ଜନ୍ମଦିନରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଚେନ୍ନାଇ: ପୁଣିଥରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ହାଇଦ୍ରାବାଦ ପରେ ତାମିଲନାଡୁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୬ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଏବେ ସାମ୍ନାକୁ ଆସିଛି। ଛାତ୍ରୀ ଜଣଙ୍କ ତାଙ୍କ ୧୭ତମ ଜନ୍ମଦିନକୁ ନିଜର ବୟଫ୍ରେଣ୍ଡଙ୍କ ସହ ପାଳନ କରୁଥିବା ବେଳେ ଈଶ୍ୱରୟା ନଗରରେ ତାଙ୍କ ସହ ଏମିତି ଘଟଣା ଘଟିଛି। ଜନ୍ମଦିନରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀଙ୍କ ଭିଡିଓ ମଧ୍ୟ ଅଭିଯୁକ୍ତମାନେ ଉତ୍ତୋଳନ କରିବାକୁ ପଛାଇ ନଥିଲେ। ପୁଲିସ୍‌ ପୀଡ଼ିତାଙ୍କ ମା’ଙ୍କ ବୟାନ […]

s

Hemant Lenka
  • Published: Sunday, 01 December 2019
  • , Updated: 01 December 2019, 04:09 PM IST

ଚେନ୍ନାଇ: ପୁଣିଥରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ହାଇଦ୍ରାବାଦ ପରେ ତାମିଲନାଡୁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ୬ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଏବେ ସାମ୍ନାକୁ ଆସିଛି। ଛାତ୍ରୀ ଜଣଙ୍କ ତାଙ୍କ ୧୭ତମ ଜନ୍ମଦିନକୁ ନିଜର ବୟଫ୍ରେଣ୍ଡଙ୍କ ସହ ପାଳନ କରୁଥିବା ବେଳେ ଈଶ୍ୱରୟା ନଗରରେ ତାଙ୍କ ସହ ଏମିତି ଘଟଣା ଘଟିଛି।

ଜନ୍ମଦିନରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀଙ୍କ ଭିଡିଓ ମଧ୍ୟ ଅଭିଯୁକ୍ତମାନେ ଉତ୍ତୋଳନ କରିବାକୁ ପଛାଇ ନଥିଲେ। ପୁଲିସ୍‌ ପୀଡ଼ିତାଙ୍କ ମା’ଙ୍କ ବୟାନ ଆଧାରରେ ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଛି। ଏବେ ଫେରାର ଥିବା ୨ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

ଛାତ୍ରୀ ଜଣଙ୍କର ଜନ୍ମଦିନ ଥିବାରୁ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ରାତି ପ୍ରାୟ ୮ଟା ବେଳେ ନିକଟରେ ଥିବା ଏକ ପାର୍କକୁ ନେଇଥିଲେ। ସେମାନେ ସେଠାରେ ଜନ୍ମଦିନ ପାଳନ କରି ରାତି ୯ଟା ବେଳେ ଫେରୁଥିଲେ। ହେଲେ ଏହି ସମୟରେ ୬ ଜଣ ଯୁବକ ସେମାନଙ୍କ ବାଟ ଓଗାଳିଥିଲେ। ସେମାନେ ପ୍ରଥମେ ପୀଡ଼ିତାଙ୍କ ବନ୍ଧୁଙ୍କୁ ପାର୍କର ଏକ ନିଛାଟିଆ ସ୍ଥାନକୁ ନେଇ ମାଡ଼ ମାରିବା ସହ ତାଙ୍କ ପ୍ୟାଣ୍ଟଶାର୍ଟ ଖୋଲି ଭିଡିଓ ଶୁଟିଂ କରିଥିଲେ। ଏହାପରେ ସେମାନେ ଛାତ୍ରୀ ଜଣଙ୍କୁ ତାଙ୍କ ସାମ୍ନାରେ ହିଁ ଗଣଦୁଷ୍କର୍ମ କରିବା ସହ ଭିଡିଓ ଶୁଟିଂ କରିଥିଲେ।

ଅଭିଯୁକ୍ତମାନେ ଘଟଣା ପରେ ଫେରାର ହୋଇଯିବାରୁ ଛାତ୍ରୀ ଜଣଙ୍କ ରାତିତମାମ ତାଙ୍କ ବନ୍ଧୁଙ୍କ ଘରେ ରହିଥିଲେ। ଏହାର ପରଦିନ ଅର୍ଥାତ ନଭେମ୍ବର ୨୭ ସନ୍ଧ୍ୟା ବେଳକୁ ସେ ଘରକୁ ଫେରି ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ।

ମା’ଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଟି ରାହୁଲ, ଆର ପ୍ରକାଶ, ଏସ୍‌ କାର୍ତ୍ତିକେୟନ ଓ ଏସ୍‌ ନାରାୟଣମୂର୍ତ୍ତିକୁ ଗିରଫ କରିଛି। ଏବେ ଫେରାର ଦୁଇ ଜଣଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Related story