ସେନାଧ୍ୟକ୍ଷ ନିଜ କଥା ବୁଝନ୍ତୁ: ଚିଦାମ୍ବରମ୍‌

ଥିରୁଭନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନକୁ ରାଜନେତାଙ୍କ ବିରୋଧକୁ ସମାଲୋଚନା କରି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଏବେ ଚର୍ଚ୍ଚାରେ। କଂଗ୍ରେସ ସମେତ ବେଶ କିଛି ରାଜନୀତିକ ଦଳ ଏହାକୁ ନାପସନ୍ଦ କରି ଆସୁଛନ୍ତି। ଆଜି ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି, ତାଙ୍କ ସହ ଜଡ଼ିତ ନଥିବା ପ୍ରସଙ୍ଗରୁ ସେ ଦୂରେଇ ରୁହନ୍ତୁ। ସେ ଏହି ପ୍ରସଙ୍ଗରେ କହିଛନ୍ତି, “ରାଜନୀତିକ ଲୋକେ କ’ଣ କରିବେ କହିବା ସେନାର କାମ ନୁହେଁ। ଆମେ ଆପଣଙ୍କୁ […]

Chida

Subrat Kumar Nayak
  • Published: Saturday, 28 December 2019
  • , Updated: 28 December 2019, 05:56 PM IST

ଥିରୁଭନନ୍ତପୁରମ୍‌: ନାଗରିକତା ସଂଶୋଧନ ଆଇନକୁ ରାଜନେତାଙ୍କ ବିରୋଧକୁ ସମାଲୋଚନା କରି ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଏବେ ଚର୍ଚ୍ଚାରେ। କଂଗ୍ରେସ ସମେତ ବେଶ କିଛି ରାଜନୀତିକ ଦଳ ଏହାକୁ ନାପସନ୍ଦ କରି ଆସୁଛନ୍ତି। ଆଜି ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି, ତାଙ୍କ ସହ ଜଡ଼ିତ ନଥିବା ପ୍ରସଙ୍ଗରୁ ସେ ଦୂରେଇ ରୁହନ୍ତୁ।

ସେ ଏହି ପ୍ରସଙ୍ଗରେ କହିଛନ୍ତି, “ରାଜନୀତିକ ଲୋକେ କ’ଣ କରିବେ କହିବା ସେନାର କାମ ନୁହେଁ। ଆମେ ଆପଣଙ୍କୁ ମଧ୍ୟ କହିପାରିବୁନି ଆପଣ କେମିତି ଯୁଦ୍ଧ ଲଢ଼ିବେ। ଆପଣ ଯୁଦ୍ଧ ପରିଚାଳନା କଥା ବୁଝିବେ, ଆମେ ରାଜନୀତି କଥା ବୁଝିବୁ।” ଥିରୁଭନନ୍ତପୁରମ୍‌ଠାରେ ଏକ ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ସେ ଏପରି କହିଛନ୍ତି।

କେନ୍ଦ୍ର ସରକାର ସେନାଧ୍ୟକ୍ଷଙ୍କ ପରି ଅଧିକାରୀଙ୍କୁ ଏଭଳି ମିଛ ଦାବି କରିବାକୁ କହିବା ଠିକ୍‌ ନୁହେଁ। ସେ ପ୍ରଶ୍ନ ଉଠାଇଛନ୍ତି, ଏହା କ’ଣ ଜଣେ ସେନାଧ୍ୟକ୍ଷଙ୍କ କାମ। ମୁଁ ସେନାଧ୍ୟକ୍ଷଙ୍କୁ କହିବାକୁ ଚାହେଁ ସେ ସେନାର ମୁଖ୍ୟ ହିସାବରେ ଆପଣ କେବଳ ନିଜ କାମ କରନ୍ତୁ।

Related story