ଟେରୋରିସ୍ତାନର ହାତ ଛାଡିଲା ଚୀନ୍‌: କହିଲା କାଶ୍ମୀର ସମସ୍ୟାର ସମାଧାନ ନିଜେ କର

ନ୍ୟୁୟର୍କ: ଭାରତ ପକ୍ଷରୁ ନୂଆ ନାଁ ଟେରୋରିସ୍ତାନ ପାଇଥିବା ପାକିସ୍ତାନକୁ ବିଶ୍ୱ ଦରବାରରେ ଆଜି ପୁଣି ଏକ ଝଟକା ଲାଗିଛି। ସବୁବେଳେ ପାକିସ୍ତାନର ପକ୍ଷ ନେଇଥିବା ଚୀନ୍‌ ମଧ୍ୟ ତା’ର ହାତ ଛାଡି ଦେଇଛି। ଖାଲି ହାତ ଛାଡି ନାହିଁ, ଜାତିସଂଘ ମଞ୍ଚରେ କାଶ୍ମୀର ବିବାଦକୁ ନେଇ କଟୁ ସମାଲୋଚନା କରିଛି। ଏଥିରେ ଚୀନ୍‌ ପକ୍ଷରୁ କୁହାଯାଇଛି, ଏହା ଭାରତ ଓ ପାକିସ୍ତାନର ସମସ୍ୟା। ପାକିସ୍ତାନ ଏହାର ସମାଧାନ ଭାରତ ସହ ମିଶି କରୁ। ଚୀନ୍‌ର ଏପରି […]

china

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 04:19 PM IST

ନ୍ୟୁୟର୍କ: ଭାରତ ପକ୍ଷରୁ ନୂଆ ନାଁ ଟେରୋରିସ୍ତାନ ପାଇଥିବା ପାକିସ୍ତାନକୁ ବିଶ୍ୱ ଦରବାରରେ ଆଜି ପୁଣି ଏକ ଝଟକା ଲାଗିଛି। ସବୁବେଳେ ପାକିସ୍ତାନର ପକ୍ଷ ନେଇଥିବା ଚୀନ୍‌ ମଧ୍ୟ ତା’ର ହାତ ଛାଡି ଦେଇଛି। ଖାଲି ହାତ ଛାଡି ନାହିଁ, ଜାତିସଂଘ ମଞ୍ଚରେ କାଶ୍ମୀର ବିବାଦକୁ ନେଇ କଟୁ ସମାଲୋଚନା କରିଛି। ଏଥିରେ ଚୀନ୍‌ ପକ୍ଷରୁ କୁହାଯାଇଛି, ଏହା ଭାରତ ଓ ପାକିସ୍ତାନର ସମସ୍ୟା। ପାକିସ୍ତାନ ଏହାର ସମାଧାନ ଭାରତ ସହ ମିଶି କରୁ। ଚୀନ୍‌ର ଏପରି ଟିପ୍ପଣୀ ପାକିସ୍ତାନକୁ ସବୁଠାରୁ ବଡ଼ ଝଟକା ଦେଇଛି। କାରଣ ଚୀନ୍‌ର ବିବୃତ୍ତି ଏମିତି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଆବାସୀ କାଶ୍ମୀରକୁ ଆନ୍ତରାଷ୍ଟ୍ରୀୟ ବିବାଦ ଆଖ୍ୟା ଦେବାକୁ ଜାତିସଂଘରେ ଉଦ୍ୟମ କରୁଛନ୍ତି।

ଜାତିସଂଘ ମଞ୍ଚରେ କାଶ୍ମୀର ସମସ୍ୟାରେ ଚୀନ୍‌ କୌଣସି ପ୍ରକାର ସହଯୋଗ କରିବ ନାହିଁ ବୋଲି ପାକିସ୍ତାନକୁ ରୋକ୍‌ଠକ୍‌ ଶୁଣାଇ ଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୂର୍ବରୁ ଚୀନ କାଶ୍ମୀର ପ୍ରସଙ୍ଗରେ ନିଜକୁ ଦୂରେଇ ରଖିଥିବା କହୁଥିଲା। ହେଲେ ପ୍ରଥମ ଥର ପାଇଁ କୌଣସି ବିଶ୍ୱ ମଞ୍ଚରେ ଚୀନ୍‌ ଏପରି ଖୋଲା ବିବୃତ୍ତି ରଖିଛି।

ସୂଚନାଯୋଗ୍ୟ, ଜାତିସଂଘ ମଞ୍ଚରେ ଆଜି ଭାରତ ପାକିସ୍ତାନକୁ ଟେରୋରିସ୍ତାନ ନାଁ ଦେଇଥିଲା। ଏହାସହ ଭାରତ ପକ୍ଷରୁ କୁହାଯାଇଥିଲା, ଏଠାରେ ଆତଙ୍କବାଦକୁ ସୁରକ୍ଷା ଦିଆଯାଉଛି। ନୂଆ ଆତଙ୍କବାଦୀ ସୃଷ୍ଟି କରାଯାଉଛି। ସାରା ବିଶ୍ୱ ପାଇଁ ଆତଙ୍କ ସାଜିଥିବା ଏହି ଆତଙ୍କବଦୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଛି ଏହି ଟେରୋରିସ୍ତାନ (ପାକିସ୍ତାନ)।

Related story