ଭାରତ ଭୟ ନା ନୂଆ ଚାଲାକି ? ସୀମାରେ ସୈନ୍ୟସଂଖ୍ୟା କମାଇବ ଚୀନ୍‌

ବେଜିଂ: ଚୀନ୍‌କୁ ଘାରିଛି ଭାରତ ଭୟ। ଏଥିପାଇଁ ନିଜ ଯୁଦ୍ଧ ରଣକୌଶଳରେ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛି ଚୀନ୍‌। ବିଶ୍ୱର ସର୍ବାଧିକ ସୈନ୍ୟବଳ ଥିବା ଚୀନ୍‌ ଏବେ ନିଜ ସେନାକୁ କମେଇବାକୁ ସ୍ଥିର କରିଛି। ଚୀନ୍‌ ନିଜ ସେନାର ପୁର୍ନଗଠନ କରିବା ଆଳରେ ନିଜ ସୈନ୍ୟ ସଂଖ୍ୟାକୁ ୧୦ ଲକ୍ଷ ଭିତରେ ସୀମିତ ରଖିବାକୁ ସ୍ଥିର କରିଛି। ଚୀନ୍‌ ସେନାର ଦୈନିକ ଖବରକାଗଜ ‘ପିଏଲଏ ଡେଲି’ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଳପଥରେ ନିଜ ଶକ୍ତି ବୃଦ୍ଧି […]

china

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 02:01 PM IST

ବେଜିଂ: ଚୀନ୍‌କୁ ଘାରିଛି ଭାରତ ଭୟ। ଏଥିପାଇଁ ନିଜ ଯୁଦ୍ଧ ରଣକୌଶଳରେ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡିଛି ଚୀନ୍‌। ବିଶ୍ୱର ସର୍ବାଧିକ ସୈନ୍ୟବଳ ଥିବା ଚୀନ୍‌ ଏବେ ନିଜ ସେନାକୁ କମେଇବାକୁ ସ୍ଥିର କରିଛି। ଚୀନ୍‌ ନିଜ ସେନାର ପୁର୍ନଗଠନ କରିବା ଆଳରେ ନିଜ ସୈନ୍ୟ ସଂଖ୍ୟାକୁ ୧୦ ଲକ୍ଷ ଭିତରେ ସୀମିତ ରଖିବାକୁ ସ୍ଥିର କରିଛି। ଚୀନ୍‌ ସେନାର ଦୈନିକ ଖବରକାଗଜ ‘ପିଏଲଏ ଡେଲି’ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜଳପଥରେ ନିଜ ଶକ୍ତି ବୃଦ୍ଧି କରିବାକୁ ନୌସେନା ଓ ମିସାଇଲ୍‌ ଫୋର୍ସର ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର କରିଛି ଚୀନ୍‌।

ଜଳପଥରେ ଭାରତର ଶକ୍ତି ବୃଦ୍ଧି ଚୀନ୍‌ର ଚିନ୍ତା ବଢାଇଦେଇଛି। ତେଣୁ ସ୍ଥଳସେନାରୁ ସୈନ୍ୟବଳ କମାଇ ନୌସେନାକୁ ବୃଦ୍ଧି କରିବା ସହ ଏହାର ଆଧୁନୀକରଣ କରୁଛି ଚୀନ୍‌। କେବଳ ନୌସେନା ନୁହେଁ ପିଏଲଏ ଷ୍ଟ୍ରାଟେଜିକ ସପୋର୍ଟ ଫୋର୍ସ ଓ ପିଏଲଏ ମିସାଇଲ ଫୋର୍ସର ସୈନ୍ୟ ସଂଖ୍ୟା ବୃଦ୍ଧି କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ପୁରୁଣାକାଳିଆ ଢାଞ୍ଚାରୁ ବାହାରି ନିଜ ସେନାକୁ ଆଧୁନୀକରଣ କରିବାକୁ ଅଣ୍ଟା ଭିଡିଛି ଚୀନ୍‌। ଜଳପଥ ଓ ଆକାଶପଥରେ ଭାରତର ପତିଆରା ବୃଦ୍ଧି ପାଇଥିବା ଦେଖି ନିଜ ରଣନୀତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି ଚୀନ୍। ତେଣୁ ପ୍ରଥମଥର ପାଇଁ ଏତେ ସଂଖ୍ୟକ ସୈନ୍ୟଙ୍କୁ ଛଟେଇ କରିବାକୁ ଯୋଜନା କରୁଛି।

 

Related story