ନିଜର ସବୁଠୁ ଶକ୍ତିଶାଳୀ ଟ୍ୟାଙ୍କ ସହ ସମରାଭ୍ୟାସ ଆରମ୍ଭ କଲାଣି ଚୀନ୍ ?

ସିକିମର ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ଏପରି ହୋଇଛି ଯେ ଚୀନ୍‌ ମଝିରେ ମଝିରେ ଭାରତକୁ ଯୁଦ୍ଧର ଧମକ ଦେଉଛି । ତେବେ ଏହା ଭିତରେ ଚୀନ୍‌ର ପୁଣି ଏକ ଚାଲାକି ସାମ୍ନାକୁ ଆସିଛି । ଗ୍ଲୋବାଲ ଟାଇମସ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଚୀନ୍‌ ସମୁଦ୍ର ପତନରୁ ୫୧୦୦ ମିଟର ଉଚ୍ଚ ସ୍ଥାନରେ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ସହ ସାମରିକ ଅଭ୍ୟାସ ଆରମ୍ଭ କରିଛି। ଡ୍ରାଗନ […]

china

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 12:47 PM IST

ସିକିମର ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍‌ ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ଏପରି ହୋଇଛି ଯେ ଚୀନ୍‌ ମଝିରେ ମଝିରେ ଭାରତକୁ ଯୁଦ୍ଧର ଧମକ ଦେଉଛି । ତେବେ ଏହା ଭିତରେ ଚୀନ୍‌ର ପୁଣି ଏକ ଚାଲାକି ସାମ୍ନାକୁ ଆସିଛି । ଗ୍ଲୋବାଲ ଟାଇମସ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଚୀନ୍‌ ସମୁଦ୍ର ପତନରୁ ୫୧୦୦ ମିଟର ଉଚ୍ଚ ସ୍ଥାନରେ ଅତ୍ୟାଧୁନିକ ଯୁଦ୍ଧ ସରଞ୍ଜାମ ସହ ସାମରିକ ଅଭ୍ୟାସ ଆରମ୍ଭ କରିଛି। ଡ୍ରାଗନ ବାହିନୀର ଏହି ଅଭ୍ୟାସରେ ପିପୁଲ ଲିବରେସନ୍‌ ଆର୍ମିର ସବୁଠାରୁ ଉନ୍ନତ ଯୁଦ୍ଧଟ୍ୟାଙ୍କ ’୯୬-ବି’କୁ ସାମିଲ କରାଯାଇଛି। ପ୍ରଥମଥର ପାଇଁ ପିପୁଲ ଲିବରେସନ୍‌ ଆର୍ମିର ପୂରା ବ୍ରିଗେଡ ଏଭଳି ବାତାବରଣରେ ଯୁଦ୍ଧ ଅଭ୍ୟାସ କରିଛନ୍ତି। ଏହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପିଏଲଏ ବ୍ରିଗେଡ୍ ଉନ୍ନତ ଧରଣର ୯୬-ବି ଟ୍ୟାଙ୍କ ସହ ଯୁଦ୍ଧାଭ୍ୟାସ କରିଛନ୍ତି । ୯୬-ବି ଟ୍ୟାଙ୍କ ଚୀନ୍‌ ସେନାର ସବୁଠାରୁ ଶକ୍ତଶାଳୀ ଟ୍ୟାଙ୍କ୍। ତେବେ ଡ୍ରାଗନ ବାହିନୀ ଏହି ଯୁଦ୍ଧାଭ୍ୟାସ କେବେ କରିଛନ୍ତି ସେନେଇ କୌଣସି ସଠିକ୍‌ ସୂଚନା ମିଳିନାହିଁ।

Related story