ଇତିହାସ ମନେ ପକାଇ ଆମେରିକାକୁ ଘେରିଲା ଚାଇନା

ବେଜିଂ: କରୋନା ଭାଇରସକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚାଇନା। କରୋନା ଭାଇରସ ଦ୍ୱାରା ସାରା ବିଶ୍ୱ ଏବେ ପ୍ରଭାବିତ। ତେଣୁ ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆମେରିକା। ଏବେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ଏହି ଅଭିଯୋଗର ଜବାବ ଦେଇଛି। କରୋନା ଭାଇରସ ବିଶ୍ୱ ମହାମାରୀ ବିସ୍ତାର ପାଇଁ ଚୀନ୍ ଦାୟୀ ଏବଂ ଆଗାମୀ ଦିନରେ ଏଥିପାଇଁ ପରିଣାମ ଭୋଗିବାକୁ ପଡ଼ିପାରେ। ଏଥିପାଇଁ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆମେରିକା […]

Trump-Xi

Subhransu Sekhar
  • Published: Wednesday, 22 April 2020
  • , Updated: 22 April 2020, 05:08 PM IST

ବେଜିଂ: କରୋନା ଭାଇରସକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚାଇନା। କରୋନା ଭାଇରସ ଦ୍ୱାରା ସାରା ବିଶ୍ୱ ଏବେ ପ୍ରଭାବିତ। ତେଣୁ ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆମେରିକା। ଏବେ ଚାଇନାର ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ଏହି ଅଭିଯୋଗର ଜବାବ ଦେଇଛି।

କରୋନା ଭାଇରସ ବିଶ୍ୱ ମହାମାରୀ ବିସ୍ତାର ପାଇଁ ଚୀନ୍ ଦାୟୀ ଏବଂ ଆଗାମୀ ଦିନରେ ଏଥିପାଇଁ ପରିଣାମ ଭୋଗିବାକୁ ପଡ଼ିପାରେ। ଏଥିପାଇଁ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

https://twitter.com/ChinaDaily/status/1252212122131533824

ଏବେ ଏଡସ ଭାଇରସ ଓ ଏଚଓ୍ୱାନଓ୍ୱାନ ଭାଇରସକୁ ନେଇ ଆମେରିକାକୁ ଘେରିଛି ଚାଇନା। ଏଚଆଇଭି ଏବଂ ଏଚଓ୍ୱାନଏନଓ୍ୱାନ୍ ଭାଇରସ ଆମେରିକାରୁ ବିସ୍ତାର ହୋଇଥିଲା। ସେତେବେଳେ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ହେଲେ ଏବେ କରୋନାକୁ ନେଇ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ଦାବି କରୁଛି ଆମେରିକା ବୋଲି ଚାଇନାର ବିୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରି କହିଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ଶୁଆଙ୍ଗ କହିଛନ୍ତି ଯେ ୨୦୦୯ ରେ ଏଚଓ୍ୱାନଏନଓ୍ୱାନ୍ ଫ୍ଲୁ ବିସ୍ତାର ହୋଇଥିଲା। ଏହା ୨୧୪ ଦେଶକୁ ବ୍ୟାପିଥିଲା। ଆମେରିକାକୁ ଏଥିପାଇଁ କ୍ଷତିପୂରଣ ମଗାଯାଇଛି କି? ଏଥିରେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୧୯୮୦ ଦଶକରେ ଆମେରିକାରେ ଏଡସ୍ ଆବିଷ୍କୃତ ହୋଇଥିଲା ଏବଂ ଏହା ସମଗ୍ର ବିଶ୍ୱକୁ ବ୍ୟାପିଛି। ଏହାକୁ ନେଇ ଆମେରିକାକୁ ଟାର୍ଗେଟ କରିଛି ଚାଇନା।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ୱରରୁ ଚାଇନାର ଉହାନରୁ ଏହି ଭାଇରସ ବ୍ୟାପିଛି। ଏଯାବତ ୨,୫୭୫,୨୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭୮,୬୬୮ ଜଣଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ୭୦୪, ୦୬୭।

Related story