ବିଜେପି ସରକାର ନୁହେଁ ଇମର୍ଜେନ୍ସି ଶାସନ ଚାଲିଛି: ସିଂଘଭୀ

ନୂଆଦିଲ୍ଲୀ : ଦିଲ୍ଲୀରେ ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ସେଥିରୁ ମନେ ହେଉଛି ଏକ ଅଘୋଷିତ ଇମର୍ଜେନ୍ସି ଚାଲିଛି। ଦିଲ୍ଲୀ-ଏନ୍‌ସିଆରର ବିଭିନ୍ନ ସ୍ଥାନରେ ୧୪୪ ଲାଗୁ ହୋଇଛି ଏବଂ ୧୮ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି। ଏହାକୁ ଲକ୍ଷ୍ୟ ରଖି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି ଏହା ବିଜେପି ସରକାର ନୁହେଁ ଏହା ଅଘୋଷିତ ଇମର୍ଜେନ୍ସି ଶାସନ ଚାଲିଛି। ଏକ ସାମ୍ବାଦିକ ସମ୍ମିଳନୀକୁ ସେ କହିଛନ୍ତି, ଦିଲ୍ଲୀ ଆମ ରାଜଧାନୀ ଲାଲ କିଲ୍ଲା ଚାରିପଟେ […]

singhvi

Subrat Kumar Nayak
  • Published: Thursday, 19 December 2019
  • , Updated: 19 December 2019, 05:46 PM IST

ନୂଆଦିଲ୍ଲୀ : ଦିଲ୍ଲୀରେ ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ସେଥିରୁ ମନେ ହେଉଛି ଏକ ଅଘୋଷିତ ଇମର୍ଜେନ୍ସି ଚାଲିଛି। ଦିଲ୍ଲୀ-ଏନ୍‌ସିଆରର ବିଭିନ୍ନ ସ୍ଥାନରେ ୧୪୪ ଲାଗୁ ହୋଇଛି ଏବଂ ୧୮ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଛି। ଏହାକୁ ଲକ୍ଷ୍ୟ ରଖି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି ଏହା ବିଜେପି ସରକାର ନୁହେଁ ଏହା ଅଘୋଷିତ ଇମର୍ଜେନ୍ସି ଶାସନ ଚାଲିଛି।

ଏକ ସାମ୍ବାଦିକ ସମ୍ମିଳନୀକୁ ସେ କହିଛନ୍ତି, ଦିଲ୍ଲୀ ଆମ ରାଜଧାନୀ ଲାଲ କିଲ୍ଲା ଚାରିପଟେ ୧୪୪ ଲାଗିଛି, ଇଣ୍ଟରନେଟ୍‌ ବନ୍ଦ ରହିଛି ଏବଂ ୧୮ଟି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଛି। କର୍ଣ୍ଣାଟକାରେ ୧୪୪ ଲାଗିଛି ଉତ୍ତରପ୍ରଦେଶରେ ଗିରଫ ଚାଲିଛି ଏବଂ ଆସାମରେ ମଧ୍ୟ ସମାନ ସ୍ଥିତି ରହିଛି।

ସେ ଆହୁରି ମଧ୍ୟ କହିଥିଲେ, “ଡି ରାଜା, ସୀତାରାମ ୟେଚୁରୀ, ଅଜୟ ମ୍ୟାକେନ୍‌, ସନ୍ଦୀପ ଦୀକ୍ଷିତଙ୍କୁ ଧାରା ୧୪୪ ଅନୁଯାୟୀ ଉଠାଇନିଆଯାଇଛି। ଏହା ଏକ ଅଘୋଷିତ ଇମର୍ଜେନ୍ସି, ବିଜେପି ସରକାର ନୁହେଁ। ବିଜେପି ଶାସନ ମଣିଷ ହନ୍ତା ପାଲଟିଯାଇଛି ଲାଗୁଛି।”

Related story