ଚେନ୍ନାଇରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଚେନ୍ନାଇ: କାୟା ମେଲାଇ ଚାଲିଛି କରୋନା ଭାଇରସ। ପ୍ରତିଦିନ ଦେଶରେ ଓ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରବିବାର ଗୋଟିଏ ଦିନରେ ଚେନ୍ନାଇରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚେନ୍ନାଇରୁ ଲଗାତାର ତିନି ଧରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତାମିଲନାଡୁରୁ ରବିବାର ମୋଟ୍ ୬୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚେନ୍ନାଇରୁ କେବଳ ୫୦୯। ଆକ୍ରାନ୍ତଙ୍କ ମଧ୍ୟରୁ ୭୬ ପ୍ରତିଶତ ଚେନ୍ନାଇର ବୋଲି ଜଣାପଡ଼ିଛି। ମୋଟ୍ ୬୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨ […]

chennai_market

Subhransu Sekhar
  • Published: Sunday, 10 May 2020
  • , Updated: 10 May 2020, 09:32 PM IST

ଚେନ୍ନାଇ: କାୟା ମେଲାଇ ଚାଲିଛି କରୋନା ଭାଇରସ। ପ୍ରତିଦିନ ଦେଶରେ ଓ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରବିବାର ଗୋଟିଏ ଦିନରେ ଚେନ୍ନାଇରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚେନ୍ନାଇରୁ ଲଗାତାର ତିନି ଧରି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତାମିଲନାଡୁରୁ ରବିବାର ମୋଟ୍ ୬୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚେନ୍ନାଇରୁ କେବଳ ୫୦୯। ଆକ୍ରାନ୍ତଙ୍କ ମଧ୍ୟରୁ ୭୬ ପ୍ରତିଶତ ଚେନ୍ନାଇର ବୋଲି ଜଣାପଡ଼ିଛି। ମୋଟ୍ ୬୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୨ ଜଣ ପୁରୁଷ ହୋଇଥିବା ବେଳେ ୨୫୭ ଜଣ ମହିଳା ରହିଛନ୍ତି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏଯାବତ ରାଜ୍ୟରେ ମୋଟ୍ ୭,୨୦୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୫, ୧୯୫ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧,୯୫୯ଜଣ ଡିସଚାର୍ଜ ହୋଇଛନ୍ତି ୪୭ ଜଣଙ୍କର ମୃତ୍ୟୁ ଘଟିଛି।

ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ ପରେ ତାମିଲନାଡୁ କରୋନାର ହଟସ୍ପଟ ରହିଛି। ଚେନ୍ନାଇ ସମେତ ଅନେକ ଜିଲ୍ଲା ରେଡ୍ ଜୋନରେ ରହିଛି। ହେଲେ ଚେନ୍ନାଇରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମୁଖ୍ୟତଃ କୋୟାମବେଡୁ ବଜାର ଜନଗହଳି ଅଞ୍ଚଳ ହୋଇ ରହିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ବୋଲି ଜଣାପଡ଼ିଛି।

Related story