ଲଦାଖରୁ ଧରାପଡ଼ିଲେ ଚାଇନା ଯବାନ, ପ୍ରତିରକ୍ଷା ଦସ୍ତାବିଜ୍ ମିଳିଲା

ଲଦାଖ: ଭାରତର ଲଦାଖରୁ ଆଜି ସକାଳୁ ସୁରକ୍ଷାକର୍ମୀମାନେ ଜଣେ ଚାଇନିଜ୍‌ ଯବାନଙ୍କୁ କାବୁ କରିଛନ୍ତି। ପିପୁଲ୍ସ ଲିବେରେସନ ଆର୍ମି (ପିଏଲଏ)ର ଏହି ଯବାନ ଜଣଙ୍କ ନାଁ କୋପୋରାଲ ୱାଙ୍ଗ ୟା ଲଙ୍ଗ। ତାଙ୍କୁ ଭାରତୀୟ ଯବାନମାନେ ଚୁମାର-ଡେମୋକ୍‌ ଅଞ୍ଚଳରୁ ଧରିଛନ୍ତି। ସେ ହାତରେ କିଛି ସିଭିଲ ଓ ମିଲିଟାରୀ ଦସ୍ତାବିଜ୍ ଧରି ଭାରତୀୟ ସୀମାରୁ ଚାଇନା ସୀମାକୁ ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ ଚାଇନିଜ୍ ଯବାନଙ୍କୁ ଧରା ଯିବା ପରେ […]

h

Hemant Lenka
  • Published: Monday, 19 October 2020
  • , Updated: 19 October 2020, 04:09 PM IST

ଲଦାଖ: ଭାରତର ଲଦାଖରୁ ଆଜି ସକାଳୁ ସୁରକ୍ଷାକର୍ମୀମାନେ ଜଣେ ଚାଇନିଜ୍‌ ଯବାନଙ୍କୁ କାବୁ କରିଛନ୍ତି। ପିପୁଲ୍ସ ଲିବେରେସନ ଆର୍ମି (ପିଏଲଏ)ର ଏହି ଯବାନ ଜଣଙ୍କ ନାଁ କୋପୋରାଲ ୱାଙ୍ଗ ୟା ଲଙ୍ଗ। ତାଙ୍କୁ ଭାରତୀୟ ଯବାନମାନେ ଚୁମାର-ଡେମୋକ୍‌ ଅଞ୍ଚଳରୁ ଧରିଛନ୍ତି। ସେ ହାତରେ କିଛି ସିଭିଲ ଓ ମିଲିଟାରୀ ଦସ୍ତାବିଜ୍ ଧରି ଭାରତୀୟ ସୀମାରୁ ଚାଇନା ସୀମାକୁ ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ଚାଇନିଜ୍ ଯବାନଙ୍କୁ ଧରା ଯିବା ପରେ ତାଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ପ୍ରୋଟୋକଲ ଅନୁଯାୟୀ, ତାଙ୍କ ପିଏଲଏକୁ ହସ୍ତାନ୍ତର କରାଯାଇଛି। ୱାଙ୍ଗ କୋପୋରାଲ ରାଙ୍କର ଅଫିସର ହୋଇଥିବା ବେଳେ ତାଙ୍କ ଘର କେନ୍ଦ୍ରୀୟ ଝେଜିଆଙ୍ଗ ପ୍ରଦେଶର ଶାହାଙ୍ଗଜିହେନ ଠାରେ। ଧରାଯିବା ପରେ ଭାରତୀୟ ଆର୍ମି ତାଙ୍କୁ ହେପାଜତକୁ ନେଇଥିଲା। ଏହାପରେ ତାଙ୍କୁ ଅମ୍ଳଜାନ, ଖାଦ୍ୟ ଓ ଗରମ କପଡ଼ା ଦିଆଯାଇଥିଲା।

ଚାଇନାରୁ ନି‌ଖୋଜ ଥିବା ଯବାନଙ୍କ ସମ୍ପର୍କରେ ପିଏଲଏ ପକ୍ଷରୁ ମଧ୍ୟ ଭାରତକୁ ସୂଚନା ଦିଆଯାଇଥିଲା। ଏବେ ସମସ୍ତ ପ୍ରକାରର କାଗଜପତ୍ର କାମ କରାଯିବା ପରେ ଚାଇନିଜ୍ ଯବାନଙ୍କୁ ଚୁଶୁଲ-ମୋଲଡୋ ସୀମା ନିକଟରେ ପିଏଲଏକୁ ହସ୍ତାନ୍ତର କରାଯିବ।

ଅନ୍ୟପକ୍ଷରେ ଚାଇନିଜ୍ ଯବାନ ଜଣଙ୍କ କିଛି ଗୁଇନ୍ଦାଗିରି କରିବାକୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ କି ନାହିଁ ତା’ର ତଦନ୍ତ କରାଯାଉଛି।

Related story