ଚୀନ୍‌ ହ୍ୟାକରଙ୍କ ଟାର୍ଗେଟରେ ହ୍ୱାଟସ୍‌ ଆପ୍

ନୂଆଦିଲ୍ଲୀ: ଚୀନ୍‌ ହ୍ୟାକରଙ୍କ ଟାର୍ଗେଟରେ ଏବେ ହ୍ୱାଟସ୍‌ଆପ୍‌। ଏହି ଆପ୍ ବ୍ୟବହାରକାରୀଙ୍କ ଡ଼ାଟା ଚୋରି ହେଉଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଭାରତୀୟ ସେନାର ଏଡିଜି-ପବ୍ଲିକ ଇଣ୍ଟରଫେସ ସତର୍କତା ଜାରି କରିଛନ୍ତି। ହ୍ୱାଟସ୍‌ ‌ଆପ୍ ବ୍ୟବହାରକାରୀ ଯେଉଁ ଗ୍ରୁପରେ ଅଛନ୍ତି, ନିୟମିତ ତାର ଯାଞ୍ଚ କରିବାକୁ କୁହାଯାଇଛି। ଏହି ଗ୍ରୁପକୁ  +୮୬ରୁ ଆରମ୍ଭ ହେଉଥିବା କୌଣସି ନମ୍ବର ଆସିଥିଲେ, ତୁରନ୍ତ ସେଇ ସିମ୍ ପରିବର୍ତ୍ତନ କରିଦିଅନ୍ତୁ । ନଚେତ୍ ଏହାକୁ ସଂପୂର୍ଣ୍ଣ ନଷ୍ଟ କରିଦେବା […]

whatsapp

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 07:29 PM IST

ନୂଆଦିଲ୍ଲୀ: ଚୀନ୍‌ ହ୍ୟାକରଙ୍କ ଟାର୍ଗେଟରେ ଏବେ ହ୍ୱାଟସ୍‌ଆପ୍‌। ଏହି ଆପ୍ ବ୍ୟବହାରକାରୀଙ୍କ ଡ଼ାଟା ଚୋରି ହେଉଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଭାରତୀୟ ସେନାର ଏଡିଜି-ପବ୍ଲିକ ଇଣ୍ଟରଫେସ ସତର୍କତା ଜାରି କରିଛନ୍ତି। ହ୍ୱାଟସ୍‌ ‌ଆପ୍ ବ୍ୟବହାରକାରୀ ଯେଉଁ ଗ୍ରୁପରେ ଅଛନ୍ତି, ନିୟମିତ ତାର ଯାଞ୍ଚ କରିବାକୁ କୁହାଯାଇଛି। ଏହି ଗ୍ରୁପକୁ  +୮୬ରୁ ଆରମ୍ଭ ହେଉଥିବା କୌଣସି ନମ୍ବର ଆସିଥିଲେ, ତୁରନ୍ତ ସେଇ ସିମ୍ ପରିବର୍ତ୍ତନ କରିଦିଅନ୍ତୁ । ନଚେତ୍ ଏହାକୁ ସଂପୂର୍ଣ୍ଣ ନଷ୍ଟ କରିଦେବା ଲାଗି ସେନା ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହିତ ସୋସିଆଲ ମିଡିଆକୁ ମଧ୍ୟ ସତର୍କତାର ସହ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଚୀନ୍ ହ୍ୟାକରଙ୍କ ଚକ୍ରାନ୍ତ ଜଣାପଡିବା ପରେ ସୁରକ୍ଷା ଦୃଷ୍ଟିରୁ ନିୟନ୍ତ୍ରଣ ରେଖାରେ ମୁତୟନ ଭାରତୀୟ ଯବାନଙ୍କୁ ହ୍ୱାଟସ‌ ଆପ୍ ସମେତ ଅନ୍ୟ ସୋସି‌ଆଲ ମିଡି‌ଆ ବ୍ୟବହାର ନ କରିବାକୁ କୁହାଯାଇଛି।

 

 

Related story