ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ମୁକାବିଲା ପାଇଁ ଆସିବେ କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ଜୁନ୍‌ ମାସରେ ଓଡ଼ିଶା ସମେତ ଦେଶର ୧୫ଟି ରାଜ୍ୟରେ ସଂକ୍ରମଣର ବେଗ ଜୋରାଦାର ହୋଇଛି। ରାଜ୍ୟ ସରକାରମାନେ ଏହାର ମୁକାବିଲା କରିବାରେ ସକ୍ଷମ ହେଉ ନଥିବାରୁ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞ ଟିମ ଗଠନ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ବିଶେଷଜ୍ଞ ଟିମ୍‌ ୧୫ ରାଜ୍ୟର ୫୦ରୁ ଅଧିକ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବ। ଏଥିସହ […]

dsa

Hemant Lenka
  • Published: Tuesday, 09 June 2020
  • , Updated: 09 June 2020, 05:19 PM IST

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ବିଶେଷ କରି ଜୁନ୍‌ ମାସରେ ଓଡ଼ିଶା ସମେତ ଦେଶର ୧୫ଟି ରାଜ୍ୟରେ ସଂକ୍ରମଣର ବେଗ ଜୋରାଦାର ହୋଇଛି। ରାଜ୍ୟ ସରକାରମାନେ ଏହାର ମୁକାବିଲା କରିବାରେ ସକ୍ଷମ ହେଉ ନଥିବାରୁ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶେଷଜ୍ଞ ଟିମ ଗଠନ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ବିଶେଷଜ୍ଞ ଟିମ୍‌ ୧୫ ରାଜ୍ୟର ୫୦ରୁ ଅଧିକ ଜିଲ୍ଲାକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିବ। ଏଥିସହ ରାଜ୍ୟ ସରକାର ଓ ଜିଲ୍ଲା କିମ୍ବା ପୌରପାଳିକା ଅଧିକାରୀଙ୍କୁ କରୋନା ନିୟନ୍ତ୍ରଣରେ ସହାୟତା କରିବ। ଏଥିସହ କରୋନାକୁ କେମିତି ମାତ ଦିଆଯାଇ ପାରିବ, ତା’ର ବ୍ୟବସ୍ଥା ମଧ୍ୟ ଏହି ବିଶେଷଜ୍ଞ ଟିମ୍‌ ପ୍ରଦାନ କରିବ।

ଓଡ଼ିଶାର ୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଅଧିକା ଥିବାରୁ ଏଥିପାଇଁ ମଧ୍ୟ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ଏହି ୫ ଜିଲ୍ଲାକୁ କେନ୍ଦ୍ରୀୟ ଟିମ୍‌ ଆସିବେ। ସ୍ଥାନୀୟ ପ୍ରଶାସନ ସହ ମିଶି କରୋନା ମୁକାବିଲା କରିବେ।

ସେହିପରି ମହାରାଷ୍ଟ୍ରର ୭, ତେଲେଙ୍ଗାନାର ୪, ତାମିଲନାଡୁର ୭, ରାଜସ୍ଥାନର ୫, ଆସାମର ୬, ହରିଆଣାର ୪, ଗୁଜରାଟର ୩, କର୍ଣ୍ଣାଟକାର ୪, ଉତ୍ତରାଖଣ୍ଡର ୩, ମଧ୍ୟପ୍ରଦେଶର ୫, ପଶ୍ଚିମବଙ୍ଗର ୩, ଦିଲ୍ଲୀର ୩, ବିହାରର ୪, ଉତ୍ତର ପ୍ରଦେଶର ୪ ଜିଲ୍ଲା ରହିଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି।

Related story