ଦୁଷ୍କର୍ମ ମାମଲା: ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ

ନୂଆଦିଲ୍ଲୀ: ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜଫ୍ରେମ। ଚାରିବର୍ଷ ତଳେ ଜଣେ ଜୁନିୟର କର୍ମଚାରୀଙ୍କୁ ଦୁଷ୍ମର୍ମ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଛି। ଆଜି ଗୋଆାର ଏକ କୋର୍ଟରେ ଶୁଣାଣି ବେଳେ ତରୁଣ ତେଜପାଲଙ୍କ ଓକିଲ ଆଉ ଏକ ମାସ ପରେ ଚାର୍ଜଫ୍ରେମ କରିବା ପାଇଁ କୋର୍ଟରେ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ତରୁଣଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏଥିସହ ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ହାଜର […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 02:09 PM IST

ନୂଆଦିଲ୍ଲୀ: ତେହେଲକା ମାଗାଜିନର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜଫ୍ରେମ। ଚାରିବର୍ଷ ତଳେ ଜଣେ ଜୁନିୟର କର୍ମଚାରୀଙ୍କୁ ଦୁଷ୍ମର୍ମ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଛି।

ଆଜି ଗୋଆାର ଏକ କୋର୍ଟରେ ଶୁଣାଣି ବେଳେ ତରୁଣ ତେଜପାଲଙ୍କ ଓକିଲ ଆଉ ଏକ ମାସ ପରେ ଚାର୍ଜଫ୍ରେମ କରିବା ପାଇଁ କୋର୍ଟରେ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ତରୁଣଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏଥିସହ ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ଚାର୍ଜଫ୍ରେମ ଦାଖଲ ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧ରେ ହେବ।

Related story