ଛତିଶଗଡ଼ରେ ‘ନ୍ୟାୟ’ ଯୋଜନା ଆରମ୍ଭ ହେବ

ରାୟପୁର: ଛତିଶଗଡ ସରକାର କିସାନ ନ୍ୟାୟ ଯୋଜନା ଆରମ୍ଭ କରିବ। ମେ’ ୨୧ରୁ ଏହି ଯୋଜନା ଆରମ୍ଭ କରିବେ ବାଘେଲ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକି ଅବସରେ ଏହି ଯୋଜନାର ଶୁଭାରମ୍ଭ ହେବ। ଏହା ଦ୍ୱାରା ରାଜ୍ୟର ୨୦ ଲକ୍ଷ ଚାଷୀ ଉପକୃତ ହେବେ। ଏହି ଯୋଜନାରେ ଧାନ ଚାଷ, ଆଖୁ, ମକା ଚାଷ ପାଇଁ ଆବଶ୍ୟକ ଟଙ୍କା ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ତେବେ ଚାଷୀଙ୍କ ଆକାଉଣ୍ଟକୁ ସରକାର କେତେ […]

bhupesh-baghel

Subhransu Sekhar
  • Published: Monday, 18 May 2020
  • , Updated: 18 May 2020, 11:06 PM IST

ରାୟପୁର: ଛତିଶଗଡ ସରକାର କିସାନ ନ୍ୟାୟ ଯୋଜନା ଆରମ୍ଭ କରିବ। ମେ’ ୨୧ରୁ ଏହି ଯୋଜନା ଆରମ୍ଭ କରିବେ ବାଘେଲ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକି ଅବସରେ ଏହି ଯୋଜନାର ଶୁଭାରମ୍ଭ ହେବ। ଏହା ଦ୍ୱାରା ରାଜ୍ୟର ୨୦ ଲକ୍ଷ ଚାଷୀ ଉପକୃତ ହେବେ। ଏହି ଯୋଜନାରେ ଧାନ ଚାଷ, ଆଖୁ, ମକା ଚାଷ ପାଇଁ ଆବଶ୍ୟକ ଟଙ୍କା ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ତେବେ ଚାଷୀଙ୍କ ଆକାଉଣ୍ଟକୁ ସରକାର କେତେ ଟଙ୍କା ପଠାଇବେ ତାହା ମେ’ ୨୧ରେ ଜଣାପଡ଼ିବ ବୋଲି ସୂଚନା ରହିଛି।

ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାୟ ଯୋଜନା ଛତିଶଗଡ଼ରେ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏହାର ଆରମ୍ଭ ୨୧ ତାରିଖରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଘୋଷଣା କରିଥିଲେ।

ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ଏହି ଯୋଜନାକୁ ନେଇ କଂଗ୍ରେସ ନାରା ଦେଇଥିଲା। ଚାଷୀଙ୍କୁ ସର୍ବନିମ୍ନ ସହାୟତା କରି ଆର୍ଥିକ ସଶକ୍ତ କରାଇବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ରାହୁଲ ଗାନ୍ଧୀ କହିଥିଲେ। ଏହାପରେ କ୍ଷମତାକୁ ଫେରିବା ପରେ ବାଘେଲ ଏହାର କାର୍ଯ୍ୟକାରିତା ଆରମ୍ଭ କରିଥିଲେ।

Related story