ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି। ହେଲେ ଏହାର ପ୍ରଭାବ ଚୀନ୍ ଉପରେ ପଡ଼ିବ ନାହିଁ। ତେଣୁ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ବେଳେ ଚୀନର ଅଭିବୃଦ୍ଧି ହାର ସକାରାତ୍ମକ ରହିବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ।
ବିଶ୍ୱବ୍ୟାଙ୍କର ଅର୍ଥନୀତିଜ୍ଞ ଏହାନ କୋସ କହିଛନ୍ତି, କରୋନା ଭାଇରସ ପାଇଁ ସାରା ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିକଶିତ ଦେଶ ମାନଙ୍କ ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ। ସେହିପରି ବିକାଶଶୀଳ ଦେଶ ମାନଙ୍କ ପାଇଁ ଦୀର୍ଘ ୮ ବର୍ଷ ପରେ ପୁଣି ଥରେ ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ଯାଉଛନ୍ତି।
ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ, ଚଳିତ ବର୍ଷ ଆମେରିକାରେ ୬.୧ ପ୍ରତିଶତ ଅଭିବୃଦ୍ଧି ହାର କମିବ, ୟୁରୋପରେ ୯.୧ ପ୍ରତିଶତ, ଜାପାନ ୬.୧ ପ୍ରତିଶତ ଏବଂ ଭାରତରେ ୩.୨ ପ୍ରତିଶତ ଅଭିବୃଦ୍ଧା ହାର ହ୍ରାସ ପାଇବ। ଯଦି କରୋନା ପ୍ରକୋପରେ ଏସିଆ ମହାଦେଶ ବର୍ତ୍ତିଯିବ ତାହେଲେ ୨୦୨୦ରେ ଚୀନର ଅଭିବୃଦ୍ଧି ହାର ବୃଦ୍ଧି ପାଇବ।
ସେହିପରି ଆମେରିକାର ସିଏନଏନ ଏବଂ ବ୍ରିଟେନର ବିବିସି ରିପୋର୍ଟ ଅନୁଯାୟୀ, ଚୀନରେ ଆର୍ଥିକ ପୁନରୁଦ୍ଧାର ଆରମ୍ଭ ହୋଇଯାଇଛି। ସଠିକ୍ ରଣନୀତି ହୋଇଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଚୀନର ଅର୍ଥବ୍ୟବସ୍ଥା ସାମାନ୍ୟ ବୃଦ୍ଧି ପାଇଥିବ।