ଇସଲାମବାଦ: ଚୀନରୁ ୮ଟି ବୁଡାଜାହାଜ କିଣିବ ପାକିସ୍ତାନ। ନିଜର ନୌସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପାକିସ୍ତାନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ବୁଡାଜାହାଜ ଗୁଡିକୁ କିଣିବ। ଏନେଇ ଆଜି ପାକିସ୍ତାନରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
୮ଟି ବୁଡାଜାହାଜ କଣିବା ନେଇ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ୍ ଦର ଓ ଚୀନ ସରକାରଙ୍କ ଦ୍ୱାରା ପରିଚାଳିତ ଚୀନ ସିପବିଲଡିଂ ଆଣ୍ଡ ଅଫସୋର ଇଣ୍ଟରନେସନାଲ କମ୍ପାନୀ ଲିମିଟେଡ୍ ( ଏସସିଓସି)ର ମୁଖ୍ୟ ଜୁ ଜୀକିନଙ୍କ ମଧ୍ୟରେ ଇସଲାମବାଦରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଚୁକ୍ତି ଚୂଡାନ୍ତ ହୋଇନାହିଁ। ଉଚ୍ଚ କର୍ତ୍ତୃପକ୍ଷ ସମୀକ୍ଷା ପରେ ଯାଇ ଚୁକ୍ତି ଚୂଡାନ୍ତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଟ୍କଏନ୍ ଘୋଟାଲା: ଅଜିତ ପାଓ୍ୱାର୍ କହିଲେ- ଅଡିଓ କ୍ଲିପ୍ରେ ରହିଛି ଭଉଣୀର ଭଏସ୍
ପୁଣେର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏନସିପି ନେତା ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କୁ ବିଟକଏନ୍ ଅପବ୍ୟବହାର କରିଥିବା ଏବଂ ୨୦୧୮ରେ ବିଧାନସଭା ନିର୍ବାଚନରେ ସେହି ଟଙ୍କା ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି।
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।