ଭାରତୀୟ ସୀମା ନିକଟରେ ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଛି ଚାଇନା

ବେଜିଂ: ଭାରତ ବିରୋଧରେ ଚାଇନା ଚଳାଇଥିବା ଷଡ଼ଯନ୍ତ୍ରର ଆଉ ଏକ ଗୁମର ଖୋଲିଛି। ପାଙ୍ଗୋଙ୍ଗ ଲେକ୍‌ ସ୍ଥିତ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଚାଇନା ପୂରା ପ୍ରସ୍ତୁତି କରିଥିଲା। ପ୍ରାୟ ୫୦୦ ଜଣ ଯବାନ ଭାରତୀୟ ସୀମାକୁ ପ୍ରବେଶ କରି କବଜା କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଭାରତୀୟ ସେନାଙ୍କ ସତର୍କତା ଯୋଗୁ ଚାଇନାର ସବୁ ଯୋଜନା ଭଣ୍ଡୁର ହୋଇଯାଇଛି। ସେହିପରି ଅନୁପ୍ରବେଶ କରିବା ପୂର୍ବରୁ ଭାରତୀୟ ସୀମା ନିକଟରେ ଚାଇନିଜ୍‌ ବାୟୁସେନା ଜେ-୨୦ ଯୁଦ୍ଧ […]

cd

Hemant Lenka
  • Published: Monday, 31 August 2020
  • , Updated: 31 August 2020, 03:49 PM IST

ବେଜିଂ: ଭାରତ ବିରୋଧରେ ଚାଇନା ଚଳାଇଥିବା ଷଡ଼ଯନ୍ତ୍ରର ଆଉ ଏକ ଗୁମର ଖୋଲିଛି। ପାଙ୍ଗୋଙ୍ଗ ଲେକ୍‌ ସ୍ଥିତ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଚାଇନା ପୂରା ପ୍ରସ୍ତୁତି କରିଥିଲା। ପ୍ରାୟ ୫୦୦ ଜଣ ଯବାନ ଭାରତୀୟ ସୀମାକୁ ପ୍ରବେଶ କରି କବଜା କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଭାରତୀୟ ସେନାଙ୍କ ସତର୍କତା ଯୋଗୁ ଚାଇନାର ସବୁ ଯୋଜନା ଭଣ୍ଡୁର ହୋଇଯାଇଛି।

ସେହିପରି ଅନୁପ୍ରବେଶ କରିବା ପୂର୍ବରୁ ଭାରତୀୟ ସୀମା ନିକଟରେ ଚାଇନିଜ୍‌ ବାୟୁସେନା ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଥିଲା। ଏଲଏସି ନିକଟରେ ଏକାଧିକ ଜେ-୨୦ ବିମାନ ଉଡ଼ାଣ କରି ଚାଇନା ସ୍ଥଳ ଭାଗରେ ତା’ର ଯବାନଙ୍କୁ ଅନୁପ୍ରବେଶ କରାଇବାକୁ ଯୋଜନା କରିଥିଲା। ହେଲେ ଭାରତୀୟ ସେନା ସବୁ ଯୋଜନାରେ ପାଣି ପକାଇ ଦେଇଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେ-୨୦ ଯୁଦ୍ଧ ବିମାନ ଭାରତୀୟ ସୀମାକୁ ଲାଗି ରହିଥିବା ଏଲଏସି ନିକଟରେ କିଛି ଦିନ ହେଲାଣି ଉଡ଼ାଣ କରୁଛି। ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଅନୁପ୍ରବେଶ କରିବାର ଠିକ୍‌ ପୂର୍ବରୁ ହିଁ ଚାଇନିଜ ବାୟୁସେନା ଜେ-୨୦ ଯୁଦ୍ଧ ବିମାନ ମୁତୟନ କରିଥିଲା। ଏବେ ବି ଏଲଏସି ନିକଟରେ ଚାଇନିଜ୍‌ ବାୟୁସେନା ପକ୍ଷରୁ ବେଶ ଆକ୍ରମଣାତ୍ମକ ଭାବେ ଜେ-୨୦ ଯୁଦ୍ଧ ବିମାନକୁ ଉଡ଼ାଣ କରାଯାଉଛି।

ଜିନଜିଆଙ୍ଗ ପ୍ରଦେଶର ହୋଟାନ ଏୟାର ବେସ୍‌ରୁ ହିଁ ଚାଇନା ଜେ-୨୦ ଯୁଦ୍ଧ ବିମାନର ସୀମାକୁ ପଠାଇଛି। ଏଠାରେ ବୋମା ବର୍ଷଣକାରୀ ଓ ଅନ୍ୟାନ୍ୟ ଯୁଦ୍ଧ ବିମାନ ମଧ୍ୟ ହାଇଆଲର୍ଟରେ ରହିଛନ୍ତି।

ଭାରତରେ ରାଫେଲ ଆସି ପହଞ୍ଚିବା ପରେ ଚାଇନା ଛାତିରେ ଛନକା ପଶିଥିଲା। ଏଥିପାଇଁ ଚାଇନା ପକ୍ଷରୁ ଲଦାଖ ନିକଟ ଏୟାର ବେସ୍‌ରେ ଜେ-୨୦ ଯୁଦ୍ଧ ବିମାନକୁ ମୁତୟନ କରାଯାଇଥିଲା। ଅନ୍ୟପକ୍ଷରେ ଚାଇନିଜ୍ ବାୟୁସେନାର ସମସ୍ତ ପ୍ରକାରର କାର୍ଯ୍ୟକଳାପ ଉପରେ ଭାରତୀୟ ସେନା ନଜର ରଖିଛନ୍ତି।

ଯଦି ଚାଇନିଜ୍‌ ବିମାନ ବାୟୁସୀମାକୁ ଉଲ୍ଲଙ୍ଘନ କରେ, ତା’ହେଲେ ଏହାକୁ ଖସାଇ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ହୋଇ ରହିଛନ୍ତି। ଲଦାଖ ଠାରୁ ଅରୁଣାଚଳ ପ୍ରଦେଶ ମଧ୍ୟରେ ଚାଇନା ତା’ ଅଞ୍ଚଳରେ ୭ଟି ଏୟାରବେସ୍‌ ନିର୍ମାଣ କରିଛି। ଏହା ଉପରେ ବି ଭାରତୀୟ ସେନା ନଜର ରଖିଛନ୍ତି। ସ୍ୟାଟେଲାଇଟ ଓ ଅନ୍ୟାନ୍ୟ ସର୍ଭେଲାନ୍ସ ଦ୍ୱାରା ଚାଇନା ଉପରେ ନଜର ରଖାଯାଇଥିବା ଜଣାପଡ଼ିଛି।

Related story