ଚିନ୍ମୟାନନ୍ଦଙ୍କ ମାଲିସ ଭିଡିଓ ଭାଇରାଲ, ସୁପ୍ରିମକୋର୍ଟ ଯିବେ ପୀଡ଼ିତାଙ୍କ ବାପା

ଶାହାଜାନପୁର: ଦେଶର ପୂର୍ବତନ ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ଯୌନ କେଳେଙ୍କାରୀ ମାମଲାରେ ସୁପ୍ରିମକୋର୍ଟ ଯିବେ ପୀଡ଼ିତାଙ୍କ ବାପା। ଚିନ୍ମୟାନନ୍ଦଙ୍କ ଦେହ ମାଲିସର ଭିଡିଓ ତାଙ୍କ ଝିଅଙ୍କ ପାଖରେ ଥିଲା। ସେହି ଭିଡିଓକୁ ପ୍ରମାଣ ସ୍ୱରୂପ ଏସଆଇଟି ଟିମକୁ ଦେଇଥିଲେ। ହେଲେ ଏବେ ସୋଶାଲ ମିଡିଆରେ କିଭଳି ସେହି ଭିଡିଓ ଭାଇରାଲ ହେଲା ତାକୁ ନେଇ ଆପତ୍ତି ଉଠାଇଛନ୍ତି ପୀଡ଼ିତାଙ୍କ ବାପା। ଏହା ତାଙ୍କ ଝିଅ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି […]

swami_chinmayanand_videos_went_viral_on_social_media

Subhransu Sekhar
  • Published: Sunday, 15 September 2019
  • Updated: 15 September 2019, 06:51 PM IST

Sports

Latest News

ଶାହାଜାନପୁର: ଦେଶର ପୂର୍ବତନ ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ଯୌନ କେଳେଙ୍କାରୀ ମାମଲାରେ ସୁପ୍ରିମକୋର୍ଟ ଯିବେ ପୀଡ଼ିତାଙ୍କ ବାପା। ଚିନ୍ମୟାନନ୍ଦଙ୍କ ଦେହ ମାଲିସର ଭିଡିଓ ତାଙ୍କ ଝିଅଙ୍କ ପାଖରେ ଥିଲା। ସେହି ଭିଡିଓକୁ ପ୍ରମାଣ ସ୍ୱରୂପ ଏସଆଇଟି ଟିମକୁ ଦେଇଥିଲେ। ହେଲେ ଏବେ ସୋଶାଲ ମିଡିଆରେ କିଭଳି ସେହି ଭିଡିଓ ଭାଇରାଲ ହେଲା ତାକୁ ନେଇ ଆପତ୍ତି ଉଠାଇଛନ୍ତି ପୀଡ଼ିତାଙ୍କ ବାପା। ଏହା ତାଙ୍କ ଝିଅ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଏସଆଇଟି ଟିମ୍ ସଂପୃକ୍ତ ଭିଡିଓକୁ ଲିକ୍ କରିଥାଇପାରେ ବୋଲି ଇଙ୍ଗିତ କରିଛନ୍ତି।

ସୂଚନାଯୋଗ୍ୟ, ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ଫଟୋ ବ୍ୟବହାର ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

ଅନ୍ୟପଟେ ଆଜି ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ନଲଗାଇବା ପାଇଁ ହିନ୍ଦୁ ମହାସଭାର ପ୍ରମୁଖ ନେତା ଓମ୍ ଜୀ କହିଛନ୍ତି। ୬ ଡିସେମ୍ୱରରେ ରାମ ମନ୍ଦିର ନିର୍ମାଣ ହେବା ନେଇ ଘୋଷଣା ହିନ୍ଦୁ ମହାସଭା ଡାକରା ଦେଇଛି। ଯଦି ୟୁପି ପୁଲିସ ତାଙ୍କ ବିରୋଧରେ ଏତଲା ଦାୟର କରେ ତାହେଲେ ରାମ ମନ୍ଦିର ନିର୍ମାଣରେ ବିବାଦ ଉପୁଜିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଏହାପରେ ଅଗଷ୍ଟ ୩୦ ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀ ଓ ତାଙ୍କ ବନ୍ଧୁ ସଞ୍ଜୟ ସିଂହଙ୍କୁ ଉଦ୍ଧାର କରିଥିଲା ପୁଲିସ୍।

ଏହାପରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡିତା ଚିନ୍ମୟାନନ୍ଦଙ୍କ ସେକ୍ସ ସିଡି ପ୍ରସ୍ତୁତ କରି ଏସଆଇଟିକୁ ହସ୍ତାନ୍ତର କରିଛନ୍ତି। ଯାହାକି ଚିନ୍ମୟାନନ୍ଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story