ଭାରତରୁ ନିଜ ଲୋକଙ୍କୁ ନେବା ପାଇଁ ନିଷ୍ପତ୍ତି ନେଲା ଚାଇନା

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଭାରତରେ ଫସି ରହିଥିବା ନିଜ ଲୋକଙ୍କୁ ନେବା ପାଇଁ ଶେଷରେ ନିଷ୍ପତ୍ତି ନେଇଛି ଚାଇନା। ଭାରତରେ ଚାଇନର ଅନେକ ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ବ୍ୟବସାୟୀ ଫସି ରହିଛନ୍ତି। ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ହେଁ ଲକଡାଉନ ଯୋଗୁ ବିମାନ ଉଡ଼ାଣ ବନ୍ଦ ରହିଛି। ତେଣୁ ସେମାନେ ଭାରତରେ ହିଁ ରହିଯାଇଛନ୍ତି। ହେଲେ ଭାରତରେ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚାଇନା ସରକାର ସେମାନଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ଚାଇନା […]

dva

Hemant Lenka
  • Published: Monday, 25 May 2020
  • , Updated: 25 May 2020, 08:16 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଭାରତରେ ଫସି ରହିଥିବା ନିଜ ଲୋକଙ୍କୁ ନେବା ପାଇଁ ଶେଷରେ ନିଷ୍ପତ୍ତି ନେଇଛି ଚାଇନା। ଭାରତରେ ଚାଇନର ଅନେକ ଛାତ୍ରଛାତ୍ରୀ, ପର୍ଯ୍ୟଟକ ଓ ବ୍ୟବସାୟୀ ଫସି ରହିଛନ୍ତି। ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ହେଁ ଲକଡାଉନ ଯୋଗୁ ବିମାନ ଉଡ଼ାଣ ବନ୍ଦ ରହିଛି।

ତେଣୁ ସେମାନେ ଭାରତରେ ହିଁ ରହିଯାଇଛନ୍ତି। ହେଲେ ଭାରତରେ ଏବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚାଇନା ସରକାର ସେମାନଙ୍କୁ ନେବା ପାଇଁ ଘୋଷଣା କରିଛନ୍ତି। ଚାଇନା ଦୂତାବାସ ପକ୍ଷରୁ ତା’ ୱେବସାଇଟ୍‌ରେ ଏକ ନୋଟିସ୍‌ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁମାନେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି, ସେମାନେ ସ୍ୱତନ୍ତ୍ର ବିମାନ ପାଇଁ ଟିକେଟ ବୁକିଂ କରିପାରିବେ।

ଚାଇନା ପକ୍ଷରୁ କୁହାଯାଇଛି, ଯେଉଁମାନେ ସ୍ୱଦେଶ ଫେରିବେ ସେମାନଙ୍କୁ କ୍ୱାରେଣ୍ଟାଇନ ନିମୟ ପାଳନ କରିବାକୁ ପଡ଼ିବ। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି କିମ୍ବା ଯେଉଁମାନଙ୍କର କଫ ଓ କାଶ ଭଳି ଲକ୍ଷଣ ଦେଖାଯାଉଛି ସେମାନେ ବିମାନରେ ଚଢ଼ି ପାରିବେ ନାହିଁ। ସେହିପରି ଶରୀରର ଉତାପ ମଧ୍ୟ ୩୭.୭ ଡିଗ୍ରୀରୁ ଅଧିକ ହେବନାହିଁ ବୋଲି ନୋଟିସରେ କୁହାଯାଇଛି।

ଭାରତ ବର୍ତ୍ତମାନ କରୋନା ଯୋଗୁ ବିଶ୍ୱର ୧୦ମ କ୍ଷତିଗ୍ରସ୍ତ ରାଷ୍ଟ୍ର ହୋଇ ରହିଛି। ଦେଶରେ ପ୍ରାୟ ୧ ଲକ୍ଷ ୪୦ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଚାଇନାର ଉହାନରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାଇରସ ଧୀରେଧୀରେ ସମଗ୍ର ବିଶ୍ୱକୁ କବଳିତ କରିଦେଇଛି।

Related story