ଯୋଗୀଙ୍କ ବ୍ରେନ୍ ଡେଡ୍, ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କର ବ୍ରେନ୍ ଡେଡ୍ ରହିଥିବା ବେଳେ ଏବେ ସେ କୋମାରେ ରହିଛନ୍ତି। ରବିବାର ତାଙ୍କୁ ହୃଦଘାତ ହେବା ପରେ ଜାରି ହୋଇଥିବା ମେଡିକାଲ ବୁଲେଟିନରୁୁ ଏହି ସୂଚନା ମିଳିଛି। ଯେଉଁଥିରେ ଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଆଗାମୀ ୪୮ ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ରହିଥିବା ସୂଚନା ରହିଛି। ଅଜିତ ଯୋଗୀ ଏବେ ରାୟପୁର ସ୍ଥିତ ଶ୍ରୀ ନାରାୟଣ […]

ajit-jogi

ajit-jogi

Subhransu Sekhar
  • Published: Sunday, 10 May 2020
  • Updated: 10 May 2020, 03:58 PM IST

Sports

Latest News

ରାୟପୁର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ତାଙ୍କର ବ୍ରେନ୍ ଡେଡ୍ ରହିଥିବା ବେଳେ ଏବେ ସେ କୋମାରେ ରହିଛନ୍ତି। ରବିବାର ତାଙ୍କୁ ହୃଦଘାତ ହେବା ପରେ ଜାରି ହୋଇଥିବା ମେଡିକାଲ ବୁଲେଟିନରୁୁ ଏହି ସୂଚନା ମିଳିଛି। ଯେଉଁଥିରେ ଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଆଗାମୀ ୪୮ ଘଣ୍ଟା ବହୁ ଗୁରୁତ୍ୱପୂର୍ଣ୍ଣ ରହିଥିବା ସୂଚନା ରହିଛି। ଅଜିତ ଯୋଗୀ ଏବେ ରାୟପୁର ସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ସୁନୀଲ ଖେମକା କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଡାକ୍ତର ପଙ୍କଜ ଓମାରଙ୍କ ନେତୃତ୍ୱରେ ଯୋଗୀଙ୍କ ଚିକିତ୍ସା ଚାଲିଥିବା ସେ କହିଛନ୍ତି।

ଖେମକା ଆହୁରି କହିଛନ୍ତି, ଅଜିତଙ୍କ ହୃଦ ସ୍ପନ୍ଦନ ଏବେ ସ୍ୱାଭାବିକ ରହିଛି। ବ୍ଲଡ ପ୍ରେସରକୁ ମଧ୍ୟ ଔଷଧ ଜରିଆରେ ନିୟନ୍ତ୍ରଣ କରାଯାଇଛି। ହେଲେ ଶନିବାର ତାଙ୍କ ନିଃଶ୍ୱାସ ଅଟକି ଯିବା ପରେ ବ୍ରେନକୁ ଅକ୍ସିଜେନ୍ ଯାଇପାରିନଥିଲା। ଏହାପରେ ତାଙ୍କ ବ୍ରେନ୍ ପ୍ରଭାବିତ ହୋଇଛି। କହିବାକୁ ଗଲେ ଆକ୍ଟିଭ ନାହିଁ। ଚିକିତ୍ସକଙ୍କ ଭାଷାରେ ଏଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ହାଇପୋକ୍ସିୟା କୁହାଯାଏ।

ସୂଚନାଯୋଗ୍ୟ, ଅଜିତ ଯୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ଶନିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଜ ଘରେ ପରିବାର ଲୋକଙ୍କ ସହିତ ହୁଇଲ୍ ଚେୟାରରେ ବଗିଚା ବୁଲୁଥିଲେ। ଏହି ସମୟରେ ଅଚେତ ହୋଇ ପଡ଼ିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ରାଜନୀତିରେ ଯୋଗ ଦେଇଥିଲେ ଯୋଗୀ। ଅଜିତ ବର୍ତ୍ତମାନ ଛତିଶଗଡ଼ର ମାରବାହୀର ବିଧାୟକ ରହିଛନ୍ତି। ତାଙ୍କ ସ୍ତ୍ରୀ ରେଣୁ ଯୋଗୀ କୋଟାର ବିଧାୟକ ରହିଛନ୍ତି।

୨୦୦୦ ମସିହାରେ ଛତିଶଗଡ଼ ରାଜ୍ୟର ନିର୍ମାଣ ହୋଇଥିଲା। ୨୦୦୩ ଯାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ଅଜିତ ଯୋଗୀ। ସେତେବେଳେ ସେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ତେବେ ୨୦୦୩ ବିଧାନସଭା ନିର୍ବାଚନରେ ସେ ହାରିଯାଇଥିଲେ। କଂଗ୍ରେସ ସହିତ ମତପାର୍ଥକ୍ୟ ହେବା ପରେ ୨୦୧୬ରେ ସେ ଜନତା କଂଗ୍ରେସ ଛତିଶଗଡ଼ ଗଠନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos