ରାୟପୁର: ଛତିଶଗଡ଼ରେ ପ୍ରଥମ ପର୍ଯ୍ଯାୟ ମତଦାନ ପୂର୍ବରୁ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ସାଲେଘାଟ ଜଙ୍ଗଲରେ ନକ୍ସଲ ଓ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୨ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସୁରକ୍ଷାକର୍ମୀଙ୍କ ଗୁଳିରେ ନକ୍ସଲଙ୍କର ଅନେକ କ୍ଷତି ହୋଇଥିବା ଜଣାପଡ଼ିଛି।
ଗତକାଲି ଛତିଶଗଡ଼ର କାଙ୍କେରରେ ନକ୍ସଲ ଓ ବିଏସଏଫ ଯବାନ ମୁହାଁମୁହିଁ ହୋଇଥିଲେ। ଏଥିରେ ୪ ଯବାନ ସହିଦ ହୋଇଥିଲେ। ମହାଲା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେମାନଙ୍କୁ ଘେରିଯିବା ସହ ଗୁଳି ଚଳାଇଥିଲେ। ଯେଉଁଥିରେ ୪ ଯବାନ ସହିଦ ହୋଇଥିଲେ । ତେବେ ଆଜି ବି ସର୍ଚ୍ଚ ଅପରେସନ ଚାଲିଥିବା ଜଣାପଡ଼ିଛି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜ୍ୟ ଗୃହମନ୍ତ୍ରୀ ତମରଧ୍ବଜ ସାହୁ ସହିଦ ଯବାନଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।