ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର କରିବା ପାଇଁ ଫେକ ଚାଇନିଜ୍‌ କମ୍ପାନୀ ପ୍ରତିଷ୍ଠା କରି ଭାରତରେ ରୀତିମତ କାର୍ଯ୍ୟ ଜାରି ରଖିଥିବା ଚାଇନିଜ୍‌ ନାଗରିକ ଲୁ ସାଙ୍ଗଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିଛି ଆୟକର ବିଭାଗ। ମନିଲଣ୍ଡିଂ ମାମଲାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ତେବେ ସାଙ୍ଗ ଏହାପୂର୍ବରୁ ମଧ୍ୟ ଗୁଇନ୍ଦାଗିରି ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ। ଲୁ ସାଙ୍ଗ ପୂର୍ବରୁ ଚାର୍ଲି ପେଙ୍ଗ ନାଁରେ ଭାରତରେ କାମ କରିବା ଆରମ୍ଭ କରିଥିଲେ। ସେ […]

yu

Hemant Lenka
  • Published: Wednesday, 12 August 2020
  • , Updated: 12 August 2020, 06:37 PM IST

ନୂଆଦିଲ୍ଲୀ: ବେଆଇନ ଅର୍ଥ କାରବାର କରିବା ପାଇଁ ଫେକ ଚାଇନିଜ୍‌ କମ୍ପାନୀ ପ୍ରତିଷ୍ଠା କରି ଭାରତରେ ରୀତିମତ କାର୍ଯ୍ୟ ଜାରି ରଖିଥିବା ଚାଇନିଜ୍‌ ନାଗରିକ ଲୁ ସାଙ୍ଗଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିଛି ଆୟକର ବିଭାଗ। ମନିଲଣ୍ଡିଂ ମାମଲାରେ ତାଙ୍କୁ ଗିରଫ ମଧ୍ୟ କରାଯାଇଛି। ତେବେ ସାଙ୍ଗ ଏହାପୂର୍ବରୁ ମଧ୍ୟ ଗୁଇନ୍ଦାଗିରି ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ।

ଲୁ ସାଙ୍ଗ ପୂର୍ବରୁ ଚାର୍ଲି ପେଙ୍ଗ ନାଁରେ ଭାରତରେ କାମ କରିବା ଆରମ୍ଭ କରିଥିଲେ। ସେ ଭାରତରେ ରହି ଗୁଇନ୍ଦାଗିରି କରୁଥିବାରୁ ତାଙ୍କୁ ଦିଲ୍ଲୀ ପୁଲିସ ୨୦୧୮ ସେପ୍ଟେମ୍ବର ମାସରେ ଗିରଫ କରିଥିଲା। ଚାର୍ଲି ପେଙ୍ଗ ଦିଲ୍ଲୀରେ ରହି ଗୁଇନ୍ଦାଗିରି କରିବା ସହ ହାୱାଲା ଟ୍ରାଞ୍ଜାକସନ ଓ ମନି ଲଣ୍ଡରିଂ କାର୍ଯ୍ୟ କରୁଥିଲେ। ତେବେ କୋର୍ଟରୁ ସେ ଖଲାସ ହୋଇଯାଇଥିଲେ।

ପରେ ସେ ନାଁ ବଦଳାଇ ପୁଣି ଭାରତରେ କାର୍ଯ୍ୟ ଆରମ୍ଭ କରିଥିଲେ। ମଙ୍ଗଳବାର ରାତିରେ ଜଣେ ଚାଇନିଜ୍‌ ନାଗରିକ ମନି ଲଣ୍ଡରିଂ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବା ପରେ ଆୟକର ବିଭାଗ ପକ୍ଷରୁ ଦିଲ୍ଲୀ, ଗାଜିଆବାଦ ଓ ଗୁରୁଗ୍ରାମ ଭଳି ୨୧ଟି ଠିକଣା ଉପରେ ଚଢ଼ଉ କରିଥିଲା। ଏହି ସମୟରେ ଚାଇନିଜ ନାଗରିକ ଲୁ ସାଙ୍ଗ୍‌ଙ୍କ ନାଁ ସାମ୍ନାକୁ ଆସିଥିଲା। ରେଡ୍‌ ହୋଇଥିବା ୨୧ଟି ସ୍ଥାନ ମଧ୍ୟରୁ ଗୋଟିଏ ଠକଣାରୁ ସାଙ୍ଗ୍‌ଙ୍କୁ ଗିରଫ କରାଯାଇଛି।

