ଭାରତ ପରେ ଚୀନର ଟାର୍ଗେଟରେ ଜାପାନ!

ଟୋକିଓ: ଲଦାଖର ଗଲଓ୍ୱାନ ଉପତ୍ୟକାରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ପୂର୍ବ ଏସିଆରେ ଏହି ଦୁଇ ଦେଶର ସୀମା ବାବଦକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ଏସିଆ ମହାଦେଶରେ ଆଉ ଏକ ଦେଶ ଜାପାନ ସହିତ ଏକ ଦ୍ୱୀପକୁ ନେଇ ଚୀନର ବିବାଦ ବଢ଼ିପାରେ। ସେନା ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି। ଏହି ଦ୍ୱୀପ ଏବେ ଜାପାନ ଅଧିନରେ ରହିଛି। ଚୀନ କିନ୍ତୁ […]

japan chaina

Subhransu Sekhar
  • Published: Sunday, 21 June 2020
  • , Updated: 21 June 2020, 05:02 PM IST

ଟୋକିଓ: ଲଦାଖର ଗଲଓ୍ୱାନ ଉପତ୍ୟକାରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି। ପୂର୍ବ ଏସିଆରେ ଏହି ଦୁଇ ଦେଶର ସୀମା ବାବଦକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ଏସିଆ ମହାଦେଶରେ ଆଉ ଏକ ଦେଶ ଜାପାନ ସହିତ ଏକ ଦ୍ୱୀପକୁ ନେଇ ଚୀନର ବିବାଦ ବଢ଼ିପାରେ। ସେନା ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି।

ଏହି ଦ୍ୱୀପ ଏବେ ଜାପାନ ଅଧିନରେ ରହିଛି। ଚୀନ କିନ୍ତୁ ଏହି ଦ୍ୱୀପକୁ ନିଜର ବୋଲି ଦାବି କରି ଜାପାନକୁ ଛାଡ଼ିବା ପାଇଁ କହୁଛି। ଏହି ଦ୍ୱୀପକୁ ଜାପାନ ବାସୀ ‘ସେନକକୁସ’ ବୋଲି କୁହନ୍ତି। ଚୀନ୍ ଏହାକୁ ‘ଦିଓୟୁସ’ ବୋଲି କୁହେ। ଜାପାନ କିନ୍ତୁ ୧୯୭୨ରୁ ଏହି ଦ୍ୱୀପକୁ ନିଜ ଅଧିନରେ ରଖିଛି। ତେବେ ଏହି ଦ୍ୱୀପ ପାଖରେ ଚୀନ୍ ନିଜର ସେନା ମୁତୟନ କରିଛି। ଜାପାନର ନୌସେନା ମଧ୍ୟ ଏହି ଦ୍ୱୀପର ସୁରକ୍ଷା ଦାୟିତ୍ୱରେ ରହିଛି। ଏହି ଦ୍ୱୀପରେ କିନ୍ତୁ କେହି ରହୁନଥିବା ସୂଚନା ରହିଛି।

ଯଦି ଚୀନ୍ ଏହି ଦ୍ୱୀପକୁ ନିଜ ଅଧିନକୁ ନେବା ପାଇଁ ଚେଷ୍ଟା କରିବ ତା’ହେଲେ ଜାପାନ ସହିତ ଲଢ଼ିବାକୁ ହେବ। ନିକଟରେ ଚୀନର ଅନେକ ଯୁଦ୍ଧ ଜାହାଜ ଏହି ଦ୍ୱୀପ ନିକଟରେ ପହଞ୍ଚିଥିଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବ ବୋଲି ଆଶଙ୍କା କରାଯାଉଥିଲା।

