ପୁଣି ଏକ ଫୁଡ୍ ମାର୍କେଟରୁ ବ୍ୟାପିଲା କରୋନା, ଆଉ ୧୦ଟି ଅଞ୍ଚଳ ଲକଡାଉନ କଲା ଚାଇନା

ବେଜିଂ: ମହାମାରୀ କରୋନା ପୁଣିଥରେ ଚାଇନାକୁ ଫେରିଛି। ଏହି କାରଣରୁ ରାଜଧାନୀ ବେଜିଂ ନିକଟସ୍ଥ ଆଉ ୧୦ଟି ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ଲକଡାଉନ କରାଯାଇଛି। ବେଜିଂର ଏକ ଫୁଡ୍‌ ମାର୍କେଟରୁ କରୋନା ପୁଣିଥରେ ବ୍ୟାପିଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସିଟି ଅଫିସିଆଲ ଲି ଜୁନଜେଇ କହିଛନ୍ତି, ହଇଦିଆନ ଜିଲ୍ଲାରେ ଥିବା ଏକ ହୋଲସେଲ ମାର୍କେଟରୁ ପୁଣିଥରେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଉକ୍ତ ମାର୍କେଟ ଓ […]

daw

Hemant Lenka
  • Published: Monday, 15 June 2020
  • , Updated: 15 June 2020, 10:28 AM IST

ବେଜିଂ: ମହାମାରୀ କରୋନା ପୁଣିଥରେ ଚାଇନାକୁ ଫେରିଛି। ଏହି କାରଣରୁ ରାଜଧାନୀ ବେଜିଂ ନିକଟସ୍ଥ ଆଉ ୧୦ଟି ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ଲକଡାଉନ କରାଯାଇଛି। ବେଜିଂର ଏକ ଫୁଡ୍‌ ମାର୍କେଟରୁ କରୋନା ପୁଣିଥରେ ବ୍ୟାପିଥିବାରୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସିଟି ଅଫିସିଆଲ ଲି ଜୁନଜେଇ କହିଛନ୍ତି, ହଇଦିଆନ ଜିଲ୍ଲାରେ ଥିବା ଏକ ହୋଲସେଲ ମାର୍କେଟରୁ ପୁଣିଥରେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି କାରଣରୁ ଉକ୍ତ ମାର୍କେଟ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏଠାରେ ଥିବା ପ୍ରାୟ ୧୦ଟି ଅଞ୍ଚଳରେ ମଧ୍ୟ କଟକଣା ଲାଗୁ କରାଯାଇଛି।

Related story