ନୂଆଦିଲ୍ଲୀ: କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପଛରେ ପାକିସ୍ତାନର ସିଧାସଳଖ ହାତ ରହିଛି। ଏହା କେବଳ ଭାରତ କହୁ ନାହିଁ, ସାରା ବିଶ୍ୱ ମଧ୍ୟ ବିଶ୍ୱାସ କରୁଛି। ନିଜ ଦେଶରେ ଆତଙ୍କବାଦୀଙ୍କୁ ପ୍ରସୟ ଦେବା ଓ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ସିସ୍ ଫାୟାର କରୁଛି ଓ ଏହାର ସୁଯୋଗ ନେଇ ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଯାଉଛି। ଏହି ଖେଳରେ ଏବେ ଚୀନ୍ ସାମିଲ ହୋଇଛି। ଘାଟିରେ ଯେଉଁ ଉତ୍ତେଜନା ପରିସ୍ଥିତି ଲାଗି ରହିଛି ଏଥିପାଇଁ ଚୀନ୍ ହଁ ଦାୟୀ। କେବଳ ପାକିସ୍ତାନ ନୁହେଁ ଚୀନ୍ ପାଇଁ ଆଜି ଘାଟି ଅଶାନ୍ତ ରହୁଛି। ଏହା କହିଛନ୍ତି ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫିତ। ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସାକ୍ଷାତ ଆଲୋଚନା ବେଳେ ସେ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି-“କାଶ୍ମୀରରେ ‘ଲ ଆଣ୍ଡ ଅର୍ଡର’ର ଲଢେଇ ହେଉଛି। ସାରାଦେଶ ଓ ସମସ୍ତ ରାଜନୈତିକ ଦଳ ଏକାଠି ନ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଆମେ ଜିତି ପାରିବା ନାହିଁ।”
ଜମ୍ମୁ-କାଶ୍ମୀରରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଫିତ୍ ରାଜନାଥଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ ଏକାଠି ମିଶି ଏହି ସମସ୍ୟାର ସମାଧାନ କରିବା ବୋଲି କହିଛନ୍ତି।