ସୋମବାର ଲୋକସଭାରେ ଆଗତ ହେବ ସଂଶୋଧିତ ନାଗରିକତା ବିଧେୟକ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସଂଶୋଧିତ ନାଗରିକତା ବିଧେୟକ ଆସନ୍ତାକାଲି ଲୋକସଭାରେ ଆଗତ ହେବ। ଏହି ବିଧେୟକକୁ କିନ୍ତୁ ସଂସଦରେ ଜୋରଦାର ବିରୋଧ କରାଯିବ ବୋଲି ବିରୋଧୀ ପୂର୍ବରୁ କହି ସାରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଧେୟକ ଗୃହରେ ଆଗତ କରିବେ ବୋଲି ଜଣାପଡ଼ିଛି। ବିରୋଧୀ ବିରୋଧ କରିଲେ ମଧ୍ୟ ସରକାର ଏହି ବିଲ୍ ଆଗତ କରିବେ ବୋଲି ସ୍ପଷ୍ଟ କରିସାରିଛନ୍ତି କେନ୍ଦ୍ର ସରକାର। ଏହି ବିଧେୟକ ଲୋକସଭାରେ ଆଗତ ବେଳେ ବାମପନ୍ଥୀ ଦଳ କକ୍ଷତ୍ୟାଗ […]

amit-shah lokasabha

amit-shah lokasabha

Subhransu Sekhar
  • Published: Sunday, 08 December 2019
  • Updated: 08 December 2019, 07:09 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସଂଶୋଧିତ ନାଗରିକତା ବିଧେୟକ ଆସନ୍ତାକାଲି ଲୋକସଭାରେ ଆଗତ ହେବ। ଏହି ବିଧେୟକକୁ କିନ୍ତୁ ସଂସଦରେ ଜୋରଦାର ବିରୋଧ କରାଯିବ ବୋଲି ବିରୋଧୀ ପୂର୍ବରୁ କହି ସାରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଧେୟକ ଗୃହରେ ଆଗତ କରିବେ ବୋଲି ଜଣାପଡ଼ିଛି। ବିରୋଧୀ ବିରୋଧ କରିଲେ ମଧ୍ୟ ସରକାର ଏହି ବିଲ୍ ଆଗତ କରିବେ ବୋଲି ସ୍ପଷ୍ଟ କରିସାରିଛନ୍ତି କେନ୍ଦ୍ର ସରକାର।

ଏହି ବିଧେୟକ ଲୋକସଭାରେ ଆଗତ ବେଳେ ବାମପନ୍ଥୀ ଦଳ କକ୍ଷତ୍ୟାଗ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଜି ଏ ନେଇ ଘୋଷଣା କରିଛନ୍ତି। ସେହିପରି ନର୍ଥ ଇଷ୍ଚ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏନଇଏସଓ) ମଧ୍ୟ ଏହି ବିଧେୟକକୁ ବିରୋଧ କରି ମଙ୍ଗଳବାର ନର୍ଥ ଇଷ୍ଟରେ ବନ୍ଦ ଘୋଷଣା କରିଛି।

ଏହି ବିଧେୟକରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ସ୍ପଷ୍ଚ ହୋଇନି। ଆସନ୍ତାକାଲି ଗୃହରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧେୟକକୁ ଆଗତ କରିବା ପରେ ଜଣାପଡ଼ିବ। ଯାହା ଚର୍ଚ୍ଚା ହେଉଛି ହି ସଂଶୋଧିତ ବିଧେୟକ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଅଣମୁସଲିମ୍ ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତା ଦିଆଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତା ପାଇପାରିବେ।

ସରକାରଙ୍କ ସଂଶୋଧିତ ନାଗରିକତା ବିଧେୟକ ଯଦି ଏହି ଭଳି ହୋଇଥିବ ତାହେଲେ ତୃଣମୂଳ ସମେତ ବିଭିନ୍ନ ଦଳ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ବିଧେୟକ ମୁସଲମାନଙ୍କୁ ଦେଶରୁ ବାହାର କରିବା ପାଇଁ ନିଆଯାଉଛି। ଏହା ସମ୍ୱିଧାନର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ବିରୋଧୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos