ଏବେ ଭାରତର ଲିପୁଲେଖରେ ଆଖି ପକାଉଛି ଚାଇନା, ମୁତୟନ କଲା ସୈନ୍ୟ

ନୂଆଦିଲ୍ଲୀ: ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏବେ ଚାଇନା ଉତ୍ତରାଖଣ୍ଡର ଲିପୁଲେଖ ପାସ୍‌ ଉପରେ ନଜର ପକାଇଛି। ଏଥିପାଇଁ ଭାରତର ଲିପୁଲେଖ ସୀମାରେ ଚାଇନା ପକ୍ଷରୁ ହଜାରେରୁ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି। ଲିପୁଲେଖ ହେଉଛି ଭାରତ-ନେପାଳ ଓ ଚାଇନା ସୀମାବର୍ତ୍ତୀ ଅଞ୍ଚଳର। ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଚାଇନାର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଗୋଟିଏ ବାଟାଲିୟନ ଲିପୁଲେଖ ସୀମାରେ ମୁତୟନ ହୋଇଛନ୍ତି। ଭାରତୀୟ ସୀମାକୁ ଲାଗି ଥିବା ଅଞ୍ଚଳରେ ହିଁ ଏତେ […]

u

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 08:59 PM IST

ନୂଆଦିଲ୍ଲୀ: ଲଦାଖରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଏବେ ଚାଇନା ଉତ୍ତରାଖଣ୍ଡର ଲିପୁଲେଖ ପାସ୍‌ ଉପରେ ନଜର ପକାଇଛି। ଏଥିପାଇଁ ଭାରତର ଲିପୁଲେଖ ସୀମାରେ ଚାଇନା ପକ୍ଷରୁ ହଜାରେରୁ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି। ଲିପୁଲେଖ ହେଉଛି ଭାରତ-ନେପାଳ ଓ ଚାଇନା ସୀମାବର୍ତ୍ତୀ ଅଞ୍ଚଳର।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ଚାଇନାର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର ଗୋଟିଏ ବାଟାଲିୟନ ଲିପୁଲେଖ ସୀମାରେ ମୁତୟନ ହୋଇଛନ୍ତି। ଭାରତୀୟ ସୀମାକୁ ଲାଗି ଥିବା ଅଞ୍ଚଳରେ ହିଁ ଏତେ ସଂଖ୍ୟକ ଚାଇନିଜ୍‌ ଯବାନ ରହିଛନ୍ତି।

ଚାଇନା ଲପୁଲେଖରେ ନୂଆ ବିବାଦ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଥିବାରୁ ଭାରତ ମଧ୍ୟ ଏହାର ମୁକାବିଲା କରିବା ପାଇଁ ସୀମାକୁ ଅଧିକ ସଂଖ୍ୟକ ସୈନ୍ୟ ପଠାଇଛି। ଚାଇନାର ବାଟାଲିୟନରେ ପ୍ରାୟ ୧ ହଜାର ଯବାନ ଥିବାରୁ ଭାରତ ମଧ୍ୟ ଏହାର ମୁକାବିଲା ପାଇଁ ସମାନ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯାଇଛି।

ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଲିପୁଲେଖ ପାସ୍‌ର ଅଞ୍ଚଳକୁ ନେଇ ତିକ୍ତତା ସୃଷ୍ଟି ହୋଇଛି। ଭାରତ ଏହି ଅଞ୍ଚଳରେ ରାସ୍ତା କାମ ଆରମ୍ଭ କରିବାରୁ ନେପାଳ ଏହାକୁ ବିରୋଧ କରୁଛି। ସେହିପରି ଲିପୁଲେଖକୁ ନେପାଳ ତା’ର ନୂଆ ମାନଚିତ୍ରରେ ସ୍ଥାନ ଦେଇ ନିଜର ବୋଲି କହିଛି। ଏହାକୁ ନେଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଚାଇନା ଲିପୁଲେଖ ଉପରେ ଆଖି ପକାଇବା ଭାରତର ଚିନ୍ତା ବଢ଼ିଛି।

Related story