ଭାରତର ଏଫ୍‌ଡିଆଇ ନୀତି ପରିବର୍ତ୍ତନ ଚାଇନାକୁ ବାଧିଲା

ନୂଆଦିଲ୍ଲୀ: ଭାରତ ଏଫ୍‌ଡିଆଇ ନୀତିରେ ପରିବର୍ତ୍ତନ ଆଣିବା ନେଇ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛି। ନୂଆ ନିୟମ ଡବ୍ଲୁଟିଓ ନିୟମ ଉଲ୍ଲଂଘନ କରିଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ଏହା ମୁକ୍ତ ଓ ସ୍ୱଚ୍ଛ ବାଣିଜ୍ୟର ପରିପନ୍ଥୀ ବୋଲି ମଧ୍ୟ ଚାଇନା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର କମ୍ପାନୀ ଭାରତରେ ନିବେଶ କରିବାକୁ ହେଲେ ଏଣିକି ସରକାରଙ୍କଠାରୁ ଅନୁମତି ନେବାକୁ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ସେମାନେ ପୂର୍ବପରି ଅଟୋମେଟିକ୍‌ ରୁଟ୍‌ରେ […]

Invest

Subrat Kumar Nayak
  • Published: Monday, 20 April 2020
  • , Updated: 20 April 2020, 04:25 PM IST

ନୂଆଦିଲ୍ଲୀ: ଭାରତ ଏଫ୍‌ଡିଆଇ ନୀତିରେ ପରିବର୍ତ୍ତନ ଆଣିବା ନେଇ ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛି। ନୂଆ ନିୟମ ଡବ୍ଲୁଟିଓ ନିୟମ ଉଲ୍ଲଂଘନ କରିଛି ବୋଲି ଚାଇନା ପକ୍ଷରୁ କୁହାଯାଇଛି। ଏତଦ୍‌ବ୍ୟତୀତ ଏହା ମୁକ୍ତ ଓ ସ୍ୱଚ୍ଛ ବାଣିଜ୍ୟର ପରିପନ୍ଥୀ ବୋଲି ମଧ୍ୟ ଚାଇନା ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର କମ୍ପାନୀ ଭାରତରେ ନିବେଶ କରିବାକୁ ହେଲେ ଏଣିକି ସରକାରଙ୍କଠାରୁ ଅନୁମତି ନେବାକୁ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ସେମାନେ ପୂର୍ବପରି ଅଟୋମେଟିକ୍‌ ରୁଟ୍‌ରେ ନିବେଶ କରିପାରିବେନି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାୟଳ ପକ୍ଷରୁ କୁହାଯାଇଛି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ବା ଏଫ୍‌ଡିଆଇର ନୀତିରେ ପରିବର୍ତ୍ତନ ଅଣାଯାଇଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନର କରୋନା ମହାମାରୀ ଜନିତ ପରିସ୍ଥିତି ଏବଂ ଚାଇନାକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଥିଲା।

ତେବେ ଚାଇନା ଦୂତାବାସ ପକ୍ଷରୁ ଏବେ ଏକ ବିବୃତ୍ତିରେ କୁହାଯାଇଛି, “ନିର୍ଦ୍ଦିଷ୍ଟ କିଛି ଦେଶର ନିବେଶକମାନଙ୍କ ପାଇଁ ଭାରତ ପକ୍ଷରୁ ଅଣାଯାଇଥିବା ଅତିରିକ୍ତ ପ୍ରତିବନ୍ଧକଗୁଡିକ ଡବ୍ଲୁଟିଓ ନୀତି ଉଲ୍ଲଂଘନ କରୁଛି ଏବଂ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗର ଉଦାରୀକରଣ ଧାରା ବିରୋଧରେ ଯାଉଛି। ଆମେ ଆଶା କରୁଛୁ ଭାରତ ବିଭିନ୍ନ ଦେଶକୁ ସମାନ ଭାବେ ଦେଖିବ ଏବଂ ଏକ ମୁକ୍ତ, ସ୍ୱଚ୍ଛ ଓ ସମାନ ବ୍ୟବସାୟିକ ପରିବେଶ ଦେବ।”

