କରୋନା ଚାଇନାରୁ ବ୍ୟାପିଥିବା କଥାକୁ ପୁଣି ଅସ୍ୱୀକାର କଲା ବେଜିଂ, ଦେଲା ଏମିତି ଉତ୍ତର

ବେଜିଂ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଚାଇନାରୁ ହିଁ ବ୍ୟାପିଥିବା ବିଭିନ୍ନ ରାଷ୍ଟ୍ର କହୁଛନ୍ତି। ଗତବର୍ଷ ଶେଷ ଭାଗରେ ଚାଇନାରେ ହିଁ ଏହା ପ୍ରଥମେ ଦେଖା ଯାଇଥିଲା ଓ ଧୀରେଧୀରେ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। କରୋନା ଭାଇରସକୁ ଚାଇନା ଗୋଟିଏ ଲ୍ୟାବରେ ତିଆରି କରି ସବୁଆଡ଼େ ସଂକ୍ରମଣ କରିଛି ବୋଲି ଆମେରିକା ଅଭିଯୋଗ କରିଛି। ହେଲେ ଏହି ସବୁ ଦାବିକୁ ପୁଣିଥରେ ବେଜିଂ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। କରୋନା ଭାଇରସ ବିଶ୍ୱର ବିଭିନ୍ନ […]

m

Hemant Lenka
  • Published: Friday, 09 October 2020
  • , Updated: 09 October 2020, 09:53 PM IST

ବେଜିଂ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ଚାଇନାରୁ ହିଁ ବ୍ୟାପିଥିବା ବିଭିନ୍ନ ରାଷ୍ଟ୍ର କହୁଛନ୍ତି। ଗତବର୍ଷ ଶେଷ ଭାଗରେ ଚାଇନାରେ ହିଁ ଏହା ପ୍ରଥମେ ଦେଖା ଯାଇଥିଲା ଓ ଧୀରେଧୀରେ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। କରୋନା ଭାଇରସକୁ ଚାଇନା ଗୋଟିଏ ଲ୍ୟାବରେ ତିଆରି କରି ସବୁଆଡ଼େ ସଂକ୍ରମଣ କରିଛି ବୋଲି ଆମେରିକା ଅଭିଯୋଗ କରିଛି।

ହେଲେ ଏହି ସବୁ ଦାବିକୁ ପୁଣିଥରେ ବେଜିଂ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। କରୋନା ଭାଇରସ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିଲା। ହେଲେ ଚାଇନାରେ କେବଳ ପ୍ରଥମ କେସ ସାମ୍ନାକୁ ଆସିଥିଲା। ଚାଇନା ଏହାକୁ ରୋକିବାକୁ ମଧ୍ୟ ପ୍ରଥମେ ପଦକ୍ଷେପ ନେଇଥିଲା ବୋଲି ଆଜି ବେଜିଂ ପକ୍ଷରୁ କୁହାଯାଇଛି।

ଉହାନର ଏକ ବାଓ ଲ୍ୟାବରୁ ଏହା ବ୍ୟାପିଥିବା ଆମେରିକା ଅଭିଯୋଗ କରିଥିଲେ ହେଁ ଏହାକୁ ଚାଇନା ମାନିନାହିଁ। ଲ୍ୟାବ ନୁହେଁ ବରଂ ଉହାନରେ ଥିବା ମାଛ ମାର୍କେଟରୁ ଏହା ପ୍ରଥମେ ବାଦୁଡ଼ି କିମ୍ବା ଅନ୍ୟ କୌଣସି ଜୀବଠାରୁ ଲୋକଙ୍କ ଶରୀରରେ ପ୍ରବେଶ କରିଥିଲା ବୋଲି ବେଜିଂ କହିଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଛୁନୟାଙ୍ଗି କହିଛନ୍ତି, କରୋନା ଏକ ନୂଆ ଧରଣର ଭାଇରସ। ସମୟ ବିତିବା ସହ ଏହାକୁ ନେଇ ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଆମେ ସମସ୍ତେ ଜାଣିଛେ ଯେ ଏହି ମହାମାରୀ ଭାଇରସ ବିଶ୍ୱର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଗତବର୍ଷ ଶେଷ ଭାଗରେ ହିଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ବ୍ୟାପିଥିଲା। କିନ୍ତୁ ଚାଇନାରେ ଏହା ପ୍ରଥମେ ଚିହ୍ନଟ ହୋଇଥିଲା। ଏହାକୁ ଜାଣିବା ପରେ ଚାଇନା ସମସ୍ତଙ୍କୁ ଅବଗତ କରାଇଥିଲା ଓ ସମସ୍ତଙ୍କ ସହ ଏହାର ଜେନୋମକୁ ଶେୟାର କରିଥିଲା ବୋଲି ସେ କହିଛନ୍ତି।

ଚାଇନାରେ କରୋନା ଭାଇରସ ପ୍ରଥମେ ଦେଖାଯାଇଥିଲେ ହେଁ ଏଠାରେ ମୋଟ ୯୦ ହଜାର ଲୋକ ସଂକ୍ରମିତ ହୋଇଥିବା ସେଠାକାର ସରକାର କହିଛନ୍ତି। ହେଲେ ଭାରତ ଓ ଆମେରିକା ଭଳି ଦେଶରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକ ଇତି ମଧ୍ୟରେ ସଂକ୍ରମିତ ହୋଇ ସାରିଲେଣି।

Related story