ମୋଦିଙ୍କ ବିସ୍ତାରବାଦ ବୟାନର ଜବାବ ଦେଲା ଚାଇନା

ନୂଆଦିଲ୍ଲୀ: ଲଦାଖରେ ଚାଇନା ନାଁ ନ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଜିଂକୁ ତୀବ୍ର ସମାଲୋଚନା କରିଥିଲେ। ମୋଦି ଚାଇନାର ବିସ୍ତାରବାଦ ନୀତିକୁ ଟାର୍ଗେଟ କରି ଏହା ସାରା ବିଶ୍ୱ ପାଇଁ ବିପଦ ବୋଲି କହିଥିଲେ। ଏବେ ଚାଇନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ମୋଦିଙ୍କ ବିସ୍ତାରବାଦ ନୀତି ବୟାନ ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ଚାଇନା କହିଛି। ଚାଇନା ଦୂତାବାସ ମୁଖପାତ୍ର ଜି ରୋଙ୍ଗ କହିଛନ୍ତି, ଚାଇନା ବେଶ ଶାନ୍ତିପୂର୍ଣ୍ଣ ବୁଝାମଣା ସହ ୧୪ […]

ed

Hemant Lenka
  • Published: Friday, 03 July 2020
  • , Updated: 03 July 2020, 07:12 PM IST

ନୂଆଦିଲ୍ଲୀ: ଲଦାଖରେ ଚାଇନା ନାଁ ନ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଜିଂକୁ ତୀବ୍ର ସମାଲୋଚନା କରିଥିଲେ। ମୋଦି ଚାଇନାର ବିସ୍ତାରବାଦ ନୀତିକୁ ଟାର୍ଗେଟ କରି ଏହା ସାରା ବିଶ୍ୱ ପାଇଁ ବିପଦ ବୋଲି କହିଥିଲେ। ଏବେ ଚାଇନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ମୋଦିଙ୍କ ବିସ୍ତାରବାଦ ନୀତି ବୟାନ ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ଚାଇନା କହିଛି।

ଚାଇନା ଦୂତାବାସ ମୁଖପାତ୍ର ଜି ରୋଙ୍ଗ କହିଛନ୍ତି, ଚାଇନା ବେଶ ଶାନ୍ତିପୂର୍ଣ୍ଣ ବୁଝାମଣା ସହ ୧୪ ପଡ଼ୋଶୀଙ୍କ ମଧ୍ୟରୁ ୧୨ ରାଷ୍ଟ୍ର ସହ ସୀମା ନିର୍ଦ୍ଧାରଣ କରିଛି। ଚାଇନା ସର୍ବଦା ସୀମା ସମ୍ପର୍କକୁ ବନ୍ଧୁତାରେ ପରିଣତ କରିପାରିଛି। ଚାଇନାକୁ ବିସ୍ତାରବାଦ କହିବା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ। ଏଭଳି ବୟାନ କେବଳ ଅତିରଞ୍ଜିତ ଓ କପୋଳକଳ୍ପିତ। ଚାଇନା କେବେ ହେଲେ ବିସ୍ତାରବାଦ ନୀତି ପାଇଁ ପଡ଼ୋଶୀଙ୍କ ସହ ବିବାଦ ସୃଷ୍ଟି କରେନାହିଁ। କେବଳ ବିବାଦକୁ ଅତିରଞ୍ଜ କରିବା ପାଇଁ ଏଭଳି ବୟାନ ଦିଆଯାଉଛି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଥିଲେ ଉତ୍ତେଜନା ହ୍ରାସ କରିବା ପାଇଁ ଭାରତ ଓ ଚାଇନା ଆଲୋଚନା ଓ ବୁଝାମଣା ଜାରି ରଖିଛନ୍ତି। ଉଭୟ ପ୍ରତିରକ୍ଷା ଓ କୂଟନୀତିକ ସ୍ତରରେ ଆଲୋଚନା ଚାଲିଛି। ଏହି ସମୟରେ ଦୁଇ ଦେଶ ଶାନ୍ତି ବଜାୟୀ ରଖିବା ଦରକାର। ସେମାନେ ଏମିତି କିଛି କାମ ନ କରନ୍ତୁ, ଯାହା ଦ୍ୱାରା ସୀମାରେ ତିକ୍ତତା ଅଧିକ ତୀବ୍ର ହେବ। ସବୁ ପ୍ରକାରର ସମସ୍ୟା ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲା। ସେବେଠାରୁ ଚାଇନା ଲଦାଖର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଭାରତକୁ ନାଲି ଆଖି ଦେଖାଇ ଚାଲିଛି। ଏସବୁ ଭିତରେ ଆଜି ମୋଦି ହଠାତ୍‌ ସମୁଦ୍ର ପତନ ଠାରୁ ପ୍ରାୟ ୧୧ ହଜାର ଫୁଟ ଉପରେ ଥିବା ଲଦାଖର ନିମୁ କ୍ୟାମ୍ପରେ ପହଞ୍ଚି ସୀମା ସୁରକ୍ଷାରେ ସ୍ଥିତି ସୀମାକ୍ଷା କରିଛନ୍ତି। ଏଥିସହ ଯବାନଙ୍କ ବୀରତ୍ୱକୁ ବି ପ୍ରଶଂସା କରିଛନ୍ତି।

Related story