କରୋନା ତଥ୍ୟରେ ବିଳମ୍ୱ: ଚୀନର ଶ୍ୱେତପତ୍ର ସଫେଇ

ବେଜିଂ: କରୋନାକୁ ନେଇ ବିବାଦ ଏବଂ ନିନ୍ଦାର ଜାଲରେ ଛନ୍ଦି ହୋଇଯାଇଥିବା ଚୀନ ଏବେ ଏଥିରୁ ମୁକୁଳିବା ପାଇଁ ଶ୍ୱେତପତ୍ର ସଫେଇକୁ ଅସ୍ତ୍ର କରିଛି। କରୋନା ବାବାଦରେ ଚୀନ୍ ବିଳମ୍ୱରେ ସୂଚନା ଦେଇଛି। ଯାହାର ପରିଣାମ ବିଶ୍ୱ ଭୋଗୁଛି। ଆମେରିକା ସମେତ ଅନେକ ଦେଶ ବେଜିଂ ବିରୋଧରେ ଏଭଳି ଅଭିଯୋଗ ବାରମ୍ୱାର ଆଣିବା ପରେ ଚୀନ୍ ଏବେ ନିଜେ ଏହି ପ୍ରସଙ୍ଗରେ ଶ୍ୱେତ ପତ୍ର ଜାରି କରିଛି। ନିଜକୁ ନିର୍ଦ୍ଦୋଷ ବୋଲି ଶ୍ୱେତ ପତ୍ର ଜରିଆରେ କହିଛି […]

bejinig

Subhransu Sekhar
  • Published: Sunday, 07 June 2020
  • , Updated: 07 June 2020, 07:37 PM IST

ବେଜିଂ: କରୋନାକୁ ନେଇ ବିବାଦ ଏବଂ ନିନ୍ଦାର ଜାଲରେ ଛନ୍ଦି ହୋଇଯାଇଥିବା ଚୀନ ଏବେ ଏଥିରୁ ମୁକୁଳିବା ପାଇଁ ଶ୍ୱେତପତ୍ର ସଫେଇକୁ ଅସ୍ତ୍ର କରିଛି। କରୋନା ବାବାଦରେ ଚୀନ୍ ବିଳମ୍ୱରେ ସୂଚନା ଦେଇଛି। ଯାହାର ପରିଣାମ ବିଶ୍ୱ ଭୋଗୁଛି। ଆମେରିକା ସମେତ ଅନେକ ଦେଶ ବେଜିଂ ବିରୋଧରେ ଏଭଳି ଅଭିଯୋଗ ବାରମ୍ୱାର ଆଣିବା ପରେ ଚୀନ୍ ଏବେ ନିଜେ ଏହି ପ୍ରସଙ୍ଗରେ ଶ୍ୱେତ ପତ୍ର ଜାରି କରିଛି। ନିଜକୁ ନିର୍ଦ୍ଦୋଷ ବୋଲି ଶ୍ୱେତ ପତ୍ର ଜରିଆରେ କହିଛି ଚୀନ୍।

ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ୱର ୨୭ରେ ପ୍ରଥମେ ଉହାନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମଣିଷରୁ ମଣିଷ ଏହି ଭାଇରସ ସଂକ୍ରମିତ ହୋଇଥିଲା। ହେଲେ ଜାନୁଆରୀ 19ରେ ଚୀନ୍ ଏ ବାବଦରେ ସୂଚନା ଦେଇଥିଲା। ଏହାପରେ କରୋନାକୁ ରୋକିବା ପାଇଁ ଚୀନ୍ ସରକାର ଉହାନକୁ ଲକଡାଉନ୍ କରିଥିଲେ। ହେଲେ ଏହାରି ଭିତରେ ଅନେକ ଲୋକ ଚୀନକୁ ଯାଇଥିବାବେଳେ ଚୀନରୁ ଅନେକ ଅନ୍ୟ ଦେଶକୁ ଆସିଥିଲେ। ପରିଣାମସ୍ୱରୂପ ବିଶ୍ୱରେ କରୋନା ବିସ୍ତାର କରିଛି ବୋଲି ଆମେରିକା ସମେତ ଅନେକ ଦେଶ ଅଭିଯୋଗ କରିଛନ୍ତି।

ଏଯାବତ ଆମେରିକା କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହାପରେ ବ୍ରାଜିଲ୍, ସ୍ପେନ୍, ଋଷିଆ, ଭାରତ ରହିଛି।

Related story