ଜାପାନ ଚୀନକୁ ଚେତାବନୀ ଦେବାକୁ ଯାଇ କହିଛି, ଏହି ଦ୍ୱୀପ ଜାପାନର। ଯଦି ଚୀନ ଏହାକୁ ନେଇ କୌଣସି ପ୍ରକାର ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିବ ତା’ହେଲେ ଜାପାନ ମଧ୍ୟ ଜବାବ ଦେବାକୁ ଭୁଲିବନି। ଜାପାନର ଜବାବରେ ଚୀନ୍ ବୈଦେଶିକ ମନ୍ତ୍ରାଳୟ କହିଛି ଏହି ଦ୍ୱୀପ ଚୀନର ଅଭିନ୍ନ ଅଙ୍ଗ। ଯେଉଁଥିପାଇଁ ଚୀନ ଏହାକୁ ନିଜର ବୋଲି ଦାବି କରୁଛି।

କ’ଣ ରହିଛି ଇତିହାସ

ଚୀନ ଏହି ଦ୍ୱୀପକୁ ନିଜର ବୋଲି ଦାବି କରୁଛି। ୧୪୦୦ ମସିହାରେ ଏହି ଦ୍ୱୀପ ଚୀନ୍ ଅଧିନରେ ଥିଲା। ଏଠାରେ ଚୀନର ମତ୍ସ୍ୟଜୀବୀ ବସବାସ କରୁଥିଲେ। ତେବେ ଜାପାନ କୁହେ ସର୍ଭେ ଅନୁଯାୟୀ ଏହି ଦ୍ୱୀପ ୧୮୮୫ ବେଳକୁ ଚୀନ ଅଧିନରେ ନଥିଲା। ଏହାପରେ ୧୮୯୫ ବେଳକୁ ଜାପାନ ଏହି ଦ୍ୱୀପକୁ ଜାପାନ ଶାସିତ କେନ୍ଦ୍ରାଞ୍ଚଳ ବୋଲି ଘୋଷଣା କରିଛି।

ସେତେବେଳେ ଏହି ଦ୍ୱୀପରେ ୨୦୦ରୁ ଅଧିକ ଲୋକ ବସବାସ କରୁଥିଲେ। ମାଛ ଧରିବା ସହିତ ପଶୁ ମାନଙ୍କୁ ରଖି ନିଜର ଗୁଜୁରାଣ ମେଣ୍ଟାଉଥିଲେ ବୋଲି ଜାପାନର ବୈଦେଶିକ ମନ୍ତ୍ରାଳୟ କହିଛି।

ତେବେ ଜାପାନ ୧୯୩୨ରେ ଏହି ଦ୍ୱୀପକୁ ମୂଳବାସିନ୍ଦାକୁ ଫେରାଇ ଦେଇଥିଲା। ହେଲେ ୧୯୪୦ ବେଳକୁ ସେମାନଙ୍କର ବିପର୍ଯ୍ୟୟ ହୋଇଥିଲା। ଏହାପରେ ଜାପାନ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଆତ୍ମସମର୍ପଣ କରିଥିଲା। ଏହାପରେ ଆମେରିକା ଲୋକଙ୍କ ଦ୍ୱାରା ଏହି ଦ୍ୱୀପ ଶାସିତ ହେଉଥିଲା। ହେଲେ ୧୯୭୨ରେ ଆମେରିକା ଓକିନଓ୍ୱା ଉପରୁ ନିଜର ଆଧିପତ୍ୟା ପ୍ରତ୍ୟାହାର କରିବା ପରେ ଜାପାନକୁ ଏହି ଅଞ୍ଚଳ ଫେରାଇ ଦେଇଥିଲା ଆମେରିକା।

ତେଣୁ ଚୀନ ଯଦି ଏହି ଦ୍ୱୀପକୁ ନେଇ କୌଣସି ପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ପାଇଁ ଚେଷ୍ଟା କରିବ ତା’ହେଲେ ଆମେରିକା ମଧ୍ୟ ଜାପାନ ସମର୍ଥନରେ ବାହାରିବ ବୋଲି କୁହାଯାଉଛି।

Related story