ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି; ସୁଧ ଉପରେ ପଡ଼ିବନି ସୁଧ

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଛି ବଡ଼ ଧରଣର ଆଶ୍ୱସ୍ତି । ସୁଧ ଉପରେ ଆଉ ସୁଧ ପଡ଼ିବ ନାହିଁ।  ୨ କୋଟି ଟଙ୍କାର ଋଣ ଯାଏ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ନିଜେ ଏହି ସୁଧର ଆର୍ଥିକ ବୋଝ ବୋହିବେ  । ସମସ୍ତ ପ୍ରକାର MSME, ଶିକ୍ଷାଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ। କରୋନା […]

INTEREST

Niharika Rout
  • Published: Saturday, 03 October 2020
  • , Updated: 03 October 2020, 11:19 AM IST

ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ମିଳିଛି ବଡ଼ ଧରଣର ଆଶ୍ୱସ୍ତି । ସୁଧ ଉପରେ ଆଉ ସୁଧ ପଡ଼ିବ ନାହିଁ।  ୨ କୋଟି ଟଙ୍କାର ଋଣ ଯାଏ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ନିଜେ ଏହି ସୁଧର ଆର୍ଥିକ ବୋଝ ବୋହିବେ  । ସମସ୍ତ ପ୍ରକାର MSME, ଶିକ୍ଷାଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ ପ୍ରତି ଏହା ଲାଗୁ ହେବ।

କରୋନା ପାଇଁ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ଆଗରୁ କିସ୍ତି ସୁଝିବାର ସମୟ ୬ ମାସ ଘୁଞ୍ଚାଇ ଦିଆଯାଇଥିଲା । ଅର୍ଥାତ ୬ ମାସ ଯାଏ କିସ୍ତି ନ ଦେଲେ ମଧ୍ୟ ତା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ କି ତାକୁ NPA ଘୋଷଣା କରାଯିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ କିସ୍ତି ଘୁଞ୍ଚିଥିଲେ ମଧ୍ୟ ସୁଧ ଉପରେ ସୁଧ ପଡ଼ୁଥିଲା । ଏହା ଦ୍ୱାରା ଗ୍ରାହକଙ୍କ ପ୍ରକୃତରେ କିଛି ଫାଇଦା ମିଳୁନଥିଲା । ସେମାନଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡୁଥିଲା ।

ଏହାକୁ ବିରୋଧ କରି ଚାରି ଆଡୁ ଦାବି ହେବା ପରେ ଓ ଏକ କମିଟି ସୁପାରିଶ କରିବା ପରେ ଶେଷରେ ସୁଧ ଉପରେ ସୁଧ ନ ନେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର ।  କେନ୍ଦ୍ର ସରକାର ନିଜେ ଏହି ସୁଧର ଆର୍ଥିକ ବୋଝ ବୋହିବେ  । ଏଥିପାଇଁ ସଂସଦର ଅନୁମତି ଲୋଡ଼ାଯିବ ବୋଲି କୁହାଯାଇଛି।

ସବୁ କ୍ଷେତ୍ରରେ କିନ୍ତୁ ଏହି ସୁଧ ଛାଡ଼ ଲାଗୁ କଲେ ପ୍ରାୟ ୬ ଲକ୍ଷ କୋଟିର ଅତିରିକ୍ତ ବୋଝ ପଡ଼ିଯିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ଦ୍ୱାରା ବ୍ୟାଙ୍କ ତିଷ୍ଠିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଯିବ। ତେଣୁ ଦେଶ କରୋନା ମହାମାରୀ ପରି ବିପତ୍ତିର ସମ୍ମୁଖୀନ ହେଉଥିବା ବେଳେ MSME, ଶିକ୍ଷାଋଣ, ଗୃହ ଋଣ, କ୍ରେଡିଟ କାର୍ଡ, ଗାଡ଼ି ଋଣ କ୍ଷେତ୍ରରେ ଏହି ସୁଧ ଛାଡ଼ ଲାଗୁ କରାଯାଇଛି।

 

Related story