ଉଠା ଦୋକାନୀଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ ବୈଠକ। ଏହି ବୈଠକରେ ଉଠାଦୋକାନୀଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଠାଦୋକାନୀମାନଙ୍କୁ ଅଳ୍ପ ସୁଧରେ ଶସ୍ତା ଋଣ ଦେବା ଲାଗି ଏକ ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ ସୁବିଧା ଯୋଜନା-ପିଏମ ସ୍ୱନିଧି-ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧିର ଶୁଭାରମ୍ଭ […]

VENDOR

Subhransu Sekhar
  • Published: Monday, 01 June 2020
  • , Updated: 01 June 2020, 11:43 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷର ପ୍ରଥମ ବୈଠକ। ଏହି ବୈଠକରେ ଉଠାଦୋକାନୀଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଠାଦୋକାନୀମାନଙ୍କୁ ଅଳ୍ପ ସୁଧରେ ଶସ୍ତା ଋଣ ଦେବା ଲାଗି ଏକ ସ୍ୱତନ୍ତ୍ର ମାଇକ୍ରୋ କ୍ରେଡିଟ ସୁବିଧା ଯୋଜନା-ପିଏମ ସ୍ୱନିଧି-ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧିର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ସେମାନଙ୍କୁ ପୁଣିଥରେ କାମ ଆରମ୍ଭ କରିବା ଏବଂ ନିଜର ଜୀବନଜୀବିକା ନିର୍ବାହ କରିବା ଲାଗି ସେମାନଙ୍କୁ ସକ୍ଷମ କରିବା କ୍ଷେତ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସହାୟକ ହୋଇପାରିବ । ବିଭିନ୍ନ ପ୍ରକାରର କ୍ଷୁଦ୍ର ବ୍ୟବସାୟୀ, ଭେଣ୍ଡର, ହକର, ବୁଲା ବିକାଳି, ଉଠାଦୋକାନୀ, ଠେଲାଗାଡ଼ିରେ ଫଳ ବିକ୍ରେତା ଆଦିଙ୍କ ସମେତ ୫୦ ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରୁ ଲାଭ ପାଇପାରିବେ ।

ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସାମଗ୍ରୀରେ ପନିପରିବା, ଫଳ, ରେଡି ଟୁ ଇଟ ଷ୍ଟ୍ରିଟ ଫୁଡ, ଚା’, ପକୁଡ଼ି, ବ୍ରେଡ, ଅଣ୍ଡା, ପୋଷାକ, ଅଳଙ୍କାର, ଜୋତା, କାରିଗର ସାମଗ୍ରୀ, ବହି,ଷ୍ଟେସନାରୀ ଆଦି ସାମିଲ ରହିଛି। ସେବାଗୁଡ଼ିକ ମଧ୍ୟରେ ବାରିକ, ମୋଚି, ପାନ ଦୋକାନୀ ଏବଂ ଲଣ୍ଡ୍ରି ଦୋକାନ ସାମିଲ ରହିଛି । କରୋନା ସଙ୍କଟ ସମୟରେ ଏମାନେ ଯେପରି ଭାବେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କ ପ୍ରତି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ସମ୍ବେଦନଶୀଳ ଅଛନ୍ତି । ଏଭଳି ସମୟରେ ସେମାନଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ଲାଗି ଶସ୍ତା ଋଣ ପ୍ରଦାନ କରାଯିବାର ଜରୁରି ଆବଶ୍ୟକତା ରହିଛି ।

ସହରୀ ସ୍ଥାନୀୟ ପ୍ରଶାସନ ଏହି ଯୋଜନାର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଏହି ଯୋଜନା ଅନେକ କାରଣରୁ ସ୍ୱତନ୍ତ୍ର:

ପ୍ରଥମ ଐତିହାସିକ ଯୋଜନା:

ଏହା ଭାରତ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ଯେ ସହରୀ/ଗ୍ରାମୀଣ କ୍ଷେତ୍ର ପାର୍ଶ୍ଵବର୍ତ୍ତୀ ରାସ୍ତାରେ ସାମଗ୍ରୀ ବିକ୍ରେତା ସହରୀ ଜୀବିକା କାର୍ଯ୍ୟକ୍ରମର ହିତାଧିକାରୀ ହୋଇପାରିଛନ୍ତି । ବୁଲାବିକାଳୀମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟଶୀଳ ପୁଞ୍ଜି ଋଣର ଲାଭ ଉଠାଇପାରିବେ ଯାହାକୁ ସେମାନେ ଗୋଟିଏ ବର୍ଷରେ ମାସିକ କିସ୍ତିରେ ପରିଶୋଧ କରିପାରିବେ । ସଠିକ ସମୟରେ/ଶୀଘ୍ର ଋଣ ପରିଶୋଧ କଲେ ବାର୍ଷିକ ୭% ହାରରେ ସୁଧ ସବସିଡି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ୬ ମାସ ପର୍ଯ୍ୟନ୍ତ ଜମା କରାଯିବ । ଋଣ ଆଗୁଆ ପରିଶୋଧ କରିବା ଲାଗି କୌଣସି ଜୋରିମାନା ପଡ଼ିବ ନାହିଁ ।

