ଦିଲ୍ଲୀ ଦଙ୍ଗା ଘଟଣାରେ ଚାର୍ଜଶିଟ୍ ଦାଖଲ, ବିଜେପି ନେତାଙ୍କ ନାମ ସାମିଲ୍

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ବିଜେପି ନେତାଙ୍କ ନାମ ସାମ୍ନାକୁ ଆସିଛି। ପୁଲିସ ଚାର୍ଜଶିଟ୍ ଦାଖଲ କରିବା ବେଳେ ବିଜେପି ନେତା ହତ୍ୟା ମାମଲାରେ ସଂପୃକ୍ତି ଥିବା ପୁଲିସ ଦର୍ଶାଯାଇଛି। ଫେବୃଆରୀ ୨୫-୨୬ରେ ରାଜଧାନୀ ଦିଲ୍ଲୀର ଗୋକଲପୁରୀରେ ଦଙ୍ଗା ହୋଇଥିଲା। ଏଥିରେ ୨୫ ବର୍ଷୀୟ ଇରଫାନ ହତ୍ୟାର ଶିକାର ହୋଇଥିଲେ। ଏହି ମାମଲାରେ ପୁଲିସ ଚାର୍ଜଶିଟ୍ ଦାଖଲ କରିଛି। ଯେଉଁଥିରେ ବିଜେପିର ବ୍ରହ୍ମପୁରୀ ମଣ୍ଡଳର ମହାମନ୍ତ୍ରୀ ବ୍ରଜମୋହନ ଶର୍ମାଙ୍କ ନାମ ରହିଛି। ଏହି ବିଜେପି […]

delhi riots

delhi riots

Subhransu Sekhar
  • Published: Saturday, 04 July 2020
  • Updated: 04 July 2020, 12:13 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ବିଜେପି ନେତାଙ୍କ ନାମ ସାମ୍ନାକୁ ଆସିଛି। ପୁଲିସ ଚାର୍ଜଶିଟ୍ ଦାଖଲ କରିବା ବେଳେ ବିଜେପି ନେତା ହତ୍ୟା ମାମଲାରେ ସଂପୃକ୍ତି ଥିବା ପୁଲିସ ଦର୍ଶାଯାଇଛି। ଫେବୃଆରୀ ୨୫-୨୬ରେ ରାଜଧାନୀ ଦିଲ୍ଲୀର ଗୋକଲପୁରୀରେ ଦଙ୍ଗା ହୋଇଥିଲା। ଏଥିରେ ୨୫ ବର୍ଷୀୟ ଇରଫାନ ହତ୍ୟାର ଶିକାର ହୋଇଥିଲେ। ଏହି ମାମଲାରେ ପୁଲିସ ଚାର୍ଜଶିଟ୍ ଦାଖଲ କରିଛି। ଯେଉଁଥିରେ ବିଜେପିର ବ୍ରହ୍ମପୁରୀ ମଣ୍ଡଳର ମହାମନ୍ତ୍ରୀ ବ୍ରଜମୋହନ ଶର୍ମାଙ୍କ ନାମ ରହିଛି।

ଏହି ବିଜେପି ନେତା ଦିଲ୍ଲୀ ଦଙ୍ଗା ମାମଲାରେ ପୂର୍ବରୁ ଜେଲରେ ଅଛନ୍ତି। ୪୧ ବର୍ଷୀୟ ବ୍ରଜ ମୋହନ ୨୮ ମାର୍ଚ୍ଚରେ ପଡ଼ୋଶୀ ସନି ସିଂହ (୩୨) ସହିତ ମିଶି ଇରଫାନଙ୍କୁ ହତ୍ୟା କରିବା ମାମଲାରେ ପୁଲିସ ଗିରଫ କରି ରଖିଛି। ପଚରାଉଚରା ବେଳେ ବ୍ରଜମୋହନ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି ବୋଲି ଚାର୍ଜଶିଟରେ ଉଲ୍ଲେଖ ରହିଛି। ବ୍ରଜମୋହନଙ୍କ ବାପା ହରିଶ ଚନ୍ଦ୍ର ଶର୍ମା। ସେ ଦିଲ୍ଲୀ ବିଜେପିର ନେତା। ବିଜେପିର କୃଷକ ମୋର୍ଚ୍ଚାର ଉପସଭାପତି ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos