ଦୁଇ କରୋନା ଆକ୍ରାନ୍ତ ଯବାନ ଚିହ୍ନଟ

ନୂଆଦିଲ୍ଲୀ: ଜଣେ ସିଆଇଏସଏଫ ହେଡ କନେଷ୍ଟବଳ ଏବଂ ଜଣେ ବିଏସଏଫର ପ୍ରମୁଖ କମାଣ୍ଡର କରୋନାରେ ସଂକ୍ରମିତ ହୋଇଛନ୍ତି। ସିଆଇଏସଏଫ ଯବାନ ଜଣଙ୍କ ମୁମ୍ୱାଇ ବିମାନ ବନ୍ଦରରେ ନିୟୋଜିତ ଥିଲେ। ତେଣୁ ଯାତ୍ରୀଙ୍କୁ ଚେକିଂ ବେଳେ କୌଣସି କରୋନା ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଡାକ୍ତର କହିଛନ୍ତି। ମାର୍ଚ୍ଚ ୨୫ରେ ସିଆଇଏସଏଫ ଯବାନ ଜ୍ୱରରେ ଆକ୍ରାନ୍ତ ହୋଇଥିବା ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହାପରେ ଯବାନ ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିଲା। ସିଆଇଏସଏଫର ମୁଖପାତ୍ର ହେମେନ୍ଦ୍ର କୁମାର […]

CISF-Corona

Subhransu Sekhar
  • Published: Sunday, 29 March 2020
  • , Updated: 29 March 2020, 04:28 PM IST

ନୂଆଦିଲ୍ଲୀ: ଜଣେ ସିଆଇଏସଏଫ ହେଡ କନେଷ୍ଟବଳ ଏବଂ ଜଣେ ବିଏସଏଫର ପ୍ରମୁଖ କମାଣ୍ଡର କରୋନାରେ ସଂକ୍ରମିତ ହୋଇଛନ୍ତି। ସିଆଇଏସଏଫ ଯବାନ ଜଣଙ୍କ ମୁମ୍ୱାଇ ବିମାନ ବନ୍ଦରରେ ନିୟୋଜିତ ଥିଲେ। ତେଣୁ ଯାତ୍ରୀଙ୍କୁ ଚେକିଂ ବେଳେ କୌଣସି କରୋନା ଆକ୍ରାନ୍ତଙ୍କ ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଡାକ୍ତର କହିଛନ୍ତି।

ମାର୍ଚ୍ଚ ୨୫ରେ ସିଆଇଏସଏଫ ଯବାନ ଜ୍ୱରରେ ଆକ୍ରାନ୍ତ ହୋଇଥିବା ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହାପରେ ଯବାନ ଜଣଙ୍କର ସ୍ୱାବ ପରୀକ୍ଷା ହୋଇଥିଲା। ସିଆଇଏସଏଫର ମୁଖପାତ୍ର ହେମେନ୍ଦ୍ର କୁମାର ଏ ନେଇ ସୂଚନା ଦେଇଛନ୍ତି। ପ୍ରଥମେ ଯବାନ ଜଣଙ୍କୁ ହୀରାନନ୍ଦନୀ ହସ୍ପିଟାଲ ପରେ କସ୍ତୁରବା ଗାନ୍ଧୀ ହସ୍ପିଟାଲଙ୍କୁ ସ୍ତାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ଯବାନ ଜଣଙ୍କ ମୋଟ୍ ୧୪ ଜଣଙ୍କ ସଂପର୍କରେ ଆସିଥିବା ଜଣାପଡ଼ିଛି। ସମସ୍ତଙ୍କୁ ଏକାନ୍ତବାସରେ ରଖିବାକୁ ବ୍ୟବସ୍ଥା କରାଯାଇଛି ବୋଲି ହେମେନ୍ଦ୍ର କହିଛନ୍ତି।

ସେହିପରି କରୋନାରେ ଆକ୍ରାନ୍ତ ହୋଇଥିବା ବିଏସଏଫ ଯବାନ ଜଣଙ୍କ ୫୦ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ବିଏସଏଫର ଦ୍ୱିତୀୟ ପ୍ରମୁଖ କମାଣ୍ଡର ବୋଲି ଜଣାପଡ଼ିଛି। ସେ ଗ୍ୱାଲିଅରର ଟେକାନପୁର ନିକଟରେ ନିୟୋଜିତ ଥିଲେ। ଏକାନ୍ତବାସ ପାଇଁ ୨୦୦ଟି ବେଡ୍ ବ୍ୟବସ୍ଥା ଦାୟିତ୍ୱରେ ଥିଲେ। ଏ ନେଇ ବୈଠକ ବେଳେ କିଛି ବରିଷ୍ଠ ଅଫିସରଙ୍କ ସହିତ ଯୋଗାଯୋଗରେ ଆସିଥିଲେ। ଏହାବାଦ୍ ପାରିବାରିକ ଭୋଜି ବେଳେ ଏକ ବ୍ରିଟେନ ଦମ୍ପତ୍ତିଙ୍କ ସହିତ ସମ୍ପର୍କରେ ଆସିଥିଲେ।

Related story