ଭାରତ ସହ ଚୀନ୍ ସତରେ ଯୁଦ୍ଧ କରିବ ନା ଖାଲି ଡରୋଉଛି ?

ସିକିମ୍‌କୁ ନେଇ ଭାରତ-ଚୀନ୍‌ ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି। ଭାରତ ମହାସାଗରକୁ ଚୀନ୍‌ ତା’ର ପଣ୍ଡୁବି ପଠାଇ ସ୍ଥିତିକୁ ଆହୁରି ଜଟିଳ କରିବାକୁ ଚେଷ୍ଟା କରିଛି। ଏବେ ସ୍ଥିତି ଏପରି ଅଛି, ଯେକୌଣସି ସମୟରେ ଯୁଦ୍ଧ ଲାଗି ଯିବାର ଆଶଙ୍କା ରହିଛି। ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚୀନ୍‌ କେବେ ଭାରତ ସହ ଯୁଦ୍ଧ କରିବାକୁ ଚିନ୍ତା କରିବ ନାହିଁ। ଚୀନ୍‌ ତା’ର ଅନ୍ୟ ଏକ ଉଦ୍ଦେଶ୍ୟ ପୂରଣ ପାଇଁ ସୀମାରେ ଭାରତ ସହ ଏପରି […]

china

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 10:57 PM IST

ସିକିମ୍‌କୁ ନେଇ ଭାରତ-ଚୀନ୍‌ ମଧ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି। ଭାରତ ମହାସାଗରକୁ ଚୀନ୍‌ ତା’ର ପଣ୍ଡୁବି ପଠାଇ ସ୍ଥିତିକୁ ଆହୁରି ଜଟିଳ କରିବାକୁ ଚେଷ୍ଟା କରିଛି। ଏବେ ସ୍ଥିତି ଏପରି ଅଛି, ଯେକୌଣସି ସମୟରେ ଯୁଦ୍ଧ ଲାଗି ଯିବାର ଆଶଙ୍କା ରହିଛି। ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚୀନ୍‌ କେବେ ଭାରତ ସହ ଯୁଦ୍ଧ କରିବାକୁ ଚିନ୍ତା କରିବ ନାହିଁ। ଚୀନ୍‌ ତା’ର ଅନ୍ୟ ଏକ ଉଦ୍ଦେଶ୍ୟ ପୂରଣ ପାଇଁ ସୀମାରେ ଭାରତ ସହ ଏପରି ସ୍ଥିତି ସୃଷ୍ଟି କରିଛି ଓ ଏହାକୁ ଦୀର୍ଘ ସମୟ ପାଇଁ ଆଗକୁ ନେବାକୁ ଯୋଜନାରେ ଥିବା କୁହାଯାଉଛି।

କାହିଁକି ଯୁଦ୍ଧ କରିବ ନାହିଁ ଚୀନ୍: ବିଶେଷଜ୍ଞଙ୍କ କହିବା ଅନୁସାରେ ଚୀନ୍‌ ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହିଁ। କାରଣ ଭାରତ ଚୀନ୍‌ର ସାମରୀକ ଶକ୍ତି ତୁଳନାରେ ପଛରେ ଥିଲେ ମଧ୍ୟ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର। ଏହାସହ ଭାରତ ହେଉଛି ଚୀନ୍‌ ପାଇଁ ବଡ଼ ବଜାର। ଏପରି ସ୍ଥିତିରେ ଭାରତ ସହ ଯୁଦ୍ଧ କରି ଚୀନ୍‌ ନିଜ ଅର୍ଥନୀତି ଉପରେ ନକରାତ୍ମକ ସ୍ଥିତି ଆଣିବାକୁ ଚାହିଁବ ନାହିଁ। ତେବେ ଚୀନ୍‌ ଏପରି ସ୍ଥିତି ସୃଷ୍ଟି କରିବା ପଛରେ ରହିଛି ‘ୱାନ ବେଲ୍ଟ ୱାନ ରୋଡ଼’ ପରିୟୋଜନା।

ଚୀନ୍‌ର ଅସଲ ଉଦ୍ଦେଶ୍ୟ: ଭାରତ ଚୀନ୍‌ର ଏହି ‘ୱାନ ବେଲ୍ଟ ୱାନ ରୋଡ଼’ ଯୋଜନାକୁ ବିରୋଧ କରୁଛି। ସୀମାରେ ଏପରି ସ୍ଥିତି ସୃଷ୍ଟି କରି ଯୁଦ୍ଧର ଆଶଙ୍କା ବୃଦ୍ଧି କରୁଛି, ଯେପରକି ଭାରତ ଭୟ ପାଇଯିବ ଓ ‘ୱାନ ବେଲ୍ଟ ୱାନ ରୋଡ଼’ ଯୋଜନାକୁ ମାନି ନେବ। ଏହା ହେଉଛି ଚୀନ୍‌ର ମୂଳ ଲକ୍ଷ୍ୟ।

କ’ଣ କହୁଛନ୍ତି ବିଶେଷଜ୍ଞ: ଭାରତ-ଚୀନ୍‌ ସମ୍ପର୍କ ଉପରେ ନଜର ରଖିଥିବା ରାଜେଶ୍ୱର ରାଜଗୋପାଳନଙ୍କ କହିବା କଥା ହେଲା- ଭାରତ, ଚୀନ୍‌ ଓ ଭୁଟାନ୍‌ ସୀମାରେ ଚୀନ୍‌ ଅଧିକ ଉଗ୍ର ଆଭିମୁଖ୍ୟ ନେଉଛି। ଚୀନ୍‌ର ସୈନିକ ଯେକୌଣସି ସ୍ଥିତିରେ ‘ୱାନ ବେଲ୍ଟ ୱାନ ରୋଡ଼’ ଯୋଜନାରେ ରାସ୍ତା ନିର୍ମାଣ ଜାରି ରଖିବାକୁ ଚାହୁଁଛନ୍ତି। ଚୀନ୍‌ ଯେଉଁଠି ରାସ୍ତା ନିର୍ମାଣ କରୁଛି ଏହାର ସମ୍ପର୍କ ଭାରତ ସହ ସିଧାସଳଖ ନାହିଁ। ତଥାପି ଭୁଟାନ ପାଇଁ ଭାରତ ଏଥିରେ ହସ୍ତକ୍ଷେପ କରୁଛି। ଏପରି ସ୍ଥିତିରେ ଭାରତ କେତେଦୂର ଭୁଟାନ ପାଇଁ ଛିଡା ହେଉଛି ତାହା ଉପରେ ଦକ୍ଷିଣ ଏସିଆରେ ଦେଶଗୁଡିକ ନଜର ରଖିଛନ୍ତି। କାରଣ ଏଥିରୁ ଭାରତ ସେମାନଙ୍କ ସ୍ୱାର୍ଥରକ୍ଷା କେତେଦୂର କରିପାରିବ ତାହା ମଧ୍ୟ ଜଣାପଡିଯିବ। ଅନ୍ୟପକ୍ଷରେ ଏସିଆର ଏହି ଅଞ୍ଚଳରେ ଚୀନ କୌଣସି ପ୍ରକାର ଖରାପ ସ୍ଥିତି ଚାହୁଁନାହିଁ। ହେଲେ ବିକାଶ କ୍ଷେତ୍ରରେ ଦ୍ରୁତଗତିରେ ଆଗେଇ ଚାଲିଥିବା ଭାରତକୁ ଉପରକୁ ଉଠିବା ମଧ୍ୟ ଚୀନ୍‌ ଚାହୁଁନାହିଁ।

Related story