute act of cowardice. Perpetrators of this heinous crime cannot be be friends with people of Kashmir. We stand by the bereaved families.
— Rishi Kapoor (@chintskap) 14 February 2019
ଜାବେଦ୍ ଅଖତର୍ ଲେଖିଛନ୍ତି, “ମୋର ସିଆର୍ପିଏଫ୍ ଯବାନ ସହିତ ବିଶେଷ ସମ୍ୱନ୍ଧ ରହିଥିଲା। ମୁଁ ସେମାନଙ୍କ ପାଇଁ ଜାତୀୟ ସଙ୍ଗୀତ ମଧ୍ୟ ଲେଖିଛି। କଲମକୁ କାଗଜ ଉପରେ ରଖିବା ପୂର୍ବରୁ ମୁଁ ଅନେକ ସିଆର୍ପିଏଫ୍ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲି। ବୀର ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି।”
I have a special relation with CRPF. I have written Their anthem Before putting the pen to paper I met a number of CRPF officers n what ever I learned my respect admiration and love for these braves increased by many a fold Today I share the grief of the dear ones of the martyrs
— Javed Akhtar (@Javedakhtarjadu) 14 February 2019
ଅନୁଷ୍କା ଶର୍ମା ଲେଖିଛନ୍ତି, “ପୁଲୱାମାରେ ଆମ ଭାରତୀୟ ଯବାନଙ୍କୁ ଆକ୍ରମଣ ବହୁତ ଦୁଃଖଦାୟକ ଘଟଣା। ମୁଁ ସହିଦ୍ ସୈନିକଙ୍କ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଉଛି।”
It is extremely painful to read about the attack on our brave #CRPF jawans in #Pulwama. My deepest condolences to the families and loved ones of our martyred soldiers.
— Anushka Sharma (@AnushkaSharma) 14 February 2019
ସେହିପରି କରନ୍ ଜୋହର୍ ଲେଖିଛନ୍ତି, “ମୋର ବିଚାର ଓ ପ୍ରାର୍ଥନା ପୁଲୱାମାରେ ସହିଦ୍ ହୋଇଥିବା ଯବାନଙ୍କ ପରିବାର ସହିତ ରହିଛି।”
My deepest thoughts and prayers are with the victims of the Pulwama attacks and their families.
— Karan Johar (@karanjohar) 14 February 2019
ଅନୁପମ ଖେର୍ କହିଛନ୍ତି, “ପୁଲୱାମାରେ ହୋଇଥିବା ଭୀରୁତାପୂର୍ଣ୍ଣ କାର୍ଯ୍ୟ ପାଇଁ ମୁଁ ବହୁତ ଦୁଃଖୀ। ଯେଉଁ ପରିବାର ତାଙ୍କର ପୁଅ, ଭାଇ, ସ୍ୱାମୀ ଓ ବାପାଙ୍କୁ ହରାଇଛନ୍ତି ମୁଁ ମନରୁ ସେମାନଙ୍କୁ ସମବେଦନା ଜଣାଉଛି ଏବଂ ଆହତମାନେ ଶୀଘ୍ର ଠିକ୍ ହୋଇ ଯାଆନ୍ତି ପ୍ରାର୍ଥନା କରୁଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।