ଭାରତର ଚିନ୍ତା ଦୂର କଲା ଶ୍ରୀଲଙ୍କା; ଚୀନକୁ ଦେଲା ଝଟକା

ନୂଆଦିଲ୍ଲୀ: ଶ୍ରୀଲଙ୍କା ସହାୟତାରେ ଭାରତକୁ ଘେରିକାବୁ ଉଦ୍ୟମ କରୁଥିବା ଚୀନକୁ ଲାଗିଛି ବଡ଼ ଝଟକା। ହମ୍ବନଟୋଟା ବନ୍ଦରକୁ ବିକଶିତ କରିବା ପାଇଁ ଚୀନ ନିଜ ଆଡ଼ୁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି ଶ୍ରୀଲଙ୍କା। ଗତକାଲି ଶ୍ରୀଲଙ୍କାର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଫଳରେ ଏହା ଭାରତକୁ ଆଶ୍ୱସ୍ତି ଦେଇଛି। ହମ୍ବନଟୋଟା ବନ୍ଦରକୁ ଚୀନ ବିକଶିତ କରିବା କଥାକୁ ଶ୍ରୀଲଙ୍କାର ସାଧାରଣ ଜନତା ବିରୋଧ କରି ଆସୁଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ଶ୍ରୀଲଙ୍କା ସରକାର ଏହି […]

port

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 01:20 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ସହାୟତାରେ ଭାରତକୁ ଘେରିକାବୁ ଉଦ୍ୟମ କରୁଥିବା ଚୀନକୁ ଲାଗିଛି ବଡ଼ ଝଟକା। ହମ୍ବନଟୋଟା ବନ୍ଦରକୁ ବିକଶିତ କରିବା ପାଇଁ ଚୀନ ନିଜ ଆଡ଼ୁ ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛି ଶ୍ରୀଲଙ୍କା। ଗତକାଲି ଶ୍ରୀଲଙ୍କାର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ଫଳରେ ଏହା ଭାରତକୁ ଆଶ୍ୱସ୍ତି ଦେଇଛି।

ହମ୍ବନଟୋଟା ବନ୍ଦରକୁ ଚୀନ ବିକଶିତ କରିବା କଥାକୁ ଶ୍ରୀଲଙ୍କାର ସାଧାରଣ ଜନତା ବିରୋଧ କରି ଆସୁଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ଶ୍ରୀଲଙ୍କା ସରକାର ଏହି ବନ୍ଦରକୁ ଚୀନକୁ ବିକି ଦେଇଛନ୍ତି। ଏହାକୁ ବିରୋଧ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ସେମାନଙ୍କୁ ସମର୍ଥନ କରି ବୌଦ୍ଧ ଭିକ୍ଷୁମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଚୀନ ଭାରତକୁ ଘେରିବା ପାଇଁ ଶ୍ରୀଲଙ୍କାର ଦକ୍ଷିଣରେ ସ୍ଥିତ ହମ୍ବନଟୋଟା ବନ୍ଦରକୁ ବିକଶିତ କରିବାକୁ ଚାହୁଁଥିଲା। ଚୀନ ଏହି ବନ୍ଦରକୁ ତା’ର ସୈନ୍ୟମାନଙ୍କ ଯିବାଆସିବା ପାଇଁ ବ୍ୟବହାର କରିବାକୁ ଯୋଜନା ରଖିଥିଲା। ପ୍ରଥମେ ଶ୍ରୀଲଙ୍କା ସରକାର ଚୀନର ଏହି ପ୍ରସ୍ତାବରେ ରାଜି ହୋଇଥିଲେ। ତେବେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ସ୍ଥାନୀୟ ଲୋକଙ୍କ ବିରୋଧକୁ ଦୃଷ୍ଟିରେ ରଖି ଏହି ବନ୍ଦରର ସଞ୍ଚାଳନରେ ଚୀନର ଭୂମିକାକୁ ଶ୍ରୀଲଙ୍କା ସରକାର ହ୍ରାସ କରି ଦେଇଛନ୍ତି। ତା’ସହିତ ସୈନମାନଙ୍କ ଉଦ୍ଦେଶ୍ୟରେ ଚୀନ ଏହି ବନ୍ଦରକୁ ବ୍ୟବହାର କରିପାରିବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଶ୍ରୀଲଙ୍କାର ଏହି ପଦକ୍ଷେପ ପରେ ଭାରତ ସମେତ ଆମେରିକା ଓ ଜାପାନର ଚିନ୍ତା ଦୂର ହୋଇଛି।

Related story