ଭାରତରେ ସାଧାରଣତଃ ନିବେଶ ପାଇଁ ଦୁଇଟି ମାର୍ଗ ଥାଏ। ଗୋଟିଏ ସ୍ୱୟଂଚାଳିତ ବା ଅଟୋମେଟିକ୍‌। ଏଥିରେ ସରକାରଙ୍କ ଅନୁମତି ଦରକାର ପଡ଼େନି। ଅନ୍ୟଟି ସରକାରୀ ରୁଟ୍‌, ଯେଉଁଥିରେ କେନ୍ଦ୍ରର ଅନୁମତି ଜରୁରୀ ହୋଇଥାଏ। ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନୂଆ ନିୟମ ଦ୍ୱାରା ‘କରୋନା ମହାମାରୀ ସମୟରେ ଭାରତୀୟ କମ୍ପାନୀଙ୍କର ସୁବିଧାବାଦୀ ଅଧିଗ୍ରହଣ’ ଉପରେ କଟକଣା ଲାଗି ପାରିବ। ମିଳିଥିବା ସୂଚନା ଅନୁଯାୟୀ, କରୋନା ଜନିତ ସ୍ଥିତିରୁ ଚାଇନା ସୁବିଧା ମାରିନେବାକୁ ଚାହୁଁଥିବାରୁ ସରକାର ଏ ବାବଦରେ ଚିନ୍ତା କରିଛନ୍ତି।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଥିଲା, “ଭାରତର ସୀମାବର୍ତ୍ତୀ କୌଣସି ରାଷ୍ଟ୍ରରେ ଥିବା କୌରଓ କମ୍ପାନୀ ବା ଏ ଭଳି ରାଷ୍ଟ୍ରର କୌଣସି ନାଗରିକ କେବଳ ଭାରତ ସରକାରଙ୍କ ଅନୁମତି ନେଇ ନିବେଶ କରିପାରିବେ।” ଏତଦ୍‌ବ୍ୟତୀତ ଏଭଳି ଏଫ୍‌ଡିଆଇ ଡିଲ୍‌ରେ ମାଲିକାନା ହସ୍ତାନ୍ତର ଦ୍ୱାରା ଯଦି କୌଣସି ସୀମାବର୍ତ୍ତୀ ରାଷ୍ଟ୍ର ଲାଭବାନ ହେଉଥିବ ତାହାଲେ ମଧ୍ୟ ସମାନ ଭାବେ ସରକାରଙ୍କ ଅନୁମତି ନେବାକୁ ହେବ।

ପୂର୍ବରୁ ବାଂଲାଦେଶ ଏବଂ ପାକିସ୍ତାନର କମ୍ପାନୀ ଏଭଳି ସରକାରଙ୍କ ମାଧ୍ୟମରେ ନିବେଶ କରୁଥିଲେ। ଏବେ ସରକାରଙ୍କ ସ୍କାନର୍‌କୁ ଚାଇନା ମଧ୍ୟ ଆସିଯାଇଛି। ତେବେ ବର୍ତ୍ତମାନ ଚାଇନାର ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ଏଚ୍‌ଡିଏଫ୍‌ସିର ୧.୦୧% ଶେୟାର କିଣିବାରେ କିଛି ଅସୁବିଧା ହେବନି। କାରଣ ଏହାର ପରିମାଣ ୧୦%ରୁ କମ୍‌ ରହିଛି। ନୂଆ ନୀତି ୧୦%ରୁ ଅଧିକ ଶେୟାର ହୋଲ୍ଡିଂସ୍‌ କିଣାବିକାରେ ଲାଗୁ ହେବ।

Related story