ବେଜିଂ: ଗଣତନ୍ତ୍ର ସମର୍ଥନରେ ଦର୍ଘ ୫ ମାସର ଆନ୍ଦୋଳନ ପରେ ପ୍ରଥମ ଥର ପାଇଁ ହଂକଂରେ ଚାଇନା ସେନା ନିୟୋଜିତ ହୋଇଛନ୍ତି। ଏକ ନୂଆ ପ୍ରତ୍ୟର୍ପଣ ଆଇନ ବିରୋଧରେ ଏଠାରେ ଆନ୍ଦୋଳନ ଜୋର ଧରିଥିବାବେଳେ ସାଦା ପୋଷାକରେ ସେନା ବାହିନୀ ସଡ଼କ ଖାଲି କରୁଛନ୍ତି।
ସାଉଥ୍ ଚାଇନା ମଣ୍ଣିଂ ପୋଷ୍ଟର ଖବର ଅନୁଯାୟୀ, ବିଶ୍ୱର ସର୍ବବୃହତ ସେନାବାହିନୀ ପିପୁଲ୍ସ ଲିବରେସନ୍ ଆର୍ମି ବର୍ତ୍ତମାନ ସଡ଼କ ସଫେଇରେ ଲାଗିଛନ୍ତି। ବାପ୍ଟିଷ୍ଟ ୟୁନିଭର୍ସିଟି କ୍ୟାମ୍ପସ୍ ନିକଟରେ ସବୁଜ ଟି ଶାର୍ଟ ପିନ୍ଧିଥିବା କିଛି ସୈନିକ ଏପରି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ସୁରକ୍ଷାରେ ମଧ୍ୟ ନିୟୋଜିତ ହୋଇପାରନ୍ତି ବୋଲି ଆଶା କରାଯାଉଛି।
ଜଣେ ସୈନିକ କହିଛନ୍ତି, ଆମର ହଂକଂ ସରକାର ସହ କିଛି ସମ୍ପର୍କ ନାହିଁ। ଆମେ ହିଁ ଏହି ପଦକ୍ଷେପ ନେଇଛୁ। ହିଂସା ବନ୍ଦ କରିବା ଏବଂ ଝାମେଲାର ଅନ୍ତ ଘଟାଇବା ଆମ ଦାୟିତ୍ୱ। ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ମଧ୍ୟ ନିୟୋଜିତ ହୋଇଛନ୍ତି।
ଗତ ବର୍ଷ ଅକ୍ଟୋବରରେ ୪୦୦ ଚାଇନା ସୈନିକଙ୍କୁ ହଂକଂ ପଠାଯାଇଥିଲା। ସେମାନେ ବାତ୍ୟା ମାଙ୍ଗଖୁଟ୍ ସମୟରେ ସହାୟତା ପାଇଁ ଆସିଥିଲେ। ଚାଇନା ପୂର୍ବରୁ କହିସାରିଛି, ସ୍ଥାନୀୟ ସରକାରଙ୍କ ଅନୁରୋଧରେ ବିପର୍ଯ୍ୟୟ ଏବଂ ଅନ୍ୟ ସମୟରେ ପିଏଲ୍ଏ ହସ୍ତକ୍ଷେପ କରିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।