କରୋନା: ଚାଇନାରେ ମୃତ୍ୟୁସଂଖ୍ୟା ୨୬ ଶହ ପାର

ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଚାଇନାରେ ଲୋକଙ୍କ ଜୀବନ ନେବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହୋଇ ପୁଣିଥରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି। ସେହିପରି ଆହତଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି। ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା ୪୦୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୪ ଘଣ୍ଟା […]

m1

Hemant Lenka
  • Published: Tuesday, 25 February 2020
  • , Updated: 25 February 2020, 05:02 PM IST

ବେଜିଂ: ପ୍ରାଣଘାତୀ କରୋନା ଭାଇରସ ଚାଇନାରେ ଲୋକଙ୍କ ଜୀବନ ନେବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହୋଇ ପୁଣିଥରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି।

ସେହିପରି ଆହତଙ୍କ ସଂଖ୍ୟା ୭୭ ହଜାର ଅତିକ୍ରମ କରିଛି।

ଚାଇନାର ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ସୁଦ୍ଧା ୪୦୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ୨୪ ଘଣ୍ଟା ମଧ୍ୟରେ ଆଉ ୫୦୮ ଜଣ ନୂଆ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଏଯାଏ ଚାଇନାରେ ମୋଟ ୭୭, ୬୫୮ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ହୁବେଇ ପ୍ରଦେଶରେ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଉହାନରେ ୫୬ ଜଣଙ୍କ ଜୀବନ କରୋନା ଯୋଗୁ ଯାଇଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬୬୩ରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ଜାପାନ ଜାହାଜରେ ଥିବା ଜଣେ ବ୍ୟକ୍ତି ଆଜି କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଏଯାଏ ଜାହାଜରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ଇରାନ ଓ ଦକ୍ଷିଣ କୋରିଆରେ ବି ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।

Related story