ଡିସେମ୍ୱର ପାଇଁ କୋଭିଡ୍ ଗାଇଡ୍ ଲାଇନ୍ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଶୀତ ଦିନରେ କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇଛନ୍ତି। ଏବେ ଡିସେମ୍ୱର ମାସ ପାଇଁଲ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଯେଉଁଥିରେ ଗୃହ ମନ୍ତ୍ରାଳୟ କହିଛି କଣ୍ଟେନମେଣ୍ଟ ଜୋନ୍, ଆକ୍ରାନ୍ତ କାହା ସହିତ ଯୋଗାଯୋଗରେ ଥିଲେ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଡିସେମ୍ୱର ଏକ ତାରିଖରୁ ଏହି ସମସ୍ତ ଦିଗ ଉପରେ କଡ଼ା ନଜର ରଖିବାକୁ କେନ୍ଦ୍ର […]

France And Germany Thrust Into Lockdown

France And Germany Thrust Into Lockdown

Subhransu Sekhar
  • Published: Wednesday, 25 November 2020
  • Updated: 25 November 2020, 05:19 PM IST

Sports

Latest News

ନୂଆଦିଲ୍ଲୀ: ଶୀତ ଦିନରେ କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ କରାଇଛନ୍ତି। ଏବେ ଡିସେମ୍ୱର ମାସ ପାଇଁଲ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଯେଉଁଥିରେ ଗୃହ ମନ୍ତ୍ରାଳୟ କହିଛି କଣ୍ଟେନମେଣ୍ଟ ଜୋନ୍, ଆକ୍ରାନ୍ତ କାହା ସହିତ ଯୋଗାଯୋଗରେ ଥିଲେ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ଡିସେମ୍ୱର ଏକ ତାରିଖରୁ ଏହି ସମସ୍ତ ଦିଗ ଉପରେ କଡ଼ା ନଜର ରଖିବାକୁ କେନ୍ଦ୍ର ସରକାର କହିଛନ୍ତି। ଦେଶର କେତେକ ରାଜ୍ୟରେ କରୋନା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଏହି ସମୟରେ ଗୃହ ମନ୍ତ୍ରଣାଳୟ ମନିଟରିଂ କରିବା ସହିତ ସତର୍କତା ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଏହି ଗାଇଡ୍ ଲାଇନ୍ ବର୍ଷ ଶେଷ ଯାଏ ବଳବତ୍ତର ରହିବ।

ତେବେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଇଛି ଗୃହ ମନ୍ତ୍ରାଳୟ। ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ସିନେମା ହଲ୍, ଥିଏଟର। କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ବି ଅନୁମତି ଦେଇଛନ୍ତି ସରକାର। ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ମିଳିଛି। ସେହିପରି ସାମାଜିକ, କ୍ରୀଡ଼ା, ମନୋରଂଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ଦେଇଛି କେନ୍ଦ୍ର।

କୋଭିଡକୁ ରୋକିବା ନେଇ ଯେଉଁ ସବୁ ବ୍ୟବସ୍ଥା ସଫଳ ହୋଇଛି ସେହି ସବୁ ବ୍ୟବସ୍ଥା ଆପଣାଇବାକୁ କହିଛି କେନ୍ଦ୍ର। ଯାହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା କମିବ। ନିୟମ ଗୁଡ଼ିକୁ ସଠିକ୍ ଭାବରେ ପାଳନ ହେଉଛି କି ନାହିଁ ସେ ଦିଗରେ ସୁନିଶ୍ଚିତ କରାଇବାକୁ ରାଜ୍ୟକୁ କେନ୍ଦ୍ର କହିଛି।

ନିୟମ କଡାକଡି ପାଳନ ନେଇ ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ପୌରପାଳିକା ଅଧିକାରୀଙ୍କୁ ସରକାର ଉତ୍ତରଦାୟୀ କରିଛନ୍ତି । ସ୍ଥିତି ବେକାବୁ ହେଲେ ରାଜ୍ୟମାନେ ସ୍ଥାନୀୟ ପ୍ରତିବନ୍ଧକ ଲଗାଇ ପାରନ୍ତି ବୋଲି ଗୃହ ମନ୍ତ୍ରାଳୟ କହିଛି।

ଗତକାଲି କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। ଏହି ଅବସରରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ଶାହ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ପ୍ରସଙ୍ଗରେ ଆଲୋଚନା କରିବା ବେଳେ ମୁଖ୍ୟମନ୍ତ୍ରୀ ମାନଙ୍କୁ ତିନୋଟି ଟାର୍ଗେଟ୍ ପୂରଣ କରିବାକୁ କହିଥିଲେ।

ସେ କହିଥିଲେ, ସମସ୍ତ ମୁଖ୍ୟମନ୍ତ୍ରୀ ପ୍ରଥମେ କରୋନା ମୃତ୍ୟୁ ହାରକୁ ଏକ ପ୍ରତିଶତରୁ କମ୍ କରିବାକୁ ଚେଷ୍ଟା କରିବା ଉଚିତ। ଦ୍ୱିତୀୟରେ ସଂକ୍ରମିତ ହେଉଥିବା ମାମଲାକୁ ପାଞ୍ଚ ପ୍ରତିଶତରୁ ଅଧିକ ନହେବା ଦରକାର ବୋଲି ସେ ଆହ୍ୱାନ କରିଛନ୍ତି। ତୃତୀୟ ଟାର୍ଗେଟ୍ ହେଲା କଣ୍ଟେନମେଣ୍ଟ ଜୋନ କିଭଳି ସକ୍ରିୟ ହୋଇପାରିବ।

ଯଥାଶୀଘ୍ର ରାଜ୍ୟ ସରକାର ଏ ଦିଗରେ କାମ କରିବା ଦରକାର ବୋଲି ଶାହ କହିଛନ୍ତି। ଏହାବାଦ୍ ସେ କହିଛନ୍ତି ଯେ କରୋନା ଦାୟିତ୍ୱରେ ଥିବା ଅଧିକାରୀ ପ୍ରତି ସପ୍ତାହରେ ରେଡ୍ ଜୋନ୍ ପରିଦର୍ଶନ କରିବା ସହ ସଂଗୃହିତ ତଥ୍ୟକୁ ଆଧାର କରି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ଥିତି ପରିବର୍ତ୍ତନ କରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story