ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ନୂଆ ପ୍ଲାନ୍, କମିଲା ଋଣ ହାର

ନୂଆଦିଲ୍ଲୀ: ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କର ଆସିବ ଅଛେ ଦିନ୍। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କ ଦ୍ୱିତୀୟ ସରକାରର ବର୍ଷେ ପୂର୍ତ୍ତି ଅବସରରେ ଚାଷୀଙ୍କ ପାଇଁ ଭେଟି ବୋଲି କୁହାଯାଉଛି। ଖରିଫ ଋତୁ ୨୦୨୦-୨୧ ଲାଗି ସରକାର ଉତ୍ପାଦନର ବ୍ୟୟର ଦେଢ଼ଗୁଣା ସ୍ତରରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିର୍ଦ୍ଧାରଣ କରିବା ଲାଗି ସରକାର ନିଜର ପ୍ରତିଶ୍ରୁତି […]

modi farmer

Subhransu Sekhar
  • Published: Monday, 01 June 2020
  • , Updated: 01 June 2020, 11:42 PM IST

ନୂଆଦିଲ୍ଲୀ: ଚାଷୀ, ଏମଏସଏମଇ ଏବଂ ଉଠା ଦୋକାନୀଙ୍କର ଆସିବ ଅଛେ ଦିନ୍। କରୋନା ମହାମାରୀ ପାଇଁ ଯେଉଁ କ୍ଷତି ହୋଇଛି ସେଥିରୁ ମୁକୁଳିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦିଙ୍କ ଦ୍ୱିତୀୟ ସରକାରର ବର୍ଷେ ପୂର୍ତ୍ତି ଅବସରରେ ଚାଷୀଙ୍କ ପାଇଁ ଭେଟି ବୋଲି କୁହାଯାଉଛି।

ଖରିଫ ଋତୁ ୨୦୨୦-୨୧ ଲାଗି ସରକାର ଉତ୍ପାଦନର ବ୍ୟୟର ଦେଢ଼ଗୁଣା ସ୍ତରରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନିର୍ଦ୍ଧାରଣ କରିବା ଲାଗି ସରକାର ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି । କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଆଜି ଖରିଫ ଋତୁ ୨୦୨୦-୨୧ ଲାଗି ୧୪ଟି ଫସଲର ଏମଏସପି ଘୋଷଣା କରାଯାଇଛି । ଏହି ୧୪ଟି ଫସଲରେ ବ୍ୟୟ ତୁଳନାରେ ଆୟ ୫୦ରୁ ୮୩% ପର୍ଯ୍ୟନ୍ତ ହେବ ।

କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଲାଗି ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ପରିଶୋଧ କରିବାର ତାରିଖକୁ ଭାରତ ସରକାର ଅଗଷ୍ଟ ୩ ପର୍ଯ୍ୟନ୍ତ ବଢ଼ାଇବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। କୃଷକମାନଙ୍କୁ ସୁଧ ଛାଡ଼ ଓ ଶୀଘ୍ର ପୁନଃପରିଶୋଧର ପ୍ରୋତ୍ସାହନ ଲାଭ ମଧ୍ୟ ମିଳିବ । ସେଭଳି ସ୍ୱଳ୍ପକାଳୀନ କୃଷି ଋଣ ଯାହାର ପରିଶୋଧ ଅବଧି ୧ ମାର୍ଚ୍ଚ ୨୦୨୦ରୁ ୩୧ ଅଗଷ୍ଟ, ୨୦୨୦ ମଧ୍ୟରେ ପଡ଼ୁଛି ସେମାନଙ୍କୁ ବ୍ୟାଙ୍କର ୨% ସୁଧ ଛାଡ଼ ଏବଂ କୃଷକମାନଙ୍କୁ ୩% ଶୀଘ୍ର ପୁନଃପରିଶୋଧ ପ୍ରୋତ୍ସାହନ ଲାଭ ଲଗାତାର ମିଳିବ ।

ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ବ୍ୟାଙ୍କଗୁଡ଼ିକୁ ବାର୍ଷିକ ୨% ପ୍ରତିବର୍ଷ ସୁଧ ଛାଡ଼ ସୁବିଧା ସହିତ କୃଷକମାନଙ୍କୁ ବାର୍ଷିକ ୭% ଦରରେ ଋଣ ପ୍ରଦାନ ବ୍ୟବସ୍ଥା ଏବଂ ନିର୍ଦ୍ଧାରିତ ସମୟରେ ପୁନଃପରିଶୋଧ ଲାଗି କୃଷକମାନଙ୍କୁ ୩% ଅତିରିକ୍ତ ଲାଭ ପ୍ରଦାନ କରାଯିବାର ଅର୍ଥ ହେଉଛି ଚାଷୀମାନଙ୍କ ପାଇଁ ବାର୍ଷିକ ୪% ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପଲବ୍ଧ ହୋଇପାରିବ ।

କୃଷକମାନଙ୍କୁ କିସାନ କ୍ରେଡିଟ କାର୍ଡ ମାଧ୍ୟମରେ ମିଳୁଥିବା ଋଣ ସହିତ ରିହାତି ଦରରେ ସ୍ୱଳ୍ପକାଳୀନ ଫସଲ ଋଣ ପ୍ରଦାନ କରିବା ଲାଗି ସୁଧ ନିବାରଣ ଯୋଜନା ଆରମ୍ଭ କରାଯାଇଛି । ଗତ କିଛି ସପ୍ତାହ ମଧ୍ୟରେ ଅନେକ କୃଷକ ସ୍ୱଳ୍ପକାଳୀନ ଫସଲ ଋଣ ପରିଶୋଧ ନିମନ୍ତେ ବ୍ୟାଙ୍କ ଶାଖା ନିକଟରେ ପହଁଚିବାରେ ସକ୍ଷମ ହୋଇପାରିନାହାନ୍ତି । କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ କୋଟି କୋଟି କୃଷକମାନଙ୍କୁ ସହାୟତା ମିଳିପାରିବ ।

କୃଷକମାନଙ୍କ କଲ୍ୟାଣ ନିମନ୍ତେ ବ୍ୟାପକ ସୁଧାର ନିମନ୍ତେ ଘୋଷଣା କରାଯାଇଛି । କୃଷକମାନଙ୍କ ରୋଜଗାର କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବ୍ୟବସ୍ଥାକୁ ଦୂର କରାଯାଇଛି, ଯାହାଫଳରେ ସେମାନେ ଅଧିକ ଆୟ କରିପାରିବେ । ଏଥିସହିତ କୃଷି ଭିତ୍ତିଭୂମିରେ ନିବେଶ ଲାଗି ଅନେକ ପ୍ରସ୍ତାବ ଦିଆଯାଇଛି । ମତ୍ସ୍ୟପାଳ ଭଳି ସହାୟକ କୃଷି ଗତିବିଧିକୁ ଆର୍ଥିକ ପ୍ୟାକେଜରେ ସାମିଲ କରାଯାଇଛି ।

Related story