କେନ୍ଦ୍ରର ନିର୍ଦ୍ଦେଶ, ରୋହିଙ୍ଗ୍ୟାଙ୍କୁ ଠାବ କରି ସ୍କ୍ରିନିଂ କରାଅ

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲିମ୍‌ ଧାର୍ମିକ କାର୍ଯ୍ୟକ୍ରମ ତବଲିଗି ଜମାତ୍‌ରେ ଯୋଗଦେଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଏହି କାରଣରୁ ଏମାନଙ୍କୁ ଠାବ କରିବା ସହ ଏମାନଙ୍କର ସ୍କ୍ରିନିଂ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସମସ୍ତ ରାଜ୍ୟର ପୁଲିସ୍‌ ମୁଖ୍ୟଙ୍କୁ କୁହାଯାଇଛି, ସେମାନେ ବ୍ୟାପକ ଖାନ୍‌ତଲାସି କରି ଏମାନଙ୍କୁ ଠାବ କରିବେ। ବିଭିନ୍ନ କ୍ୟାମ୍ପରୁ କିଛି ରୋହିଙ୍ଗ୍ୟା ଅନ୍ୟତ୍ର ଚାଲିଯାଇଥିବାରୁ ସେମାନଙ୍କୁ ଖୋଜାଯାଇଥିବା। ଏମାନଙ୍କ […]

Rohingya

Subrat Kumar Nayak
  • Published: Friday, 17 April 2020
  • , Updated: 17 April 2020, 10:49 PM IST

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲିମ୍‌ ଧାର୍ମିକ କାର୍ଯ୍ୟକ୍ରମ ତବଲିଗି ଜମାତ୍‌ରେ ଯୋଗଦେଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଏହି କାରଣରୁ ଏମାନଙ୍କୁ ଠାବ କରିବା ସହ ଏମାନଙ୍କର ସ୍କ୍ରିନିଂ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଭଳି ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସମସ୍ତ ରାଜ୍ୟର ପୁଲିସ୍‌ ମୁଖ୍ୟଙ୍କୁ କୁହାଯାଇଛି, ସେମାନେ ବ୍ୟାପକ ଖାନ୍‌ତଲାସି କରି ଏମାନଙ୍କୁ ଠାବ କରିବେ। ବିଭିନ୍ନ କ୍ୟାମ୍ପରୁ କିଛି ରୋହିଙ୍ଗ୍ୟା ଅନ୍ୟତ୍ର ଚାଲିଯାଇଥିବାରୁ ସେମାନଙ୍କୁ ଖୋଜାଯାଇଥିବା। ଏମାନଙ୍କ ଚିହ୍ନଟକୁ ପ୍ରାଥମିକତା ଦେବାକୁ ଏହି ଅବସରରେ କୁହାଯାଇଛି।

ଏହି ନିର୍ଦ୍ଦେଶରେ କୁହାଯାଇଛି, ଖବର ଆସିଛି ରୋହିଙ୍ଗ୍ୟା ମୁସଲିମ୍‌ ଇଜ୍‌ତେମା ଏବଂ ତବଲିଗି ଜମାତ୍‌ରେ ଯୋଗଦେଇଥିଲେ। ତେଣୁ ସେମାନଙ୍କୁ ମଧ୍ୟ ସଂକ୍ରମଣର ସମ୍ଭାବନା ରହିଛି। ବିଶେଷ କରି ହାଇଦ୍ରାବାଦ, ତେଲେଙ୍ଗାନା, ଦିଲ୍ଲୀ, ପଞ୍ଜାବ, ଜମ୍ମୁ ଏବଂ ମେୱଟ୍‌ରେ ଥିବା କ୍ୟାମ୍ପଗୁଡ଼ିକରୁ ରୋହିଙ୍ଗ୍ୟା ଏଥିରେ ଯୋଗ ଦେଇଥିବା କୁହାଯାଉଛି। ଏମାନେ ଏଥିରେ ଯୋଗଦେବାପରେ ଆଉ କ୍ୟାମ୍ପ ଫେରିନାହାନ୍ତି।

Related story