କୋରୋନା ଭାଇରସ ବିପଦ, ମୃତ୍ୟୁସଂଖ୍ୟା ୯ ଛୁଇଁଲା

ବେଜିଂ: ଚାଇନାରେ ଦେଖା ଦେଇଥିବା ଭୟଙ୍କର କୋରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହି ଜୀବନ ନେଉଥିବା ଭାଇରସରେ ଏଯାଏ ଚାଇନାରେ ୯ ଜଣଙ୍କ ମୃତ୍ୟୁ ଘଟିଲାଣି। ହୁବେଇ ପ୍ରଦେଶରେ ପ୍ରଥମେ ଏହି ଭାଇରସ ସୃଷ୍ଟି ହୋଇଥିଲା। ଏବେ ହୁବେଇର ଉହାନ ଡେଇଁ ଭାଇରସ ବେଜିଂ, ସଂଘାଇ ଓ ଗୋନଡଙ୍ଗର ଦକ୍ଷିଣା ଅଞ୍ଚଳକୁ ବ୍ୟାପିଛି। ଚାଇନାରେ ଏଯାଏ କୋରୋନା ଭାଇରସରେ ୪୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାର ପଡ଼ୋଶୀ ରାଷ୍ଟ୍ରରେ ମଧ୍ୟ […]

d

Hemant Lenka
  • Published: Wednesday, 22 January 2020
  • , Updated: 22 January 2020, 05:01 PM IST

ବେଜିଂ: ଚାଇନାରେ ଦେଖା ଦେଇଥିବା ଭୟଙ୍କର କୋରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହି ଜୀବନ ନେଉଥିବା ଭାଇରସରେ ଏଯାଏ ଚାଇନାରେ ୯ ଜଣଙ୍କ ମୃତ୍ୟୁ ଘଟିଲାଣି। ହୁବେଇ ପ୍ରଦେଶରେ ପ୍ରଥମେ ଏହି ଭାଇରସ ସୃଷ୍ଟି ହୋଇଥିଲା। ଏବେ ହୁବେଇର ଉହାନ ଡେଇଁ ଭାଇରସ ବେଜିଂ, ସଂଘାଇ ଓ ଗୋନଡଙ୍ଗର ଦକ୍ଷିଣା ଅଞ୍ଚଳକୁ ବ୍ୟାପିଛି। ଚାଇନାରେ ଏଯାଏ କୋରୋନା ଭାଇରସରେ ୪୫୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାର ପଡ଼ୋଶୀ ରାଷ୍ଟ୍ରରେ ମଧ୍ୟ କିଛି ଲୋକ ଭାଇରାସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଥାଇଲ୍ୟାଣ୍ଡରେ ୩ ଜଣ, ଜାପାନ ଓ ଦକ୍ଷିଣ କୋରିଆରେ କୋରୋନା ଭାଇରସରେ ଜଣେ ଲେଖାଏ ବ୍ୟକ୍ତି ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଷ୍ଟ୍ରେଲିଆ, ଆମେରିକା ଓ ତାଇୱାନରେ ମଧ୍ୟ ଏହି ଭାଇରସ ପ୍ରବେଶ କରିଥିବା ସୂଚନା ମିଳିଛି। ହୁବେଇରୁ ଭାଇରସ ବ୍ୟାପୁଥିବାରୁ ଏଠାରେ ସତର୍କ ସୂଚନା ଜାରି କରାଯାଇଛି। ସମସ୍ତ ପ୍ରକାରର ଶୋଭାଯାତ୍ରା ଓ କାର୍ଯ୍ୟକ୍ରମକୁ ଏଠାରେ ବାରଣ କରାଯାଇଛି। ଲୋକମାନଙ୍କୁ ମାସ୍କ ଓ ଘର ମଧ୍ୟରେ ଯଥା ସମ୍ଭବ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଜେନେଭା ଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନା ଭାଇରସ ପାଇଁ ବୈଠକ ବସିଛି। ଏଥିରେ ଭାଇରସକୁ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇ ପାରିବ, ତା’ ଉପରେ ଆଲୋଚନା ହୋଇଛି। ସେହିପରି ସ୍ଥିତି ଜଟିଳ ହେଲେ ସ୍ୱାସ୍ଥ୍ୟଗତ ଜରୁରୀ ପରିସ୍ଥିତି ମଧ୍ୟ ଜାରି କରିବାକୁ ସଂଗଠନ ଲକ୍ଷ୍ୟ ରଖିଛି।

ଚାଇନାରୁ ଏହା ବ୍ୟାପୁଥିରୁ ଏବେ ସମସ୍ତ ଦେଶର ବିମାନବନ୍ଦରରେ ଚାଇନା ଯାତ୍ରୀଙ୍କୁ ଭଲ ଭାବେ ସ୍କ୍ରିନିଂ କରାଯାଉଛି। ଭାରତର ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ୭ଟି ସହରରେ ଚାଇନା ଯାତ୍ରୀଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଏଥିସହ ପଶୁଙ୍କ ଠାରୁ ଏହା ବ୍ୟାପୁଥିବାରୁ ଚାଇନା ଯାଉଥିବା ଭାରତୀୟଙ୍କ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଥିଲା।

ଚାଇନା ଯାଉଥିବା ଲୋକମାନେ ପଶୁ ହାଟରୁ ଯଥା ସମ୍ଭବ ଦୂରେଇ ରହିବାକୁ ଏଥିରେ କୁହାଯାଇଛି। ଚାଇନାର ଉହାନ ସ୍ଥିତି ସିଫୁଡ୍ ମାର୍କେଟରୁ ହିଁ ପ୍ରଥମେ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଏହି ଭାଇରାସ ଦ୍ୱାରା ଜଣେ ବ୍ୟକ୍ତି ନିମୋନିଆରେ ଆକ୍ରାନ୍ତ ହୋଇଥାଏ। ଏହାର ଲକ୍ଷ୍ୟ ସାଧାରଣ ଜ୍ୱର, ମୁଣ୍ଡ ବିନ୍ଧା ଓ ଖାସ। ଦୀର୍ଘ ଦିନ ଧରି ଜଣେ ବ୍ୟକ୍ତିଙ୍କ ପାଖରେ ଏଭଳି ଲକ୍ଷଣ ଦେଖାଯାଏ ଓ ଶେଷରେ ଏହା ଜୀବନ ମଧ୍ୟ ନେଇଥାଏ।

Related story