ଲୁ ସାଙ୍ଗ ୮ର ୧୦ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ। ଏହି ଆକାଉଣ୍ଟ ଜରିଆରେ ସେ ଗୋଟିଏ ନକଲି ଚାଇନିଜ୍‌ କମ୍ପାନୀ ପ୍ରତିଷ୍ଠା କରି ୩୦୦ କୋଟି ଟଙ୍କାର ହାୱାଲା କାରବାର କରୁଥିଲେ। ବନ୍ଧନ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ହାତ କରି ସେ ଦୈନିକ ୩ କୋଟି ଟଙ୍କାର ହାୱାଲା କାରବାର କରୁଥିଲେ।

ପ୍ରାୟ ୪୦ଟି ବ୍ୟାଙ୍କ ଆକାଉଣ୍ଟ ତାଙ୍କ ନିୟନ୍ତ୍ରଣରେ ରହିଛି। ସାଙ୍ଗଙ୍କୁ ସହଯୋଗ କରିଥିବା ବ୍ୟାଙ୍କ ଅଧିକାରୀମାନଙ୍କ ଠିକଣାରେ ମଧ୍ୟ ରେଡ କରାଯାଇଛି। ଚାଇନିଜ୍‌ କମ୍ପାନୀକୁ ମିଳୁଥିବା ସବସିଡିକୁ ଆଧାର କରି ପ୍ରାୟ ୧ ହଜାର କୋଟିର ଦୁର୍ନୀତି ହୋଇଥିବା ମଧ୍ୟ ଜଣାପଡ଼ିଛି।

ଗତ ୩ ବର୍ଷ ହେଲା ସାଙ୍ଗ୍‌ ଏଭଳି କାର୍ଯ୍ୟ ଜାରି ରଖିଥିଲେ। ସେ ପ୍ରାୟତଃ ନିଜର ଠିକଣା ବଦଳାଉ ଥିବାରୁ କେହି ବି ଏହାର ଟେର୍‌ ପାଉ ନଥିଲେ। ପୂର୍ବରୁ ସେ ଦ୍ୱାରକାରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସେ ଡିଏଲଏଫ ଗୁରୁଗ୍ରାମ ଫେଜ-୫ରେ ରହୁଥିବା ଜଣାପଡ଼ିଛି। ବିଦେଶୀ ହାୱାଲା କାରବାର ପାଇଁ ହଂକଂ ଓ ଆମେରିକା ଡଲାରର ବ୍ୟବହାର ମଧ୍ୟ ହେଉଥିଲା। ସାଙ୍ଗଙ୍କ ପାଖରୁ ଆୟକର ବିଭାଗ ଦୁଇଟି ନକଲି ଆଧାର କାର୍ଡ, ପାନ କାର୍ଡ ଓ ନକଲି ପାସପୋର୍ଟ ଜବତ ହୋଇଛି।

ପ୍ରଥମ ଆଧାର କାର୍ଡରେ ଚାର୍ଲି ପେଙ୍ଗଙ୍କ ନାଁ ରହିଥିବା ବେଳେ ଠିକଣାଟି ଦ୍ୱାରକା ଅଞ୍ଚଳର। ହେଲେ ଦ୍ୱିତୀୟ ଆଧାର କାର୍ଡରେ ନାଁ ଚାର୍ଲି ପେଙ୍ଗ ରହିଥିଲେ ହେଁ ଠିକଣା ମଣିପୁର ରହିଛି। ୪୦ ବର୍ଷୀୟ ସାଙ୍ଗଙ୍କ ନାଁରେ ଭାରତୀୟ ପାସପୋର୍ଟ ମଧ୍ୟ ଗୌହାଟୀରୁ ଇସ୍ୟୁ ହୋଇଛି। ତାଙ୍କ ପାଖରୁ ମିଳିଥିବା ପାନ କାର୍ଡରେ ଚାର୍ଲି ପେଙ୍ଗ ନାଁ ରହିଛି।

ପ୍ରକୃତରେ ଚାର୍ଲି ପେଙ୍ଗଙ୍କ ପ୍ରକୃତ ପରିଚୟ ହେଉଛି ଲୁ ସାଙ୍ଗ୍‌। ସେ ଚାଇନିଜ ନାଗରିକ ଓ ତାଙ୍କ ଘର ଲାହାସରେ। କିନ୍ତୁ ତାଙ୍କ ବର୍ତ୍ତମାନର ଠିକଣା ହରିଆଣାର ଗୁରୁଗ୍ରାମ ରହିଛି। ଭାରତୀୟ ପାସପୋର୍ଟ ହାତେଇବା ପାଇଁ ସାଙ୍ଗ୍‌ ମିଜୋରାମର ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିଲେ।

Related story