ବେଜିଂ: ଡୋକଲାମ ଅଞ୍ଚଳକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା କମିବାର ନାଁ ନେଉନାହିଁ। ସମସ୍ୟାର ସମାଧାନ ପାଇଁ ଚୀନ୍ ଆଗେଇ ଆସିବା ପରିବର୍ତ୍ତେ ଭାରତ ଉପରେ ଦୋଷ ଲଦିବାରେ ଲାଗିଛି। ଖାଲି ସେତିକି ନୁହେଁ ବାରମ୍ବାର ଯୁଦ୍ଧର ଧମକ ଦେଇ ଭାରତକୁ ଡରାଇବାକୁ ଚେଷ୍ଟା କରୁଛି। ଆଜି ଚୀନ୍ର ଏକ ସରକାରୀ ଖବରକାଗଜରେ ପୁଣି ଥରେ ଭାରତକୁ ସିଧାସଳଖ ଚେତାବନୀ ଦିଆଯାଇଛି।
ଖବରକାଗଜର ସମ୍ପାଦକୀୟରେ ଚୀନ ଭାରତକୁ ଧମକ ଦେଇଥିବା ଉଲ୍ଲେଖ କରାଯାଇଛି। ସମ୍ପାଦକରେ ଲେଖା ଯାଇଛି,“ପରିସ୍ଥିତି ଅଧିକ ଭୟାବହ ହେବା ପୂର୍ବରୁ ଡୋକଳାମରୁ ସୌନିକ ହଟାଅ, ନହେଲେ ଭାରତକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ। ବେଜିଂ ନିଜ ଅଞ୍ଚଳର ସୁରକ୍ଷା ମାମଲାରେ କୌଣସି ପ୍ରକାର ବୁଝାମଣା କରିବ ନାହିଁ।”