ଏହି ଯୋଜନାରେ ଋଣ ସୀମାକୁ ନିର୍ଦ୍ଧାରିତ ସମୟରେ/ଶୀଘ୍ର ପରିଶୋଧ କରିବା ଲାଗି ଋଣ ସୀମାରେ ବୃଦ୍ଧି କରିବାରେ ସହାୟତା ମିଳିଥାଏ ଯାହାଦ୍ୱାରା ବିକ୍ରେତାଙ୍କୁ ଆର୍ଥିକ ଶିଢ଼ିରେ ଚଢ଼ିବା ଲାଗି ନିଜର ମହତ୍ୱକାଂକ୍ଷା ପୂରଣ କରିବାର ସୁଯୋଗ ମିଳିବ ।

ତୃଣମୂଳସ୍ତରରେ ଉପସ୍ଥିତି ଏବଂ ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ସହରାଂଚଳ ଗରିବଙ୍କ ସହିତ ନିବିଡ଼ ସମ୍ପର୍କ ପାଇଁ ପ୍ରଥମର ଏମଏଫଆଇ/ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ/ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କଗୁଡ଼ିକୁ ଏହି ଯୋଜନାରେ ସାମିଲ ହେବାର ଅନୁମତି ଦିଆଯାଇଛି ।

ସଶକ୍ତିକରଣ ଲାଗି ପ୍ରଯୁକ୍ତିର ଉପଯୋଗ:

ପ୍ରଭାବୀ ବିତରଣ ଏବଂ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି ପ୍ରଯୁକ୍ତିର ଲାଭ ଉଠାଇବାର ସରକାରଙ୍କ ଦୃଷ୍ଟି ଅପୁରୂପ ଏହି ଯୋଜନାକୁ ଏଣ୍ଡ ଟୁ ଏଣ୍ଡ ସମାଧାନ ସହିତର ପରିଚାଳନା ଲାଗି ୱେବ ପୋର୍ଟାଲ/ମୋବାଇଲ ଆପ ସହିତ ଏକ ଡିଜିଟାଲ ପ୍ଲାଟଫର୍ମ ବିକଶିତ କରାଯାଉଛି । ଏହି ଆଇଟି ପ୍ଲାଟଫର୍ମ ଭେଣ୍ଡର୍ସମାନଙ୍କୁ ଔପଚାରିକ ଆର୍ଥିକ ପ୍ରଣାଳୀରେ ସାମିଲ କରିବାରେ ସହାୟକ ହେବ । ଏହି ପ୍ଲାଟଫର୍ମ ଋଣ ପରିଚାଳନା ଲାଗି ସିଡବିର ଉଦ୍ୟୋଗୀ ମିତ୍ର ପୋର୍ଟାଲ ଏବଂ ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ପୈସା ପୋର୍ଟାଲ ସହିତ ଯୋଡ଼ିବ ଯାହାଦ୍ୱାରା ସୁଧ ସବସିଡିକୁ ସ୍ୱୟଂକ୍ରିୟ ଭାବେ ନିୟନ୍ତ୍ରଣ କରାଯାଇପାରିବ ।

ଡିଜିଟାଲ କାରବାରକୁ ପ୍ରୋତ୍ସାହନ

ଏହି ଯୋଜନା ରାସ୍ତାକଡ଼ରେ ସାମଗ୍ରୀ ବିକ୍ରି କରୁଥିବା ଲୋକମାନଙ୍କୁ ମାସିକ ନଗଦ ଫେରସ୍ତ ଜରିଆରେ ଡିଜିଟାଲ କାରବାର ନିମନ୍ତେ ପ୍ରୋତ୍ସାହନ ଦେବ।

କ୍ଷମତା ନିର୍ମାଣ ପ୍ରତି ଗୁରୁତ୍ୱ:

ରାଜ୍ୟ ସରକାର, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ସହରାଂଚଳ ଜୀବିକା ମିଶନ, ସହରାଂଚଳ ପ୍ରଶାସନ, ସିଡବି, କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଂଟରପ୍ରାଇଜେସ, ଭାରତୀୟ ରାଷ୍ଟ୍ରୀୟ ପରିଶୋଧ ନିଗମ ଏବଂ ଡିଜିଟାଲ ପେମେଂଟ ଏଗ୍ରେିଗେଟର୍ସର ରାଜ୍ୟ ମିଶନ ସହିତ ମିଶି ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଅଂଶୀଦାରଙ୍କ ପାଇଁ ଏବଂ ଆଇଇସି ଗତିବିଧିର କ୍ଷମତା ନିର୍ମାଣ ନିମନ୍ତେ ଆର୍ଥିକ  ସାକ୍ଷରତା କାର୍ଯ୍ୟକ୍ରମକୁ ଜୁନ ମାସରେ ସାରା ଦେଶରେ ଶୁଭାରମ୍ଭ କରାଯିବ । ଜୁଲାଇ ମାସରେ ଋଣ ପ୍ରଦାନ ଆରମ୍ଭ ହେବ ।

Related story