ପରୀକ୍ଷା କରାଇ ଦେଲାନି କରୋନା, ସବୁ ପିଲା ପାସ୍‌

ଲକ୍ଷ୍ନୌ: କରୋନା ଭାଇରସ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ଏକାଧିକ କଟକଣା ଲଗାଇଛନ୍ତି। ତଥାପି ପ୍ରତିଦିନ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ଭାଇରସ ଯୋଗୁ ସ୍କୁଲ ଓ କଲେଜ ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ଏହି କାରଣରୁ ଉତ୍ତର […]

y

Hemant Lenka
  • Published: Wednesday, 18 March 2020
  • , Updated: 18 March 2020, 03:29 PM IST

ଲକ୍ଷ୍ନୌ: କରୋନା ଭାଇରସ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ଏକାଧିକ କଟକଣା ଲଗାଇଛନ୍ତି।

ତଥାପି ପ୍ରତିଦିନ ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ଭାଇରସ ଯୋଗୁ ସ୍କୁଲ ଓ କଲେଜ ଠାରୁ ଆରମ୍ଭ କରି ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି।

ଏହି କାରଣରୁ ଉତ୍ତର ପ୍ରଦେଶ ସରକାର ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍‌ ଘୋଷଣା କରିଛନ୍ତି। ଅର୍ଥାତ ପ୍ରଥମ ଶ୍ରେଣୀରୁ ୮ମ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ଏବେ ବିନା ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ହୋଇଛନ୍ତି।

ଏହି ନିର୍ଦ୍ଦେଶ ସମସ୍ତ ସରକାରୀ ପ୍ରାଥମିକ ସ୍କୁଲରେ ଲାଗୁ ହେବ। ପ୍ରାଥମିକ ସ୍କୁଲ ଗୁଡ଼ିକରେ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୨୩ରୁ ୨୮ ମଧ୍ୟରେ ହେବାର ଥିଲା। କିନ୍ତୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲକୁ ଏପ୍ରିଲ ୨ ଯାଏ ଛୁଟି ଘୋଷଣା କରାଯାଇଛି।

ପ୍ରବେଶିକା ଓ ଅନ୍ୟାନ୍ୟ ପରୀକ୍ଷାକୁ ମଧ୍ୟ ଏପ୍ରିଲ ୨ ଯାଏ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେହେତୁ ସ୍କୁଲ ବନ୍ଦ ରହିବ, ତେଣୁ ପିଲାମାନଙ୍କୁ ବିନା ପରୀକ୍ଷା ପରବର୍ତ୍ତୀ କ୍ଲାସକୁ ପଦୋନ୍ନତି ମିଳିଛି।

Related story