ଘଣ୍ଟାକୁ ୧୦୦୦ କିମି ବେଗରେ ଗଡ଼ିବ ଚାଇନା ଟ୍ରେନ

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଚାଇନା ଏଭଳି ଏକ ଟ୍ରେନ୍ ଚଳାଇବାକୁ ଯାଉଛି ଯାହାକି ଘଣ୍ଟାକୁ ୧୦୦୦ କି.ମି. ବେଗରେ ଚାଲିବ।   ୨୦୨୫ ସୁଦ୍ଧା ଚାଇନା ଏହି ଟ୍ରେନ୍‌କୁ ଟ୍ରାକ୍‌ରେ ଛିଡ଼ା କରିବ। ଏଥିପାଇଁ ଏବେଠାରୁ ଜୋର୍‌ସୋର୍‌ରେ ପ୍ରୟାସ ଚଳାଇଛି। ଏହି ନୂତନ ହାଇ-ସ୍ପିଡ୍ ଫ୍ଲାଇଟ୍ ଟ୍ରେନ୍‌ର ମଡେଲ୍‌କୁ କିଛି ଦିନ ତଳେ ଚୀନ ‘୨୦୧୮ ନ୍ୟାଶ୍‌ନାଲ୍‌ ମାସ୍ ଇନୋଭେଶନ ଆଣ୍ଡ୍ ଏଣ୍ଟରପ୍ରିନିୟୋରଶିପ୍ ୱିକ୍‌’ରେ ପ୍ରଦର୍ଶନ କରିଥିଲା। ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି କର୍ପୋରେଶନ ଲିମିଟେଡ୍(ସିଏଏସ୍ଆଇସି) ୨୦୧୫ ରୁ […]

trainnn-new

Rakesh Mallick
  • Published: Tuesday, 16 October 2018
  • , Updated: 16 October 2018, 10:41 AM IST
ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଚାଇନା ଏଭଳି ଏକ ଟ୍ରେନ୍ ଚଳାଇବାକୁ ଯାଉଛି ଯାହାକି ଘଣ୍ଟାକୁ ୧୦୦୦ କି.ମି. ବେଗରେ ଚାଲିବ।   ୨୦୨୫ ସୁଦ୍ଧା ଚାଇନା ଏହି ଟ୍ରେନ୍‌କୁ ଟ୍ରାକ୍‌ରେ ଛିଡ଼ା କରିବ। ଏଥିପାଇଁ ଏବେଠାରୁ ଜୋର୍‌ସୋର୍‌ରେ ପ୍ରୟାସ ଚଳାଇଛି।
ଏହି ନୂତନ ହାଇ-ସ୍ପିଡ୍ ଫ୍ଲାଇଟ୍ ଟ୍ରେନ୍‌ର ମଡେଲ୍‌କୁ କିଛି ଦିନ ତଳେ ଚୀନ ‘୨୦୧୮ ନ୍ୟାଶ୍‌ନାଲ୍‌ ମାସ୍ ଇନୋଭେଶନ ଆଣ୍ଡ୍ ଏଣ୍ଟରପ୍ରିନିୟୋରଶିପ୍ ୱିକ୍‌’ରେ ପ୍ରଦର୍ଶନ କରିଥିଲା।
ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି କର୍ପୋରେଶନ ଲିମିଟେଡ୍(ସିଏଏସ୍ଆଇସି) ୨୦୧୫ ରୁ ଏହି ନୂତନ ପିଢ଼ିର ବୁଲେଟ୍ ଟ୍ରେନ୍ ଉପରେ ଗବେଷଣା ଚଳାଇଛି।
ବର୍ତ୍ତମାନ ଚାଇନାର ରେଳ ଧାରଣାରେ ଗଡ଼ୁଥିବା ହାଇସ୍ପିଡ୍‌ ବୁଲେଟ୍‌ ଟ୍ରେନ୍‌ର ଘଣ୍ଟା ପ୍ରତି ବେଗ ୩୫୦ କି.ମି.।
ଏହାର ପରପିଢିକୁ ଉନ୍ନୀତ ହେବା ପାଇଁ ଚାଇନା ବର୍ତ୍ତମାନ ଗବେଷଣା ଚଲାଇଛି। ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି।

Related story